ଏବେ ପୋଷ୍ଟ ଅଫିସରେ ମାଧ୍ୟମରେ ବଦଳାଇ ପାରିବେ ୨୦୦୦ ଟଙ୍କିଆ ନୋଟ୍

RBI ନେଲା ବଡ଼ ନିଷ୍ପତ୍ତି । ଏଣିକି ଆଉ ଲମ୍ବା ଲାଇନରେ ଛିଡା ନ ହୋଇ ପୋଷ୍ଟ ଅଫିସ ଜରିଆରେ ୨ ହଜାର ଟଙ୍କିଆ ନୋଟ୍ ଆରବିଆଇର ଆଞ୍ଚଳିକ କାର୍ଯ୍ୟାଳକୁ ପାଠାଇପାରିବେ ଲୋକେ । ସେହିପରି ୨ ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କ ଖାତାରେ ଜମା କରିବା ପାଇଁ ଆରବିଆଇ ଟ୍ରିପଲ ଲକ ରିସେପଟେକେଲ ବା ଟିଏଲଆର ଫର୍ମ ମଧ୍ୟ ପ୍ରଦାନ କରୁଛି ।

ତେବେ ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ଆଞ୍ଚଳିକ କାର୍ଯ୍ୟାଳୟରେ ଲାଗୁଥିବା ଲୋକଙ୍କ ଭିଡ ଦେଖି ଆରବିଆଇ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ନିରବଚ୍ଛିନ୍ନ ଏବଂ ସୁରକ୍ଷିତ କ୍ରେଡିଟ୍ ପାଇଁ ଆରବିଆଇ ବୀମାକୃତ ପୋଷ୍ଟ ସେବାର ଉପଯୋଗ କରିବାକୁ ପ୍ରୟାସ କରିଛି ବୋଲି କହିଛନ୍ତି ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ପି ଦାସ ।