ଲଗାଣ ବର୍ଷାରେ ବେହାଲ ଗୁଜୁରାଟ
ଲଗାଣ ବର୍ଷା ପରେ ଉବୁଟୁବୁ ଗୁଜରାଟର ବିଭିନ୍ନ ଅଞ୍ଚଳ। ଚାରିଆଡେ କେବଳ ପାଣି ଆଉ ପାଣି। ତୁହାକୁ ତୁହା ବର୍ଷା ଲାଗି ରହିଛି। ଏଥିଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି। ସେପଟେ ବର୍ଷା ଯୋଗୁ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୨୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ବର୍ଷା ହେତୁ ଗୁଜୁରାଟର ୨୭ଟି ଜିଲ୍ଲାରେ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି। ଆଜି ଓ ଆସନ୍ତାକାଲି ମଧ୍ୟ ପ୍ରବଳ ବର୍ଷା ହେବ। ଏଥିପାଇଁ ପାଣିପାବ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ଅଧିକାଂଶ ଡ୍ୟାମ୍ ଓଭରଫ୍ଲୋ ହୋଇଥିବା ବେଳେ ନଦୀଗୁଡ଼ିକ ବିପଦ ସଙ୍କେତ ଡେଇଁଛି। ଫଳରେ ପାଣି ପଶି ଆବାସିକ ଅଞ୍ଚଳଗୁଡିକ ଟାପୁରେ ପରିଣତ ହୋଇଛି। ଜାମନଗରରୁ ଜୁନାଗଡ, ଭଦୋଦରା ଠାରୁ ବନାସକଣ୍ଠା ଏବଂ ଅରାବାଳି ଠାରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ଜଳ ପ୍ରଳୟ ଦେଖିବାକୁ ମିଳିଛି। ସବୁଠୁ ନାମୀଦାମୀ ଅଞ୍ଚଳରେ ରହୁଥିବା ଲୋକମାନେ ମଧ୍ୟ ଘରେ ପାଣି ପଶିଯିବା ଯୋଗୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ସେହିପରି ପାର୍କିଂ ହୋଇଥିବା ବାଇକ୍ ଓ କାର୍ ଭାସି ଯାଇଛି। କେବଳ ସେତିକି ନୁହେଁ ଶ୍ମଶାନରେ ମଧ୍ୟ ପାଣି ଭର୍ତ୍ତି ହୋଇଯାଇଛି। ଗତ ତିନି ଦିନ ମଧ୍ୟରେ ଗୁଜୁରାଟରେ ପ୍ରବଳ ବର୍ଷା ହେତୁ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ମୋରବିରେ ଜଣ ବ୍ୟକ୍ତି, ଗାନ୍ଧିନଗରରେ ୨ ଜଣ, ଆନନ୍ଦରେ ୬, ମହିସାଗରରେ ୨, ଭଦୋଦାରେ, ଖେଡା, ଭରୁଚରେ ଓ ଅହମ୍ମଦାବାଦରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଗତ ତିନି ଦିନ ମଧ୍ୟରେ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏନ୍ଡିଆର୍ଫ୍ ଟିମ୍ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।