ରାମଲଲାଙ୍କ ସୁନା-ରୂପାରେ କଠଉ ଓ ଆମେରିକାନ ଡାଇମଣ୍ଡ ହାର ଓ ମୂର୍ତ୍ତୀ ର ପ୍ରଥମ ଫଟୋ
ସାମ୍ନାକୁ ଆସିଲା ସୁନା-ରୂପାରେ ପ୍ରସ୍ତୁତ ରାମଲଲାଙ୍କ କଠଉ ଓ ଆମେରିକାନ ଡାଇମଣ୍ଡ ହାର ଓ ମୂର୍ତ୍ତୀ ର ପ୍ରଥମ ଫଟୋ

ସୁନା-ରୂପାରେ ପ୍ରସ୍ତୁତ ହୋଇଛି ରାମଲଲାଙ୍କ କଠଉ, ସାମ୍ନାକୁ ଆସିଲା ଫଟୋ
ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣାଧୀନ ଭବ୍ୟ ରାମ ମନ୍ଦିରର ଉଦ୍ଘାଟନ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଉଦ୍ଘାଟନକୁ ଆଉ କିଛି ଦିନ ଥିବାବେଳେ ରାମଲଲାଙ୍କୁ ଦେଖିବା ଭକ୍ତଙ୍କ ମଧ୍ୟରେ ବଢ଼ୁଛି ଉତ୍କଣ୍ଠା। ଏହାରି ମଧ୍ୟରେ ଭଗବାନ ରାମଙ୍କ ଚରଣ ପାଦୁକା ଅର୍ଥାତ୍ କଠଉର ଏକ ଫଟୋ ସାମ୍ନାକୁ ଆସିଛି।
ସୁରଟ, ଗୁଜୁରାଟ: ସୁରଟରୁ ଆସିଥିବା ଜଣେ ହୀରା ବ୍ୟବସାୟୀ 5000 ଆମେରିକୀୟ ହୀରା ଏବଂ 2 କିଲୋଗ୍ରାମ ରୂପା ବ୍ୟବହାର କରି ରାମ ମନ୍ଦିରର ବିଷୟବସ୍ତୁ ଉପରେ ହୀରା ହାର ତିଆରି କରିଛନ୍ତି। 40 ଜଣ କାରିଗର 35 ଦିନରେ ଡିଜାଇନ୍ ସମାପ୍ତ କରିଥିଲେ |
ଅଯୋଧ୍ୟାରେ ରାମଲଲାଙ୍କ ଆଗମନ ପାଇଁ ବଢ଼ୁଛି ଉତ୍କଣ୍ଠା, ଆମେରିକାରେ ହିନ୍ଦୁଙ୍କ କାର୍ ରାଲି
ଏହି ପାଦୁକା ହାଇଦ୍ରାବାଦର ଶ୍ରୀ ଚଲ୍ଲା ଶ୍ରୀନିବାସ ଶାସ୍ତ୍ରୀ ପ୍ରସ୍ତୁତ କରିଛନ୍ତି। ପାଦୁକା ତିଆରି କରିବା ପାଇଁ ୧ କେଜି ସୁନା ଏବଂ ୭ କେଜି ରୂପା ବ୍ୟବହାର କରାଯାଇଛି।ଏହା ବ୍ୟତୀତ ପାଦୁକାରେ ବହୁମୂଲ୍ୟ ରତ୍ନ ମଧ୍ୟ ଲଗାଯାଇଛି। ବର୍ତ୍ତମାନ ଏହାକୁ ଏସଜି ହାଇଓ୍ବେ ନିକଟସ୍ଥ ତିରୁପତି ବାଲାଜୀ ମନ୍ଦିରରେ ଦର୍ଶନ ପାଇଁ ରଖାଯାଇଛି। ଶ୍ରଦ୍ଧାଳୁଙ୍କୁ ପାଦୁକା ଦର୍ଶନର ଲାଭ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଅଯୋଧ୍ୟାରେ ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣ-ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଜାନୁଆରୀ ୧୬ ଠାରୁ ପ୍ରାଣ-ପ୍ରତିଷ୍ଠା ସମାରୋହ ଉତ୍ସବ ଆରମ୍ଭ ହୋଇଯିବ। ତେଣୁ ଜାନୁଆରୀ ୧୯ରେ ସୁଦ୍ଧା ଏହି ଚରଣ ପାଦୁକା ଅଯୋଧ୍ୟା ପହଞ୍ଚାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମମନ୍ଦିରର ଉଦ୍ଘାଟନ କରିବେ। ଏହି ମହୋତ୍ସବ ପାଇଁ ଟ୍ରଷ୍ଟ ୨୫୦୦ ଅତିଥି ଯୋଗଦେବେ। ଏହା ବ୍ୟତୀତ ୪୦୦୦ ସନ୍ଥଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଜାନୁଆରୀ ୨୩ରୁ ଲୋକଙ୍କ ପାଇଁ ମନ୍ଦିର ଖୋଲାଯିବ।