ତାମିଲନାଡୁରେ ଦୁଇ ବସ ମଧ୍ୟରେ ମୁହାଁମୁହିଁ ଧକ୍କା, ୫ ମୃତ, ୬୦ ଆହତ
ତାମିଲନାଡୁରେ ଦୁଇ ବସ ମଧ୍ୟରେ ଧକ୍କା ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି ।

ତାମିଲନାଡୁରେ ଦୁଇ ବସ ମଧ୍ୟରେ ଧକ୍କା ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ପ୍ରାୟ ୬୦ ଲୋକ ଆହତ ହୋଇଥିବା ଜଣାଯାଇଛି । ଆହତମାନଙ୍କୁ ଚିକିତ୍ସା ପାଇଁ ତିରୁପତି ଜିଲ୍ଲା ବାନିଆବାଡି ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି ।
ଯେଉଁଥିରେ ୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ଏତେ ଜୋର ଥିଲା ଯେ ଦୁଇଟି ବସର ଅଧିକାଂଶ ଅଂଶ ଭାଙ୍ଗି ଯାଇଛି ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଛନ୍ତି । ମୃତକଙ୍କ ମଧ୍ୟରେ ରିତିକ(୩୨), ମହମ୍ମଦ ଫିରୋଜ(୩୭), ବସ ଚାଳକ, ବି ଅଜିତ ଓ ଏଲୁମଲାଇ ଧିବା ଜଣାଯାଇଛି ।