ମହାମହିମ ରାଷ୍ଟ୍ରପତି ଙ୍କୁ ଭେଟିଲେ ପିପିଏଲ୍ ର ସୁଧୀର ରଞ୍ଜନ ମିଶ୍ର

ସାକ୍ଷାତକାର ଏକ ସୌଜନ୍ୟମୂଳକ ଥିଲା, ସାକ୍ଷାତକାର ପରେ ଓଡ଼ିଆ ବୋଲି ଗର୍ବ ଅନୁଭବ କରୁଛି , ଶ୍ରୀଯୁକ୍ତ ମିଶ୍ର

ମହାମହିମ ରାଷ୍ଟ୍ରପତି ଙ୍କୁ ଭେଟିଲେ ପିପିଏଲ୍ ର ସୁଧୀର ରଞ୍ଜନ ମିଶ୍ର

ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ଙ୍କୁ ଭେଟିଲେ ପିପିଏଲ୍ କର୍ପୋରେଟ୍ ଆଫାୟର୍ସ୍ ମ୍ୟାନେଜର ସୁଧୀର ରଞ୍ଜନ ମିଶ୍ର

ସାକ୍ଷାତକାର ଏକ ସୌଜନ୍ୟମୂଳକ ଥିଲା, ସାକ୍ଷାତକାର ପରେ ଓଡ଼ିଆ ବୋଲି ଗର୍ବ ଅନୁଭବ କରୁଛି

ନୂଆଦିଲ୍ଲୀ: ପହିଲି ରଜରେ ଓଡ଼ିଶାର ପୁରପଲ୍ଲୀରେ ରଜ ମଉଜ ର ଆସର ଜମି ଥିବା ବେଳେ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ଠାରେ ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ଙ୍କୁ ଭେଟିଛନ୍ତି ପିପିଏଲ୍ କର୍ପୋରେଟ୍ ଆଫାୟର୍ସ୍ ର ମୁଖ୍ୟ ସୁଧୀର ରଞ୍ଜନ ମିଶ୍ର । ଯଦିଓ ଏହି ସାକ୍ଷାତକାର ଏକ ସୌଜନ୍ୟ ମୂଳକ ଥିଲା କିନ୍ତୁ ସାକ୍ଷାତକାର ପରେ ଶ୍ରୀଯୁକ୍ତ ମିଶ୍ର ନିଜକୁ ତଥା ମହାମହିମ ରାଷ୍ଟ୍ରପତିଙ୍କୁ ଓଡ଼ିଆ ଜାତି ର ଗର୍ବ ଓ ଗୌରବ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସମ୍ପୁର୍ଣ୍ଣ ଅମାୟିକ ବ୍ୟକ୍ତିତ୍ଵ ଭାବରେ ମହାମହିମ ଯେପରି ଅତ୍ୟନ୍ତ ଅମାୟିକ ବ୍ୟବହାର ପ୍ରଦର୍ଶନ କଲେ ସେଥିରେ ଯେ କେହି ବି ପ୍ରଭାବିତ ହୋଇ ଓଡ଼ିଆ ଜାତି ତଥା ଓଡ଼ିଶା ର ଏହା ଏକ ଗର୍ବ ଓ ଗୌରବ ବୋଲି ପ୍ରତିପାଦିତ କରିବ। ରାଷ୍ଟ୍ରପତି ଙ୍କ ପୋର୍ଟୋକଲ୍ ମଧ୍ୟ ରେ ଅତ୍ୟନ୍ତ ଶୃଙ୍ଖଳା ର ସହିତ ମହାମହିମ ଙ୍କୁ ଭେଟ କରାଇବା ଏବଂ ନିଜର ମାତୃଭାଷା ଓଡ଼ିଆ ରେ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ଙ୍କ ସହ ଦୁଇ ପଦ କଥା ହେବା ପରେ ଓଡ଼ିଆ ଭାବରେ ନିଜକୁ ବେଶ୍ ଗୌରବାନ୍ବିତ ଅନୁଭବ ହେଲା ବୋଲି ଶ୍ରୀଯୁକ୍ତ ମିଶ୍ର କହିଛନ୍ତି।

ତେବେ ଏହି ସାକ୍ଷାତକାର ସମୟରେ ଶ୍ରୀଯୁକ୍ତ ମିଶ୍ର ମହାମହିମ ରାଷ୍ଟ୍ରପତିଙ୍କୁ ବିଦ୍ୟାଦାତ୍ରୀ ମା ସରସ୍ବତୀଙ୍କ ଏକ ମୃଣ୍ମୟ ପ୍ରତିମୂର୍ତ୍ତି ଏବଂ ଏକ ଉତ୍ତରୀୟ ପ୍ରଦାନ କରିଥିଲେ। ଯେଉଁଥିରେ ମହାମହିମ ମା ସରସ୍ବତୀଙ୍କ ପ୍ରତିମୂର୍ତ୍ତି ପାଇ ଅତ୍ୟନ୍ତ ଖୁସି ପ୍ରକଟ କରିଥିଲେ। ଏମିତି ତ ଅନେକ ଶୁଭେଚ୍ଛା ଓ ଶୁଭକାମନା ସହ ଉପଢୌକନ ମହାମହିମ ଙ୍କୁ ମିଳୁଛି କିନ୍ତୁ ନିଜର ଜନ୍ମ ମାଟି ସୁଦୂର ଓଡ଼ିଶାରୁ ଜଣେ ଓଡ଼ିଆ ବ୍ୟକ୍ତି ବିଶେଷଙ୍କ ଠାରୁ ଏହି ଉପଢୌକନ ଗ୍ରହଣ କରିବା ନିଶ୍ଚିନ୍ତ ଏକ ବିରଳ ଉଦାହରଣ ସେଥିପାଇଁ ଶ୍ରୀଯୁକ୍ତ ମିଶ୍ର ଙ୍କୁ ମହାମହିମ ରାଷ୍ଟ୍ରପତି ଅତ୍ୟନ୍ତ ହୃଦୟତାର ସହ କୃତଜ୍ଞତା ଜ୍ଞାପନ କରିଥିଲେ।

ତେବେ ଏହି ସ୍ବଳ୍ପ ସମୟ ସାକ୍ଷାତ ମଧ୍ୟରେ ଜୀବନ ର ଏକ ନିଆରା ଅନୁଭୁତି ନେଇ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଥିଲେ ଶ୍ରୀଯୁକ୍ତ ସୁଧୀର ମିଶ୍ର।