କୋଲକାତାକୁ ଓଡ଼ିଶା ସରକାରଙ୍କ ମାଗଣା ବସ୍ ସେବା ଆରମ୍ଭ

ବାହାନଗା ଟ୍ରେନ ଦୁର୍ଘଟଣା ଯୋଗୁଁ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇନଥିବା ବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ କୋଲକାତାକୁ ମାଗଣା ବସ୍ ସେବା ଯୋଗାଉଛନ୍ତି।

କୋଲକାତାକୁ ଓଡ଼ିଶା ସରକାରଙ୍କ ମାଗଣା ବସ୍ ସେବା ଆରମ୍ଭ

ବାହାନଗା ଟ୍ରେନ ଦୁର୍ଘଟଣା ଯୋଗୁଁ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇନଥିବା ବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ କୋଲକାତାକୁ ମାଗଣା ବସ୍ ସେବା ଯୋଗାଉଛନ୍ତି। ଗତକାଲି ରାତି ସାଢ଼େ ୧୧ଟା ସୁଦ୍ଧା ପୁରୀରୁ ୨୦, ଭୁବନେଶ୍ବରରୁ ୨୩ ଓ କଟକରୁ ୧୬ଟି ବସ୍ କୋଲକାତା ଅଭିମୁଖେ ଯାଇଛି । ଏଥିମଧ୍ୟରେ ଓଏସଆରଟିସି ବସ୍ ମଧ୍ୟ ସାମିଲ ଅଛି । ଏହାଛଡା ମୃତଦେହ ସହ ସଂପର୍କୀୟଙ୍କୁ ନେବା ପାଇଁ ୫୮ଟି ଆମ୍ବୁଲାନ୍ସ/ ଡିବିସି ବିଏମସି ଓ ସ୍ୱାସ୍ଥ୍ୟ ବିଭାଗ ଅଧିନରେ ମୁତୟନ ହୋଇଛି ।