ସାଇବର ଠକେଇର ନୂଆ ତରିକା
ଲୋକଙ୍କୁ ଟାର୍ଗେଟ କରିବାକୁ ସ୍କାମର୍ସ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି ।

ଲୋକଙ୍କୁ ଟାର୍ଗେଟ କରିବାକୁ ସ୍କାମର୍ସ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି । ଏଥିରେ ଏବେ ଆଉ ଏକ ନୂଆ ତରିକା ସାମିଲ କରିଛନ୍ତି । ଲୋକଙ୍କୁ ଟାର୍ଗେଟ କରିବାକୁ ସେମାନଙ୍କୁ ଭଏସ୍ ମେଲର ବ୍ୟବହାର କରୁଛନ୍ତି ସାଇବର ଲୁଟେରା । ଗତ କିଛି ଦିନ ହେବ ସ୍କାମର୍ସ ଏହି ଉପାୟରେ ଲୁଟୁଥିବା ଜାଣିବାକୁ ମିଳିଛି ।
ଲୋକଙ୍କୁ ଫଶାଇବାକୁ ସାଇବର ଲୁଟେରା ଏବେ ଫେକ୍ ଭଏସ୍ ମେଲର ବ୍ୟବହାର କରୁଛନ୍ତି, ଯାହାର ପର୍ଦ୍ଦାଫାଶ ହୋଇଛି । ଲୁଟେରା ଲୋକଙ୍କୁ ଭଏସ୍ ମେଲ ଓ କ୍ୟୁଆର କୋଡ୍ ଜରିଆରେ ଟାର୍ଗେଟ କରୁଛନ୍ତି । ରିପୋର୍ଟ ଅନୁସାରେ, ଗତ ୧୪ ଦିନରେ ଏପରି ଢଙ୍ଗରେ ପାଖାପାଖି ୧୦୦୦ ମାମଲା ସାମ୍ନାକୁ ଆସିଛି । 'ଚେକ୍ ପଏଣ୍ଟ୍ ହାରମୋନୀ ଇମେଲ' ଏହି ସାଇବର ଆଟାକର ସୂଚନା ଦେଇଛି । ଏଭଳି ଠକାମୀରୁ ବର୍ତ୍ତିବାକୁ ହେଲେ କୌଣସି ବି ଅଜଣା ଲିଙ୍କକୁ କ୍ଲିକ ନକରିବାକୁ ସଚେତନ କରାଯାଇଛି ।