ବନ୍ଦର ନଗରୀ ରେ ବିଭତ୍ସ ହତ୍ୟାକାଣ୍ଡ

ମଧ୍ୟରାତ୍ରରେ କେହି ଦୁର୍ବୁତ୍ତ ଯୁବକର ତଣ୍ଟି କାଟି ହତ୍ୟା କରିଥିବା ନେଇ ସନ୍ଦେହ, ପୋଲିସ ତଦନ୍ତ ଜାରୀ

ବନ୍ଦର ନଗରୀ ରେ ବିଭତ୍ସ ହତ୍ୟାକାଣ୍ଡ

ପାରାଦୀପ ବଡପଡିଆ ଛକ ନିକଟ ଟ୍ୟାକ୍ସିଷ୍ଟାଣ୍ଡ ରେ ବ୍ୟବତ୍ସ ହତ୍ୟାକାଣ୍ଡ । କେହି ଦୁର୍ବୁତ୍ତ ଯୁବକର ତଣ୍ଟି କାଟି ହତ୍ୟା କରିଥିବା ନେଇ ସନ୍ଦେହ ।

ଯୁବକ ର ଘର କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଗଣ୍ଡାଖିଆ ଲୋକନାଥ ପୁର ଓ ତାଙ୍କ ନାମ ଟୁବୁଲୁ ଜେନା ବୟସ ୨୫ ବୋଲି ଜଣାପଡିଛି। ସୂଚନାନୁଯାୟୀ ଟୁବୁଲୁ ୨୦ଦିନ ହେବ ପାରାଦୀପ ସ୍ଥିତ ରେବୀକା ହୋଟେଲରେ କାମ କରି ଆସୁଥିଲା। ହେଲେ ସେ ଗତକାଲି ଫୋନ୍ ରେ କାହା ସହିତ ଗାଳିଗୁଲଜ କରୁଥିଲା। ଯାହାକୁ ହୋଟେଲ ର ଅନ୍ୟ କର୍ମଚାରୀ ମାନେ ଦେଖିଥିଲେ।

ତେବେ ଗତକାଲି ରାତି ୧୨ଟା ପରେ ସମସ୍ତେ ଖାଇପିଇ ଶୋଇବା ପରେ ସକାଳୁ ହୋଟେଲ ପଛପଟ ଟ୍ୟାକ୍ସି ଷ୍ଟାଣ୍ଡ ମଣ୍ଡପ ଉପରେ ରକ୍ତ ଯୁଡୁ ବୁଡୁ ଅବସ୍ଥାରେ ତାର ମୃତଦେହ ପଡ ରହିଛି। ତେବେ ତାର ବେକ କୌଣସି ଧାରୁଆ ଅସ୍ତ୍ର ରେ କଟା ହୋଇଥିବା ବେଳେ ଘଟଣା ସ୍ଥଳରେ ପାରାଦୀପ ଆଦର୍ଶ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।

ତେବେ ମୃତ ଟୁବୁଲୁ ର ପରିବାର ପକ୍ଷରୁ କେହି ପହଞ୍ଚି ନଥିବା ବେଳେ ପୋଲିସ ପକ୍ଷରୁ ଶବ ବ୍ୟବଛେଦ ପାଇଁ ପଠା ଯାଇଛି । 

ପାରାଦୀପ ଆଦର୍ଶ ଥାନା ଥାନା ଠାରୁ ମାତ୍ର ୫୦ମିଟର ଦୂରରେ ଏହି ହତ୍ୟାକାଣ୍ଡ ଘଟିଛି । ଯାହାକୁ ନେଇ ପାରାଦୀପ ପୋଲିସ କୁ ଅପରାଧୀ ର ଏହା ଏକ ଖୋଲା ଚ୍ୟାଲେଞ୍ଜ ବୋଲି ଆଲୋଚନା ହେଉଛି । 

ପାରାଦୀପ ରୁ ଲାଲା ବିନୟ କୁମାର ରାୟ ଙ୍କ ରିପୋର୍ଟ