ସିଗାରେଟ ଏବଂ ତମାଖୁ ସେବନ ନେଇ କଡ଼ା ନିୟମ
କର୍ଣ୍ଣାଟକ ସରକାର ବୁଧବାର ହୁକ୍କା ବାର୍କୁ ନେଇ କଡ଼ା ନିୟମ ଆଣିଛନ୍ତି । ଏହା ଅନୁଯାୟୀ, ରାଜ୍ୟରେ ହୁକ୍କା ବାର୍ ଉପରେ ବ୍ୟାନ୍ ଲଗାଯାଇଛି। ଏହି ନିୟମ ଉଲ୍ଲଘଂନ କଲେ କଡ଼ା ଦଣ୍ଡ ଭୋଗିବାକୁ ପଡ଼ିବ। ଯେଉଁଥିରେ ୧-୩ ବର୍ଷର ଜେଲ୍ ଦଣ୍ଡ ସହ ୧ ଲକ୍ଷ ପର୍ଯ୍ୟନ୍ତ ଜରିମାନା ମଧ୍ୟ ଲଗାଯାଇପାରେ। ଖାଲି ସେତିକି ନୁହେଁ, ରାଜ୍ୟରେ ସିଗାରେଟ୍ ଏବଂ ଅନ୍ୟ ତମାଖୁ ଉତ୍ପାଦ ଉପରେ ମଧ୍ୟ ନିୟମ ଲାଗୁ କରାଯାଇଛି।

ତେବେ ଏହା ରାଜ୍ୟରେ ୨୧ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ଲାଗୁ ହେବ।
ବିଜ୍ଞପ୍ତି ଅନୁଯାୟୀ, ନାଗରିକଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଏବଂ ତମାଖୁ ସହ ଜଡ଼ିତ ରୋଗର ପ୍ରଭାବକୁ ରୋକିବା ପାଇଁ ବର୍ତ୍ତମାନର ସିଗାରେଟ ଏବଂ ଅନ୍ୟ ତମାଖୁ ଉତ୍ପାଦ ଅଧିନିୟମ (COTPA)ରେ ସଂଶୋଧନ ପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ଆଇନରେ ଧୂମ୍ରପାନ ମୁକ୍ତ ବାତାବରଣ ସୃଷ୍ଟି କରିବା ଉପରେ ଜୋର ଦିଆଯାଇଛି। ଏହା ସହ ସର୍ବସାଧାରଣରେ ତମାଖୁ ଖାଇବା ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଲଗାଉଛି।
ସୂଚନା ଅନୁଯାୟୀ, ରାଜ୍ୟର ସିଦ୍ଦରମେୟା ସରକାର ଶିକ୍ଷାନୁଷ୍ଠାନର ୧୦୦ ମିଟର ମଧ୍ୟରେ ସିଗାରେଟ ଏବଂ ତମାଖୁ ଉତ୍ପାଦ ବିକ୍ରି କରିବା ଉପରେ ମଧ୍ୟ ବ୍ୟାନ୍ ଲଗାଇଛନ୍ତି। ଆଉ ଏହାର ଉଲ୍ଲଘଂନ କଲେ ୧୦୦୦ ଟଙ୍କାର ଜରିମାନା ଦେବାକୁ ପଡ଼ିବ। ଖାଲି ସେତିକି ନୁହେଁ କଂଗ୍ରେସ ନେତା ଏବଂ କର୍ଣ୍ଣାଟକ ମନ୍ତ୍ରୀ ପ୍ରିୟାଙ୍କ ଖଡଗେ କହିଛନ୍ତି ଏହି ନିଷ୍ପତ୍ତି ଯୁବକଙ୍କ ସ୍ବାସ୍ଥ୍ୟ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି।