ମନ୍ତ୍ରମୁଗ୍ଧ କରୁଛି ରାମ ଲଲ୍ଲାଙ୍କ ମୂର୍ତ୍ତି, ଏହା ରହିଛି ସ୍ବତନ୍ତ୍ରତା
ଅଯୋଧ୍ୟାରେ ରାମମନ୍ଦିରରେ ଭଗବାନଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ବହୁ ମାନ୍ୟଗନ୍ୟ ବ୍ୟକ୍ତି ଏହି ସମାରୋହରେ ଯୋଗ ଦେଇଥିଲେ ।

ଅଯୋଧ୍ୟାରେ ରାମମନ୍ଦିରରେ ଭଗବାନଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ବହୁ ମାନ୍ୟଗନ୍ୟ ବ୍ୟକ୍ତି ଏହି ସମାରୋହରେ ଯୋଗ ଦେଇଥିଲେ । ପୁରା ଦେଶ ରାମଲଲ୍ଲାଙ୍କ ସ୍ବାଗତ ମହାସମାରୋହରେ କରିଛି । ଗର୍ଭଗୃହରେ ଭଗବାନଙ୍କ ଆଳତୀ କରାଯାଇଛି । ଏବେ ରାମଲଲ୍ଲାଙ୍କ ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି ।
ବାମହାତରେ ଧନୁତୀର ଧରିଥିବା ରାମଲଲ୍ଲାଙ୍କ ମୂର୍ତ୍ତିରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଜାଣିବାର ଆବଶ୍ୟକତା ରହିଛି ।
ରାମଲଲ୍ଲାଙ୍କ ମୂର୍ତ୍ତିରେ ଖାସ କଥା ହେଉଛି, ଏହି ମୂର୍ତ୍ତିର ଉଚ୍ଚତା ୬୫୧ ଇଞ୍ଚ୍ ରହିଛି । ଚାରିପଟରେ ଆଭାମଣ୍ଡଳ ରଖାଯାଇଛି । ରାମଲଲ୍ଲାଙ୍କ ବାମ ତଥା ଡାହାଣ ପାର୍ଶ୍ୱରେ ବିଷ୍ଣୁଙ୍କ ଦଶାବତାର ବି ରହିଛି । କୁର୍ମ, ବାମନ, ନରସିଂହ, ପର୍ଶୁରାମ, ରାମ, କୃଷ୍ଣ, ମତ୍ସ୍ୟ, ବରାହ, ବୃଦ୍ଧ ଓ କଳକି ଅବତାର ମୂର୍ତ୍ତି ପାର୍ଶ୍ୱରେ ରହିଛି ।
ଏହି ମୂର୍ତ୍ତିର ଓଜନ ୨୦୦ କେଜି ରହିଛି । ରାମଲଲ୍ଲାଙ୍କ ମଥାରେ ସୂର୍ଯ୍ୟ ବିଦ୍ୟମାନ ରହିଛନ୍ତି । ମୂର୍ତ୍ତିର ଆଭା ମଣ୍ଡଳ ନିମ୍ନ ଭାଗରେ ଭଗବାନ ହନୁମାନ ବିଦ୍ୟମାନ ରହିଛନ୍ତି । ସନାତନ ଧର୍ମକ ପ୍ରତୀକ ସାତ୍ତ୍ୱିକ ଚିହ୍ନ ମଧ୍ୟ ରହିଛି l
ସାତ୍ତ୍ୱିକ ଚିହ୍ନ ସହ ଓମ୍, ଚକ୍ର, ଓ ଗଦା ଚିହ୍ନ ମଧ୍ୟ ରହିଛି । ରାମଲଲ୍ଲାଙ୍କ ମୂର୍ତ୍ତିକୁ କମଳ ଆସନ ଉପରେ ବିରାଜ ମାନ କରାଯାଇଛି l
ବାମ ହାତରେ ଧନୁତୀର ଧରିଥିବା ଡାହାଣ ହାତରେ ଆଶୀର୍ବାଦ ଦେଉଛନ୍ତ ରାମଲ୍ଲା । ରାମ ଲଲ୍ଲାଙ୍କୁ ଏକ ସୁନାର ମୁକୁଟ ଧାରଣ କରିଛନ୍ତି ।
ରାମଲଲ୍ଲାଙ୍କ ମୂର୍ତ୍ତିକୁ କର୍ଣ୍ଣାଟକର ୩୭ ବର୍ଷୀୟ କାରୀଗର ଅରୁଣ ଯୋଗୀରାଜ ନିର୍ମାଣ କରିଛନ୍ତି । ଆଜି(ଜାନୁଆରୀ ୨୨) ଭବ୍ୟ ସମାରୋହରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି ।