ପାରାଦୀପ ମୁହାଁଣ ମୁହଁ ରେ ଆଜି ପୁଣି ଏକ ଅଘଟଣ ଘଟି ଯାଇଛି । ୮ ଜଣଙ୍କ ଜୀବନ ସଙ୍କଟ ରେ
ସମସ୍ତ ଙ୍କ ଆଖି ଆଗରେ ଶ୍ରୀକ୍ଷେତ୍ର - ୩ ନାମକ ବୋଟ୍ ମନକୁ ମନ ଭାସି ଭାସି ଚାଲି ଯାଉଛି । କେହି କିଛି ସାହାଯ୍ୟ କରିବାକୁ ଚାହୁଁଥିଲେ ମଧ୍ୟ କିଛି ବି କରି ପାରୁ ନାହାଁନ୍ତି ।

ପାରାଦୀପ ମୁହାଁଣ ମୁହଁ ରେ ଆଜି ପୁଣି ଏକ ଅଘଟଣ ଘଟି ଯାଇଛି ।
ସମସ୍ତ ଙ୍କ ଆଖି ଆଗରେ ଶ୍ରୀକ୍ଷେତ୍ର - ୩ ନାମକ ବୋଟ୍ ମନକୁ ମନ ଭାସି ଭାସି ଚାଲି ଯାଉଛି । କେହି କିଛି ସାହାଯ୍ୟ କରିବାକୁ ଚାହୁଁଥିଲେ ମଧ୍ୟ କିଛି ବି କରି ପାରୁ ନାହାଁନ୍ତି । କାହିଁକି ନା ଦୁର୍ଭାଗ୍ୟ ବଶତଃ ସେହି ବୋଟ୍ ଟି ଖରାପ୍ ହୋଇ ଯାଇଛି ଏବଂ ତାହା ଭିତରେ ବୋଟ୍ ର ୮ଜଣ କର୍ମଚାରୀ ରହିଛନ୍ତି। ଯେଉଁ ମାନଙ୍କର ଆକୁଳ କ୍ରନ୍ଦନ ଶୁଭୁଛି, ରକ୍ଷାକର ଭାଇ ଆମକୁ ରକ୍ଷାକର କିନ୍ତୁ ସେହି ଡାକ ସେହି ବୋଟ୍ ରେ ହିଁ ମିଳେଇ ଯାଉଛି । ଯଦିଓ କୂଳକୁ ଶୁଭୁଚ୍ଛି କିନ୍ତୁ କୁଳରେ ସମସ୍ତେ ଦେଖୁଛନ୍ତି ବୋଟ୍ ଟି ମନକୁ ମନ କିପରି ଭାସି ଭାସି ଦୁରକୁ ପଳଉଛି କେହି କିଛି ସାହାଯ୍ୟ ସହଯୋଗ ଯୋଗାଇ ପାରୁନାହାଁନ୍ତି । ଏହି ଦୃଶ୍ୟ ଆଜି ପାରାଦୀପ ନେହେରୁ ବଙ୍ଗଳା ମୁହାଁଣ ମୁହଁ ରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି ।
ତେବେ ମିଳିଥିବା ସୁଚନା ଅନୁଯାୟୀ ଶ୍ରୀକ୍ଷେତ୍ର - ୩ ନାମକ ଏକ ବୋଟ୍ ମାଛ ମାରିବାକୁ ଯାଇଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ସମୁଦ୍ର ମଧ୍ୟରେ ତାହା ଖରାପ୍ ହୋଇଯାଇଥିଲା। ତେବେ ଏହି ଖବର ପାଇବା ମାତ୍ରେ ପାଖରେ ମାଛ ଧରୁଥିବା ଗୋପାଳଜୀୟୁ -୬ ନାମକ ବୋଟ୍ ଉକ୍ତ ବୋଟ୍ କୁ ଏକ ରାଶି ସାହାଯ୍ୟରେ ଟାଣି ଟାଣି କୁଳକୁ ଆଣୁଥିଲା। କିନ୍ତୁ ବିଧିର ବିଧାନ ଥିଲା ଆଉ କିଛି ଅଲଗା । ଦୁଇଟି ବୋଟ୍ ମହାନଦୀ ମୁହାଁଣ ମୁହଁ ରେ ପହଞ୍ଚିଲା ବେଳକୁ ବନ୍ୟା ପାଣି ଓ ଲଘୁଚାପ ଜନିତ ସମୁଦ୍ର କରେଣ୍ଟ୍ ରେ ଟଣା ହୋଇ ଆସୁଥିବା ବୋଟ୍ ର ରଶ୍ମି ଛିଡି ଯାଇଥିଲା ଯାହା ଫଳରେ ଗୋପାଳଜୀୟୁ ବୋଟ୍ ସିନା ବର୍ତ୍ତି ଗଲା କିନ୍ତୁ ଶ୍ରୀକ୍ଷେତ୍ର ବୋଟ୍ ଟି ପାଣିର ପ୍ରଖର ସୁଅରେ ଭାସି ଭାସି ଦୁରକୁ ଦୁରକୁ ଚାଲିଗଲା । ଏନେଇ ଖବର ପାଇବା ପରେ ନେହେରୁ ବଙ୍ଗଳା ପଥର ବନ୍ଧରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା କିନ୍ତୁ କେହି କିଛି ସାହାଯ୍ୟ ସହଯୋଗ ଯୋଗାଇ ପାରିନଥିଲେ । ତେବେ ଭାରତୀୟ ତଟରକ୍ଷୀ ବାହିନୀ ଓ ସାମୁଦ୍ରିକ ମେରାଇନ୍ ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ବୋଟ୍ ରେ ଥିବା କର୍ମଚାରୀ ମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇପାରିବ ସେନେଇ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ତେବେ ମିଳିଥିବା ଶେଷ ସୁଚନା ଅନୁଯାୟୀ ବୋଟ୍ ଟି ଭାସି ଭାସି ଆରପାରି ରେ ଲାଗିଛି । କିନ୍ତୁ କିଏ କେତେ ସୁରକ୍ଷିତ ଅଛନ୍ତି ସେନେଇ କିଛି ସୁଚନା ମିଳିନାହିଁ ।
ପାରାଦୀପ ରୁ ଲାଲା ବିନୟ କୁମାର ରାୟ ଙ୍କ ରିପୋର୍ଟ ଓଏନ୍ଏମ୍ ନିୟୁଜ୍