ରାଜ୍ୟରେ 'ଡେଙ୍ଗୁ' ଲଗାମଛଡ଼ା : ରାଜଧାନୀ ସ୍ଥିତି ଉଦ୍‌ବେଗଜନକ

ପ୍ରତିବର୍ଷ ଜୁଲାଇରୁ ସେପ୍ଟେମ୍ୱର ମାସରେ ଡେଙ୍ଗୁର ପ୍ରଭାବ ଅଧିକ ରହିଥାଏ

ରାଜ୍ୟରେ 'ଡେଙ୍ଗୁ' ଲଗାମଛଡ଼ା : ରାଜଧାନୀ ସ୍ଥିତି ଉଦ୍‌ବେଗଜନକ

ରାଜ୍ୟରେ ଦିନକୁ ଦିନ ବଢ଼଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନସୁଦ୍ଧା ରାଜ୍ୟରେ ୨ହଜାର ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ତହିଁରୁ ଚଉଠେ କେବଳ ଖୋର୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏହାପଛକୁ ସୁନ୍ଦରଗଡ଼, ରାଉରକେଲା ସହର, ବଲାଙ୍ଗୀର ଓ କଟକରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ରହିଛି। ଗତ କିଛିବର୍ଷ ହେବ ଭୁବନେଶ୍ୱର ସମେତ ରାଜ୍ୟରେ ଡେଙ୍ଗୁ ଲୋକଙ୍କୁ କଲବଲ କରୁଛି।

ଏବେ ବର୍ଷା ଋତୁ ଆରମ୍ଭ ହୋଇଥିବାରୁ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼଼ିପାରେ ବୋଲି ଆଶଙ୍କା କରାଯାଉଛି।

ପ୍ରତିବର୍ଷ ଜୁଲାଇରୁ ସେପ୍ଟେମ୍ୱର ମାସରେ ଡେଙ୍ଗୁର ପ୍ରଭାବ ଅଧିକ ରହିଥାଏ। ସବୁବେଳେ ରାଜଧାନୀରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥାଆନ୍ତି। ଚଳିତବର୍ଷ ବି ଭୁବନେଶ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି ଓ ବିଶେଷକରି ନୀଳାଦ୍ରି ବିହାର ରାଜଧାନୀର ଡେଙ୍ଗୁ ଜୋନ୍‌ରେ ପରିଣତ ହୋଇଛି। ଡେଙ୍ଗୁରେ ଆକ୍ରାନ୍ତ ହୋଇ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କର ପରଲୋକ ପରେ ରାଜଧାନୀବାସୀ ଭୟଭୀତ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମଙ୍କର ଘର ଲୁମ୍ବିନୀ ବିହାର ଅଞ୍ଚଳରେ ଓ ସେଠାରେ ହିଁ ତାଙ୍କ ପତ୍ନୀଙ୍କୁ ଡେଙ୍ଗୁ ହୋଇଥିବା ଜୁଏଲ କହିଛନ୍ତି। ଯେଉଁଠି ଡେଙ୍ଗୁ ଆକ୍ରାନ୍ତ ହୋଇ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀ ମୃତ୍ୟୁବରଣ କରିଛନ୍ତି, ସେଠାରେ ଅନ୍ୟ ସାଧାରଣ ଲୋକଙ୍କ କଥା କିଏ ପଚାରେ ବୋଲି ସାଧାରଣରେ ଆଲୋଚନା ଚାଲିଛି। ରାଜ୍ୟରେ କ୍ରମାଗତ ଭାବେ ରୋଗୀଙ୍କ ସଂଖ୍ୟା ବଢ଼଼ୁଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଚିନ୍ତାଜନକସ୍ଥିତି ଉପୁଜିଲାଣି ବୋଲି କୁହାଯାଉଛି। ଫଳରେ ଡେଙ୍ଗୁ ପରିଚାଳନା ନେଇ ସ୍ୱାସ୍ଥ୍ୟ ବିଭାଗର ଭୂମିକାକୁ ନେଇ ସ୍ୱାଭାବିକ ପ୍ରଶ୍ନ ଉଠିଛି।

ଲୁମ୍ବିନୀବିହାର ବ୍ୟତୀତ ରାଜାଧାନୀର ନୀଳାଦ୍ରୀ ବିହାର, ନୂଆପଲ୍ଲୀ, ସାଲିଆ ସାହି, ଖଣ୍ଡଗିରି, ସହିଦନଗର, ଭୀମଟାଙ୍ଗୀ ଆଦି ଅଞ୍ଚଳରୁ ଅଧିକାଂଶ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଡେଙ୍ଗୁର ମୁକାବିଲା ପାଇଁ ସବୁ ଜିଲ୍ଲାକୁ ଏସ୍‌ଓପି ଜାରି କରାଯାଇଛି। ଡେଙ୍ଗୁ ସଂକ୍ରମଣକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି।

ପ୍ରତିବର୍ଷ ଜୁଲାଇରୁ ସେପ୍ଟେମ୍ୱର ମାସରେ ଡେଙ୍ଗୁର ପ୍ରଭାବ ଅଧିକ ରହିଥାଏ। ସବୁବେଳେ ରାଜଧାନୀରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥାଆନ୍ତି। ଚଳିତବର୍ଷ ବି ଭୁବନେଶ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି ଓ ବିଶେଷକରି ନୀଳାଦ୍ରି ବିହାର ରାଜଧାନୀର ଡେଙ୍ଗୁ ଜୋନ୍‌ରେ ପରିଣତ ହୋଇଛି। ଡେଙ୍ଗୁରେ ଆକ୍ରାନ୍ତ ହୋଇ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କର ପରଲୋକ ପରେ ରାଜଧାନୀବାସୀ ଭୟଭୀତ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମଙ୍କର ଘର ଲୁମ୍ବିନୀ ବିହାର ଅଞ୍ଚଳରେ ଓ ସେଠାରେ ହିଁ ତାଙ୍କ ପତ୍ନୀଙ୍କୁ ଡେଙ୍ଗୁ ହୋଇଥିବା ଜୁଏଲ କହିଛନ୍ତି। ଯେଉଁଠି ଡେଙ୍ଗୁ ଆକ୍ରାନ୍ତ ହୋଇ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀ ମୃତ୍ୟୁବରଣ କରିଛନ୍ତି, ସେଠାରେ ଅନ୍ୟ ସାଧାରଣ ଲୋକଙ୍କ କଥା କିଏ ପଚାରେ ବୋଲି ସାଧାରଣରେ ଆଲୋଚନା ଚାଲିଛି। ରାଜ୍ୟରେ କ୍ରମାଗତ ଭାବେ ରୋଗୀଙ୍କ ସଂଖ୍ୟା ବଢ଼଼ୁଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଚିନ୍ତାଜନକସ୍ଥିତି ଉପୁଜିଲାଣି ବୋଲି କୁହାଯାଉଛି। ଫଳରେ ଡେଙ୍ଗୁ ପରିଚାଳନା ନେଇ ସ୍ୱାସ୍ଥ୍ୟ ବିଭାଗର ଭୂମିକାକୁ ନେଇ ସ୍ୱାଭାବିକ ପ୍ରଶ୍ନ ଉଠିଛି।

ଲୁମ୍ବିନୀବିହାର ବ୍ୟତୀତ ରାଜାଧାନୀର ନୀଳାଦ୍ରୀ ବିହାର, ନୂଆପଲ୍ଲୀ, ସାଲିଆ ସାହି, ଖଣ୍ଡଗିରି, ସହିଦନଗର, ଭୀମଟାଙ୍ଗୀ ଆଦି ଅଞ୍ଚଳରୁ ଅଧିକାଂଶ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଡେଙ୍ଗୁର ମୁକାବିଲା ପାଇଁ ସବୁ ଜିଲ୍ଲାକୁ ଏସ୍‌ଓପି ଜାରି କରାଯାଇଛି। ଡେଙ୍ଗୁ ସଂକ୍ରମଣକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି। ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମୁକାବିଲା ପାଇଁ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି।