ଓଡ଼ିଶା ଗସ୍ତରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ରବିବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସକାଳ ୯ଟା ୫ରେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ପହଞ୍ଚିବା ପରେ କୋଣାର୍କରେ ବିଜେପିର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବେ । ସେଠାରୁ ସଡ଼କ ପଥରେ କଟକ କେଶବ ଭବନ ସରସ୍ୱତୀ ବିଦ୍ୟାମନ୍ଦିରରେ ପହଞ୍ଚି ଭୂମି ପୂଜା ଉତ୍ସବରେ ଯୋଗ ଦେବେ । ପରେ କଟକ ରେଳ ଷ୍ଟେସନ ପୁର୍ନବିକାଶ କାର୍ୟ୍ୟ ଯାଞ୍ଚ କରିବେ । ସେଠାରୁ ବିଜେପି କାର୍ୟ୍ୟାଳୟ ଫେରିବେ । ରେଳ ଅତିଥି ଭବନରେ ରାତ୍ରି ଯାପନ କରିବେ ।
ସୋମବାର ଦିନ ୧୧ଟା ୧୫ରେ ଭୁବନେଶ୍ୱର ଷ୍ଟେସନ ବିକାଶ କାର୍ୟ୍ୟ ଯାଞ୍ଚ କରିବେ । ୧୨ଟାରେ ତେଜସ୍ ର୍ୟାକ୍ ଲାଗିଥିବା ରାଜଧାନୀ ଏକ୍ସପ୍ରେସର ଉଦ୍ଘାଟନ କରିବେ । ସେଠାରୁ ବାହାରି ଦିନ ୧ଟା୧୫ରେ ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ଟ୍ରେନ୍ ମ୍ୟାନେଜମେଣ୍ଟ୍ ସେଣ୍ଟରରେ ଉଦଘାଟନ କରିବେ । ପୂର୍ବତଟ ରେଳପଥର ସମୀକ୍ଷା କରିବେ । ୪ଟା୩୦ରେ ମୁଖ୍ୟ ମହାଡାକପାଳ (ସିପିଏମଜି)ଙ୍କ କାର୍ୟ୍ୟାଳୟରେ ପହଞ୍ଚି ଡାକ ଓ ଟେଲିକମ୍ ବିଭାଗ କାର୍ୟ୍ୟର ସମୀକ୍ଷା କରିବେ । ପରେ ରାତି ୭ଟା୫ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ନୂଆଦିଲ୍ଲୀ ଫେରିଯିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।