ବଡଦିନ ପାଇଁ ଉତ୍ସବମୁଖର ଦେଶବିଦେଶ
ଆଜି ପ୍ରବିତ ବଡଦିନ । ମଧ୍ୟରାତ୍ରୀରୁ ଧରାପୃଷ୍ଠକୁ ଓହ୍ଲାଇଛନ୍ତି ଭଗବାନ୍ ଯୀଶୁ ।

ଆଜି ପ୍ରବିତ ବଡଦିନ । ମଧ୍ୟରାତ୍ରୀରୁ ଧରାପୃଷ୍ଠକୁ ଓହ୍ଲାଇଛନ୍ତି ଭଗବାନ୍ ଯୀଶୁ । ଏଥିପାଇଁ ଚଂଳଚଂଚଳ ହୋଇପଡିଛି ପୁରା ଦେଶ । ଦେଶର ବିଭିନ୍ନ ସହରରେ ବଡ ଦିନ ଧୁମଧାମରେ ପାଳନ କରାଯାଇଛି । ଆଜିର ଦିନରେ ଭଗବାନ ଯୀଶୁ ଜନ୍ମଗ୍ରହଣ କରିଥିବାରୁ ଏହାକୁ ପାଳନ କରିଆସୁଛନ୍ତି ଖ୍ରୀଷ୍ଟାଧର୍ମାବଲମ୍ବି । ଚର୍ଚ୍ଚରେ ଏଥିପାଇଁ ଲାଗିଛି ପ୍ରବଳ ଗହଳି ।
ବିଦେଶରେ ବି ବଡ ଦିନ ପାଇଁ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ନେପାଳରେ ବଡଦିନ ପାଇଁ ଚର୍ଚ୍ଚରେ ସମୂହ ପ୍ରାର୍ଥନା କରିଛନ୍ତି ଖ୍ରୀଷ୍ଟାଧର୍ମାବଲମ୍ବି । ଚର୍ଚ୍ଚରେ ଏନ୍ତୁଡିଶାଳା ନିର୍ମାଣ କରାଯାଇ ଯୀଶୁଙ୍କ ଜନ୍ମ ବୃତାନ୍ତଙ୍କୁ ବ୍ୟାଖା କରାଯାଇଛି । ବଡଦିନ ଅବସରରେ ଉତ୍ସବମୁଖର ହୋଇଛି ଜାମ୍ମୁକାଶ୍ମୀରରେ ଥିବା ଉଧମପୁରର ୟୁନିଅନ୍ ଚର୍ଚ୍ଚ । ସୁନ୍ଦର ଆଲୋକମାଳା ସାଙ୍ଗକୁ ଆକର୍ଷଣୀୟ ସାଜସଜ୍ଜା ମନ ମୋହୁଛି । ସେହିପରି ଦିଲ୍ଲୀ ନର୍ଥ କାଥୋଲିକ୍ ଚର୍ଚ୍ଚରେ ବି ଲାଗିଛି ପ୍ରବଳ ଗହଳି ଲାଗିଛି । ତାମିଲନାଡୁ ଉଟିର ବିଭିନ୍ନ ଚର୍ଚ୍ଚରେ ବି ଭିଡ ଦେଖିବାକୁ ମିଳିଛି ।
ସାରା ଦେଶରେ ଖ୍ରୀଷ୍ଟମାସକୁ ନେଇ ଉତ୍ସବ ପାଳନ ହେଉଥିବା ବେଳେ ଦିଲ୍ଲୀର କ୍ୟାଥୋଲିକ୍ ଚର୍ଚ୍ଚରେ ବେଶ୍ ଧୁମଧାମ୍ରେ ବଡ଼ଦିନ ପାଳନ କରିଛନ୍ତି ଶ୍ରଦ୍ଧାଳୁ । ରାତିରେ କ୍ୟାଣ୍ଡଲ ଲାଇଟରେ ପ୍ରଭୁ ଯିଶୁଙ୍କୁ ସ୍ୱାଗତ କରିଛନ୍ତି ଲୋକେ । କେଥୋଲିକ୍ ଚର୍ଚ୍ଚରେ ପହଂଚି ପ୍ରାର୍ଥନା କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧକ୍ଷ୍ୟ ଜେପି ନଡ୍ଡା । ନଡ୍ଡାଙ୍କ ସହ ଦଳର ଅନେକ କର୍ମୀ ବି ଚର୍ଚ୍ଚରେ ପହଂଚି ପ୍ରାର୍ଥନା କରିଛନ୍ତି । ସେହିପରି କୁନି କୁନି ପିଲାଙ୍କ ସହ ବଡ ଦିନ ପାଳିଛନ୍ତି ଦିଲ୍ଲୀର ନଗର ଉନ୍ନୟନ ମନ୍ତ୍ରୀ ସୌରଭ ଭରଦ୍ୱାଜ । ସେ ପିଲାଙ୍କୁ ମିଠା ଓ ଗ୍ରୀପ୍ଟ ଉପହାରରେ ଦେଇଛନ୍ତି ଖୁସି ବାଂଟିଛନ୍ତି ।
ଖ୍ରୀଷ୍ଟମାସ୍ ଅବସରରେ ଦିଲ୍ଲୀର ସେକ୍ରେଡ ହାର୍ଟ କ୍ୟାଥେଡ୍ରଲ ଚର୍ଚ୍ଚରେ ସମୂହ ପ୍ରାର୍ଥନା କରାଯାଇଛି । ଲୋକମାନେ ପ୍ରଭୁ ଯୀଶୁଙ୍କ ସାମ୍ନାରେ ମହମବତୀ ଜାଳି ଦିନକୁ ସ୍ୱତନ୍ତ୍ର ଭାବେ ପାଳିଛନ୍ତି । ଚର୍ଚକୁ ଭଳିକି ଭଳି ରଙ୍ଗବେରଙ୍ଗର ଆଲୁଅରେ ସଜାଯାଇଥିବାର ଚିତ୍ର ସାମନାକୁ ଆସିଛି ।