ଜନ୍ମିତ ଶିଶୁ ବିକ୍ରୀ ମାମଲା ବାପା ସହ ଅନ୍ୟ ଜଣେ ଦଲାଲ କୋର୍ଟ ଚାଲାଣ, ମିଳୁନି ବିକ୍ରୀ ଶିଶୁ

ଜନ୍ମିତ ଶିଶୁ ବିକ୍ରୀ ମାମଲା ବାପା ସହ ଅନ୍ୟ ଜଣେ ଦଲାଲ କୋର୍ଟ ଚାଲାଣ, ମିଳୁନି ବିକ୍ରୀ ଶିଶୁ

ଜନ୍ମିତ ଶିଶୁ ବିକ୍ରୀ ମାମଲା ବାପା ସହ ଅନ୍ୟ ଜଣେ ଦଲାଲ କୋର୍ଟ ଚାଲାଣ, ମିଳୁନି ବିକ୍ରୀ ଶିଶୁ

ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲା ରୁ ଆର୍ଥିକ ସ୍ଥିତି ଠିକ୍ ନ ଥିବା ସୁଯୋଗ ନେଇ ସାଧାରଣ ଲୋକଙ୍କ ନିକଟରୁ ନାବାଳିକା ତଥା ଯୁବତୀ ଙ୍କୁ ଟଙ୍କା ଦେଇ ବିବାହ ଆଳରେ ନେଇ ଯାଉଥିବା ସହ ଜନ୍ମିତ ଶିଶୁ କୁ ବିକ୍ରୀ କରି ଦେବା ଓ ପରେ କିଛି ଖୋଜ,ଖବର ମିଳୁ ଥିବା ଘଟଣା ବୃଦ୍ଧି ପାଉଛି।

ସେହିପରି ଜିଲ୍ଲା ର ଟିଟିଲାଗଡ ୧୨ ନମ୍ବର ୱାର୍ଡ ର ପୁଷ୍ପା ପଟେଲ ଓ ସ୍ବାମୀ ସନ୍ତୋଷ ପଟେଲ ଙ୍କ ନିକଟରୁ ଏକ ଜନ୍ମିତ ଶିଶୁ ପୁତ୍ର କୁ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ରେ ବିକ୍ରୀ ଘଟଣା ନଜର କୁ ଆସିଥିବା ବେଳେ ଏ ନେଇ ଖବର ପ୍ରସାରିତ ହୋଇଥିଲା । ଖବର ପ୍ରକାଶ ପାଇବା ସହ ଜିଲ୍ଲା ଜନସେବା ସିବିଓ ତରଫରୁ ଗତ ତା୩୧-୦୭-୨୩ ରିଖ ଦିନ ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଥିଲା ।

ଅଭିଯୋଗ କୁ ଭିତ୍ତିକରି ତୁରନ୍ତ ଟିଟିଲାଗଡ ଅତିରିକ୍ତ ଆରକ୍ଷୀ ଅଧିକାରୀ ଅଙ୍କିତା କୁମ୍ଭାର ଙ୍କୁ ଘଟଣା ର ସବିଶେଷ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ପୋଲିସ୍ ପ୍ରଶାସନ ପକ୍ଷରୁ ତୁରନ୍ତ ଶିଶୁବିକ୍ରୀ କରିଥିବା ସନ୍ତୋଷ ପଟେଲ କୁ ଗିରଫ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଅନ୍ୟ ଜଣେ ମହମ୍ମଦ ରସିଦ ନାମକ ଉକ୍ତ ଅଞ୍ଚଳ ର ଜଣେ ଯୁବକ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି । ହେଲେ ବର୍ତ୍ତମାନ୍ ସୁଦ୍ଧା ବେସ ହଟ, ଚମଟ ସୃଷ୍ଟି ହୋଇ ଥିବା ଏହି ଜନ୍ମିତ ଶିଶୁ ବିକ୍ରି ମାମଲା ନେଇ ଉକ୍ତ ମୁଖ୍ୟ ଦଲାଲ ତଥା ଶିଶୁ କିଣିଥିବା ଲୋକେ ତଥା ଶିଶୁ ର କୌଣସି ଖୋଜ,ଖବର ପୋଲିସ ପାଇ ନ ଥିବା ଜଣାଯାଇଛି । କେବଳ ଏକ ମାମଲା ରୁଜ୍ଜୁ କରି ଦୁଇ ଜଣ ଙ୍କୁ କୋର୍ଟ ଚାଲାଣ କରିଦେଇ ଘଟଣା ଚପେଇ ଦିଆ ନ ଯାଉ ବୋଲି ବିଭିନ୍ନ ମହଲ ରେ ଦାବି ହେଉଛି ।