ରାସ୍ତାରେ ମଦ
ପ୍ରଶାସନ ନୀରବ ଦ୍ରଷ୍ଟା ସାଯିବା ନେଇ ମଦଭାଟି ଭାଟି ରୁ ସମସ୍ତ ମଦ ଆଣି ରାସ୍ତାରେ ନଷ୍ଟ କଲେ ଗ୍ରାମବାସୀ ।

ବଲାଙ୍ଗୀର,ତା୦୧-୦୯: ବଲାଙ୍ଗିର ଖୁଜେନପାଲିରେ ଦେଶୀ ମଦଭାଟିକୁ ବିରୋଧ କରି ମଦ ଜାରି ପ୍ୟାକେଟ ଗୁଡିକ ଭାଟି ରୁ ଆଣି ରାସ୍ତାରେ ନଷ୍ଟ କରି ସବୁ ଭାଟି ର ବିଭିନ୍ନ ସାମଗ୍ରୀ ରାସ୍ତାରେ ପୋଡ଼ି ଦେଇଥିଲେ ଗ୍ରାମ ବାସି ।ମଦଭାଟି ସାମ୍ନାରେ ଉତ୍ତେଜନା ଓ ଜଳାପୋଡା ନେଇ ଗ୍ରାମବାସୀ ପୂର୍ବରୁ ଲିଖିତ ଅଭିଯୋଗ ବାରମ୍ୱାର କରି କୌଣସି ସୁଫଳ ନ ମିଳିବାରୁ ଏଭଳି ଘଟଣା ଘଟିଛି ବୋଲି ପ୍ରକାଶ କରିଛନ୍ତି ଲୋକେ । ଦୀର୍ଘଦିନ ହେଲା ମଦଭାଟିକୁ ବିରୋଧ କରୁଥିଲେ ଗ୍ରାମବାସୀ। ପ୍ରଶାସନ ପଦକ୍ଷେପ ନନେବାରୁ ଗାଁ ଲୋକ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି। ବଲାଙ୍ଗୀର ରୁ ଦୁଇ କିମି ଦୂର ଖୁଜେନପାଲିରେ ଏକ ନୂଆ ଦେଶୀମଦଭାଟି ଖୋଲିଥିଲା। ମାତ୍ର ପାଖରେ ସ୍କୁଲ ଓ ମନ୍ଦିର ଥିବାରୁ ଏହି ମଦଭାଟିକୁ ଗାଁ ଲୋକେ ତିବ୍ର ବିରୋଧ କରିଥିଲେ। ଫଳରେ ପୋଲିସ ଉପସ୍ଥିତରେ ଗାଁ ଲୋକେ ମଦପାଉଚ ପୋଡିବା ସହ ଭଙ୍ଗାରୁଜା କରିଥିଲେ। ଏପରି ଏକ ଘଟଣା କୁ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ସହ ଏହି ଭାଟି ସ୍ଥାନାନ୍ତର ନ ହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଆଉ ତୀବ୍ରତର କରିବାକୁ ଚେତାବନୀ ଦେଇଛନ୍ତି।
ରିପୋର୍ଟ,ସନ୍ତୋଷ କୁମାର ନାୟକ