ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ-୩ : ଅବତରଣ କଣ ରହିବ କାର୍ଯ୍ୟକ୍ରମ ଜାଣନ୍ତୁ
ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ-୩ : ଅବତରଣ କଣ ରହିବ କାର୍ଯ୍ୟକ୍ରମ ଜାଣନ୍ତୁ

ଓଏନ୍ଏମ୍ ବ୍ୟୁରୋ : ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ-୩ । ସଂଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଉଛି ଚନ୍ଦ୍ରଯାନ-୩ । ଏଥିପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ଧାର୍ଯ୍ୟସୂଚୀ ଅନୁସାରେ ସବୁ ଠିକଠାକ୍ ରହିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି ।
ଶେଷ ୭ ମିନିଟ୍
ଶେଷ ୭ ମିନିଟ ପୂର୍ବରୁ ଲ୍ୟାଣ୍ଡରର ଗତି ଓ ବେଗ ବଢିଯିବ l ଲ୍ୟାଣ୍ଡରର ସେନ୍ସର ଗୁଡିକ ଚନ୍ଦ୍ରର ନିକଟବର୍ତ୍ତୀ ହେଲେ ଅଧିକ ସକ୍ରିୟ ହେବ l ଚନ୍ଦ୍ରପୃଷ୍ଠର ସ୍ଥିତି ଅନୁଧ୍ୟାନ କରି ଇସ୍ରୋକୁ ସୂଚନା ଦେବ ଲ୍ୟାଣ୍ଡର l ଚନ୍ଦ୍ରର କିଛି ଦୂରତାରେ ଲ୍ୟାଣ୍ଡର ଓ ଚନ୍ଦ୍ର ମଧ୍ୟରେ ସମାନ୍ତରାଳ ସ୍ଥିତି ସୃଷ୍ଟି ହେବ l ଶେଷ ୭ ମିନିଟରେ ନୃତ୍ୟ କରିବା ଭଳି ଲ୍ୟାଣ୍ଡରଟି ଚନ୍ଦ୍ର ଆଡକୁ ଗତି କରିବ l ଶେଷ ୩ ମିନିଟ ପୂର୍ବରୁ ଚନ୍ଦ୍ର୍ରର ମୁହାଁମୁହିଁ ହୋଇ ରହିବ ଚନ୍ଦ୍ରଯାନ l ପ୍ରଥମେ ଲ୍ୟାଣ୍ଡରଟି ସିଧା ଆସି ସାମାନ୍ୟ ବଙ୍କା ହୋଇଯିବ l ସମତଳଠାରୁ ୧୩୦ ଡିଗ୍ରୀ ହୋଇ ଚନ୍ଦ୍ର ଆଡକୁ ଗତି କରିବ l ଶେଷରେ ଏହା ଠିକ ୯୦ ଡିଗ୍ରୀ ହୋଇ ଚନ୍ଦ୍ରପୃଷ୍ଠକୁ ଓହ୍ଲାଇବ l ଶେଷ ମିନିଟର ଗତି ଉପରେ ନିର୍ଭର କରେ ସଫ୍ଟ ଲ୍ୟାଣ୍ଡିଂ lବେଗ ଓ ଗତି ଅଧିକ ଥିବାରୁ ଏହା ଚନ୍ଦ୍ରପୃଷ୍ଠରେ ପିଟିହେବ l ଏଥର ହେବନି କ୍ରାସ ଲ୍ୟାଣ୍ଡିଂ ?
କ୍ରାସ ଲ୍ୟାଣ୍ଡ କରିଥିଲା ଚନ୍ଦ୍ରଯାନ-୨ lଚନ୍ଦ୍ରଯାନ-୩ରେ ଅନେକ ଗୁଡିଏ ପରିବର୍ତନ କରାଯାଇଛି lଲ୍ୟାଣ୍ଡରରେ ଗୋଡ ଗୁଡ ଅଧିକ ମଜଭୂତ ହୋଇଛି lପୂର୍ବ ତୁଳନାରେ ୩ ଗୁଣା ଅଧିକ ଶକ୍ତ ହୋଇଛି ଗୋଡ଼ lଲ୍ୟାଣ୍ଡରକୁ ହେଲିକପ୍ଟରର କ୍ରେନରୁ ପକାଇ ପରୀକ୍ଷଣ କରାଯାଇଛି lବେଗ ଅଧିକ ହେଲେ ମଧ୍ୟ ଲ୍ୟାଣ୍ଡର କ୍ଷତିଗ୍ରସ୍ତ ହେବନାହିଁ l ଲ୍ୟାଣ୍ଡିଂ ଭେଲୋସିଟିକୁ ଏଥର ବଢାଇ ଦିଆଯାଇଛି lପ୍ରତି ସେକେଣ୍ଡରେ ଏହାକୁ ୩ ମିଟର କରାଯାଇଛି lଯାନର ଇନ୍ଧନ କ୍ଷମତାକୁ ବୃଦ୍ଧି କରାଯାଇଛି lଥ୍ରଷ୍ଟର ଇଞ୍ଜିନ ୫ରୁ ୪କୁ କମାଇ ଦିଆଯାଇଛି l ଯାହା ସଫ୍ଟ ଲ୍ୟାଣ୍ଡିରେ ସହାୟତା କରିବ l
ଲ୍ୟାଣ୍ଡିଂ ପରେ କ’ଣ ହେବ ?
ଡଷ୍ଟ ସେଟେଲ ହେବା ପରେ ବିକ୍ରମ ସକ୍ରିୟ ହେବ l ଇସ୍ରୋର ବୈଜ୍ଞାନିକଙ୍କ ସହ ଯୋଗାଯୋଗ କରିବ l ଏହାପରେ ବିକ୍ରମର ର୍ୟାମ୍ପ ଖୋଲିବ l ର୍ୟାମ୍ପରେ ପ୍ରଜ୍ଞାନ ରୋଭର ବାହାରି ଚନ୍ଦ୍ରପୃଷ୍ଠରେ ଭ୍ରମଣ କରିବ l ବିକ୍ରମ, ପ୍ରଜ୍ଞାନର ଫଟୋ ଉଠାଇବ l ଏବଂ ପ୍ରଜ୍ଞାନ, ବିକ୍ରମର ଫଟୋ ଉଠାଇବ l ଉଭୟ ପରସ୍ପରର ଫଟୋ ଇସ୍ରୋକୁ ପଠାଇବେ lଚନ୍ଦ୍ରପୃଷ୍ଠରେ ଛାପ ଛାଡ଼ିବ ଭାରତ l ପ୍ରଜ୍ଞାନ ରୋଭର ଚକରେ ଗୋଟିଏ ପଟେ ଅଶୋକ ଚକ୍ର l ଅନ୍ୟ ପଟରେ ଇସ୍ରୋର ଲୋଗୋ ରହିଛି l ଚନ୍ଦ୍ରର ଯେଉଁ ସ୍ଥାନ ବୁଲିବ ପ୍ରଜ୍ଞାନ, ସେଠାରେ ଭାରତର ଛାପ ରହିବ