ଏକ ବଡ଼ ଦୁର୍ଘଟଣା ରୁ ବର୍ତ୍ତିଲା ଯାତ୍ରୀବାହୀ ବସ ମା ଲକ୍ଷ୍ମୀ, ହୃଦଘାତ ରେ ଡ୍ରାଇଭର ମୃତ
ଡ୍ରାଇଭର ସିନା ଆର ପାରିକୁ ଚାଲି ଯାଇ ନିଜର ଜୀବନ ଦୀପ ଲିଭାଇ ଦେଇ ଥିଲେ କିନ୍ତୁ ବଞ୍ଚାଇ ଦେଇ ଯାଇଥିଲେ ବା ଲିଭାଇବାକୁ ଦେଇ ନଥିଲେ ବସ୍ ରେ ବସିଥିବା ପ୍ରାୟ ୨୫ଜଣଙ୍କ ଜୀବନ ଦୀପକୁ ।

ମୃତ୍ୟୁ ଯେ କେଉଁଠି, କେଉଁ ସମୟରେ ଓ କେତେ ବେଳେ ଆସେ ତାହା କାହାକୁ ଜଣା ନଥାଏ, କିନ୍ତୁ ତାହା ଯଦି ଅକାଳରେ, ଅସମୟରେ ଓ ଅଚାନକ ଆସେ ତାକୁ ଏକ ଦୁଃଖଦ, ଦୁର୍ଭାଗ୍ୟ, ଓ ଦୁଃସମୟ କୁହାଯିବନି ତ ଆଉ କ'ଣ କୁହା ଯାଇପାରିବ। ନିଜ କର୍ମ ପଥରେ ଦାୟିତ୍ଵ ନିର୍ବାହ କରିବା ପାଇଁ ସବୁଦିନ ପରି ଘରୁ ବାହାରିଥିବ କିନ୍ତୁ କାର୍ଯ୍ୟ ସମ୍ପାଦନ କରି ଘରକୁ ଫେରିବା ପରିବର୍ତ୍ତେ ଯଦି ଆରପାରିକୁ ଚାଲିଯିବ ତାହା ଅକାଳ ବିୟୋଗ ନୁହେଁ ତ ଆଉ କ'ଣ ? ହଁ ଏମିତି ଏକ ଦୁଃଖଦ ଘଟଣା ଘଟି ଯାଇଛି ଏକ ବସ୍ ଡ୍ରାଇଭର ଙ୍କ କ୍ଷେତ୍ରରେ। ଯିଏ କି ବସ୍ ଚଳୁଥିବା ସମୟରେ ହଠାତ୍ ହୃଦଘାତରେ ମୃତୁ୍ୟବରଣ କରିଛନ୍ତି। କିନ୍ତୁ ସୌଭାଗ୍ୟ ବଶତଃ ବସ୍ ଟି ଚଳନ୍ତା ସମୟରେ ଡ୍ରାଇଭର ହଠାତ୍ ସଂଜ୍ଞାହୀନ ହୋଇ ପଡ଼ିଥିଲେ , ଯେଉଁ ଥିରେ ଡ୍ରାଇଭର ସିନା ଆର ପାରିକୁ ଚାଲି ଯାଇ ନିଜର ଜୀବନ ଦୀପ ଲିଭାଇ ଦେଇ ଥିଲେ କିନ୍ତୁ ବଞ୍ଚାଇ ଦେଇ ଯାଇଥିଲେ ବା ଲିଭାଇବାକୁ ଦେଇ ନଥିଲେ ବସ୍ ରେ ବସିଥିବା ପ୍ରାୟ ୨୫ଜଣଙ୍କ ଜୀବନ ଦୀପକୁ ।
ଏପରି ଏକ ଘଟଣା ଘଟିଯାଇଥିବା ପରିସ୍ଥିତି ରୁ ଜଣାପଡିଛି ଯେ କନ୍ଧମାଳ ଜିଲ୍ଲାସ୍ଥିତ ସାରଙ୍ଗଗଡ଼ ଠାରୁ ଭୁବନେଶ୍ୱର ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ ନମ୍ବର OD -02 AQ-7701 ମା ଲକ୍ଷ୍ମୀ ବସ ପାବୁରିଆ ଠାରୁ ଜି. ଉଦୟଗିରି ରାସ୍ତାର ମାତ୍ର 3 କିଲୋମିଟର ଦୂର ରେ ଏକ ବଡ଼ ଦୁର୍ଘଟଣା ରୁ ବର୍ତ୍ତୀ ଯାଇଛି I ସୂଚନା ପ୍ରକାରେ ବସ ଡ୍ରାଇଭର ସନାତନ ପ୍ରଧାନ ଯାହାଙ୍କ ର ବୟସ ପ୍ରାୟ (52) ବର୍ଷ ହେବ ସେ ଗାଡ଼ି କୁ ସାରଙ୍ଗଗଡ଼ ରୁ ଠିକ ଭାବେ ଚଳାଇ ଆସୁଥିଲେ I କିନ୍ତୁ ପାବୁରିଆ ପରେ ତାଙ୍କ ଗାଡ଼ି ଚାଳନାରେ ହେଲପର କାଳିଆ ତ୍ରୁଟି ପରିଲକ୍ଷିତ କଲେ I ଏତିକି ମଧ୍ୟରେ ବସ ଟି ରାସ୍ତା କଡ଼ ନାଳକୁ ବାଡେଇ ହୋଇ ରହି ଯାଇଥିଲା I ଯାହା ଫଳରେ ବସଟି ଏକ ବଡ଼ ଦୁର୍ଘଟଣା ରୁ ବର୍ତ୍ତୀ ଯାଇଛି I ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି I ଘଟଣା ସ୍ଥଳ କୁ 108 ଆମ୍ବୁଲାନ୍ସ ଏବଂ ଟିକାବାଲି ଟିମ୍ ହୁମାନେଟ୍ ର ନିଳ ମାଧବ , ଟିକାବାଲି ଘରୋଇ ମାଲିକ ସଂଘର ମନ୍ଟୁ , ଚିତ ଆସି ଡ୍ରାଇଭର କୁ ମୃତ ଚି଼ହ୍ନଟ କରି ଟିକାବାଲି ସ୍ୱାସ୍ଥ୍ୟ କେନ୍ଦ୍ର କୁ ତାଙ୍କ ମୃତ ଦେହ ନେଇଥିବା ସୂଚନା ମିଳିଛି I
ସେଥିପାଇଁ କୁହାଯାଇଛି ଯେ ମୃତ୍ୟୁ କେତେ ବେଳେ ଆସେ କେଉଁ ସ୍ଥାନରେ ଆସେ ଓ କେଉଁ ସମୟରେ ଆସେ ତାକୁ କିଏବା କହି ପାରିବ।
ଆଜିର ବିଜ୍ଞାନ ଯୁଗରେ ମଣିଷ ଚନ୍ଦ୍ର କୁ ଯିବା ସହ ଅନେକ ଅସମ୍ଭବ କାର୍ଯ୍ୟ ସହଜ ସାଧ୍ୟ ରେ କରି ପାରୁଛି କିନ୍ତୁ ଜୀବନ ଓ ମୃତ୍ୟୁ ର ଏ ଖେଳରେ ସବୁ କିଛି ହାର୍ ମାନିଛି ଯେଉଁଥି ପାଇଁ ମଣିଷ ଆଜିବି ସେ ପରମ ଇଶ୍ଵର ପରମେଶ୍ବର ଙ୍କୁ ମାନିବାକୁ ବାଧ୍ୟ ହେଉଛି।
କନ୍ଧମାଳ ଜିଲ୍ଲା ରୁ ସାନୁଜ ବେହେରାଙ୍କ ରିପୋର୍ଟ୍