ବିଧାନସଭାର ଶୂନ୍ୟକାଳରେ ଉଠିଲା ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପ୍ରସଙ୍ଗ
ବିଧାନସଭାର ଶୂନ୍ୟକାଳରେ ଉଠିଲା ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପ୍ରସଙ୍ଗ

ଆଜି ବିଧାନସଭାରେ ଶୂନ୍ୟକାଳରେ ପଦ୍ମପୁର ଜିଲ୍ଲା ପ୍ରସଙ୍ଗ ସହ ଗୃହରେ ଅଗ୍ରିଆ କମ୍ୟୁନିଟି ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର | ସେ କହିଛନ୍ତି ଯେ ପଦ୍ମପୁର ଜିଲ୍ଲା ଗଠନ ପାଇଁ କ୍ୟାବିନେଟ ସବ କମିଟି ବସିବା କଥା, ହେଲେ ଆଜି ଆଜି ପର୍ଯ୍ୟନ୍ତ ହେଲା ନାହିଁ | ପଦ୍ମପୁର ଜିଲ୍ଲା ଗଠନ ପାଇଁ ପଦ୍ମପୁର ଉପନିର୍ବାଚନବେଳେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ | ଏଭଳି ଘୋଷଣା କରି କାର୍ଯ୍ୟକାରୀ ନ କରି ପଦ୍ମପୁରବାସୀଙ୍କ ପ୍ରତି ଅନ୍ୟାୟ କରିଛନ୍ତି | ସେହିପରି ଗୃହରେ ଅଗ୍ରିଆ କମ୍ୟୁନିଟି ପ୍ରସଙ୍ଗ ଉଠାଇଛନ୍ତି ନରସିଂହ ମିଶ୍ର |
ଝାରସୁଗୁଡା ଉପନିର୍ବାଚନ ସମୟରେ ଭୁବନେଶ୍ୱରରେ ଏକ ଅଫିସ ନିର୍ମାଣ ପାଇଁ, ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ | ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଜମି ଦେଇନାହାନ୍ତି | ଅଗ୍ରିଆ କମ୍ୟୁନିଟି ଏକ ଲିଖିତ ଅଭିଯୋଗ ନରସିଂହକୁ ଦେଇଥିବା ଗୃହରେ ପ୍ରକାଶ କରିଛନ୍ତି | ସେହିପରି ଜଗନ୍ନାଥ ଶ୍ରୀ ମନ୍ଦିର ଚାରିଦ୍ୱାର ଖୋଲିବା ପ୍ରସଙ୍ଗକୁ ଗୃହରେ ଉଠାଇଛନ୍ତି ନରସିଂହ | ଚାରି ଦ୍ୱାର ଖୋଲିବା ପ୍ରସଙ୍ଗରେ ଜନ ଅସନ୍ତୋଷ ବଢ଼ିଲାଣି, କଂଗ୍ରେସ ମଧ୍ୟ ଏକ ବିରାଟ ଜନ ଆନ୍ଦୋଳନ କରିଥିଲା | ଯେଉଁ ଦ୍ୱାରରେ କାମ ହେଉନାହିଁ, ସେ ଦ୍ୱାର ଖୋଲାଯାଉ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା, ନଚେତ କମ ସେ କମ ତିନି ଦ୍ୱାର ଖୋଲିବାକୁ ଦାବି କରିଛନ୍ତି ନରସିଂହ ମିଶ୍ର |