ସୌମ୍ୟ ସତସାହସ ଦେଖାଇଛନ୍ତି: ଅପରାଜିତା

ବିଭିନ୍ନ ପ୍ରସଙ୍ଗ ନେଇ ବିଜେଡିର ବ୍ୟଥା ବଢ଼ାଉଥିବା ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କୁ ଦଳ ଭିତରୁ ଘନ ଘନ ଟାର୍ଗେଟ କରାଯାଉଥିବାବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କ ସପକ୍ଷରେ ବାହାରିଛନ୍ତି ।

ସୌମ୍ୟ ସତସାହସ ଦେଖାଇଛନ୍ତି: ଅପରାଜିତା

ବିଭିନ୍ନ ପ୍ରସଙ୍ଗ ନେଇ ବିଜେଡିର ବ୍ୟଥା ବଢ଼ାଉଥିବା ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କୁ ଦଳ ଭିତରୁ ଘନ ଘନ ଟାର୍ଗେଟ କରାଯାଉଥିବାବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କ ସପକ୍ଷରେ ବାହାରିଛନ୍ତି । ସେ କହିଛନ୍ତି ଯେ ସୌମ୍ୟ ବାବୁ ଜଣେ ଅଭିଜ୍ଞ ଲୋକ, ଜ୍ଞାନୀ ଲୋକ । ସୌମ୍ୟ ବାବୁ ସାହସ ଦେଖାଇ ସତକଥା ସାମନାକୁ ଆଣିବାକୁ ଚେଷ୍ଟା କରିଛନ୍ତି । ପ୍ରତି ବିଜେଡି ବିଧାୟକ ଏହାକୁ ସକରାତ୍ମକଭାବେ ଗ୍ରହଣ କରିବା କଥା । ସୌମ୍ୟ ବାବୁଙ୍କ ସାହସ ଅଛି, ସେ ଠିକ କଥା ସମସ୍ତଙ୍କୁ କହୁଛନ୍ତି । ତାଙ୍କ କଥା ବିଜେଡି ଶୁଣିଥିଲେ, ଆଜି ଲେକେ ଶାସନକୁ ନେଇ ହସୁନଥାନ୍ତେ ବୋଲି ଅପରାଜିତା କହିଛନ୍ତି ।

ଏଥିସହ ଅପରାଜିତା ବିଜେଡି ବିଧାୟକ, ମନ୍ତ୍ରୀ ଓ ସାଂସଦମାନଙ୍କୁ ଆହ୍ୱାନ ଦେଇଛନ୍ତି । ସମସ୍ତେ ଆତ୍ମ ଚିନ୍ତନ କରୁନ୍ତୁ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ବିଜେଡି ସାଂସଦ, ବିଧାୟକ ଓ ମନ୍ତ୍ରୀମାନେ ଏବେ କେଉଁଠି ଅଛନ୍ତି । ସେମାନେ ଆତ୍ମ ଚିନ୍ତନ କରନ୍ତୁ, ଆତ୍ମ ସମ୍ମାନ ନରହିଲେ କଣ ଆଉ ରହିଲା । ୨୩ ବର୍ଷ ଶାସନ କଲା ପରେ ବି ମୁଖ୍ୟମନ୍ତ୍ରୀ କାହାକୁ ବିଶ୍ୱାସ କଲେନି । ଜଣେ ନିମ୍ନ ପଦସ୍ଥ ସରକାରୀ କର୍ମଚାରୀ ଉପରେ କାହିଁକି ଏତେ ବିଶ୍ୱାସ । ନିଜେ ଆତ୍ମସମ୍ମାନ ରଖନ୍ତୁ, ଯିଏ ଠିକ କହୁଛି ତା ସହ ଠିଆ ହୁଅନ୍ତୁ ବୋଲି ଅପରାଜିତା କହିଛନ୍ତି ।