ଦଳର ମୁଖ୍ୟ ମୋ ବିରୋଧରେ ଷଡଯନ୍ତ୍ର କରିଛନ୍ତି: ମୋକିମ

ଦଳବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ସସପେଣ୍ଡ୍ ହୋଇଥିବା କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ପ୍ରତିକ୍ରିୟା ଦେଇଛନ୍ତି।

ଦଳର ମୁଖ୍ୟ ମୋ ବିରୋଧରେ ଷଡଯନ୍ତ୍ର କରିଛନ୍ତି: ମୋକିମ

ଦଳବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ସସପେଣ୍ଡ୍ ହୋଇଥିବା କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ନିଜ ଚୌକି ସୁରକ୍ଷିତ କରିବାକୁ ଏଭଳି ଭୁଲ ନିଷ୍ପତ୍ତି ନେଇଥାନ୍ତି । ଦଳର ମୁଖ୍ୟ ତାଙ୍କ ବିରୋଧରେ ଚକ୍ରାନ୍ତ କରିଛନ୍ତି ବୋଲି ମୋକିମ କହିଛନ୍ତି। ସେ କ’ଣ ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି, ପିସିସି ମୁଖ୍ୟ ନିଜେ କୁହନ୍ତୁ ବୋଲି ମୋକିମ କହିଛନ୍ତି।

ମୋକିମ କହିଛନ୍ତି ଯେ, ଦଳର ସମସ୍ତଙ୍କୁ ଏକାଠି କରିବାକୁ ସେ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଯେଉଁ ଦଳ ପାଇଁ ସେ ଏତେ କରିଛନ୍ତି, ସେହି ଦଳ ତାଙ୍କୁ ବୁଝି ପାରିଲାନି । ଏଥିପାଇଁ ସେ ଦୁଃଖିତ ବୋଲି କହିଛନ୍ତି ମୋକିମ । ୨୦୨୪ରେ ଦଳରୁ ଟିକେଟ ନ ମିଳିଲେ ସ୍ୱାଧୀନ ଭାବେ ଲଢିବେ ବୋଲି ମୋକିମ୍‌ କହିଛନ୍ତି।

ସେ ସାମୟିକ ଭାବେ ସସ୍‌ପେଣ୍ଡ ହୋଇଛନ୍ତି । ହୁଏତ ସସ୍‌ପେଣ୍ଡ ଉଠିଯାଇପାରେ ବୋଲି ମୋକିମ ଆଶା ପ୍ରକାଶ କରିଛନ୍ତି।