ଆମ ଠାକୁର ରାଜା
ଉତ୍କଳ ର ଗଜପତି ଶ୍ରୀ ଦିବ୍ୟସିଂହ ଦେବ, ସେ ଆମ ଠାକୁର ରାଜା, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ପ୍ରଧାନ ସେବକ ଅଟନ୍ତି ।

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟସେବକ, ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ । ତାଙ୍କୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଭାବେ ବିବେଚନା କରାଯାଏ l କୁହାଯାଏ ଅନେକ ସମୟରେ ପ୍ରଭୂ ଜଗନ୍ନାଥ ତାଙ୍କର ମନକଥା ପ୍ରକାଶ କରନ୍ତି ଗଜପତିଙ୍କୁ ସ୍ୱପ୍ନରେ l
ବିଭିନ୍ନ ଗଜପତି ତାଙ୍କ ରାଜତ୍ୱ ସମୟରେ ସ୍ୱପ୍ନାଦେଶ ପାଇଛନ୍ତି ଓ ତାକୁ କାର୍ଯ୍ୟକାରୀ କରିଛନ୍ତି ମଧ୍ୟ । ପରମ୍ପରା କହେ ସେ ହେଉଛନ୍ତି ଚଳନ୍ତି ବିଷ୍ଣୁ l
ଗଜପତିମାନଙ୍କର ବିଶେଷ ଭୂମିକା ରଥଯାତ୍ରା ସମୟରେ ଥାଏ l ସେମାନେ ନିମନ୍ତ୍ରଣ କ୍ରମେ ପାଲିଙ୍କି ଚଢି ଆସନ୍ତି ତିନି ରଥକୁ ଛେରାପହଁରା କାର୍ଯ୍ୟ ନିମନ୍ତେ l
ଗଜପତି ଜଗନ୍ନାଥ ମନ୍ଦିରର ଅଂଶ ବିଶେଷ l ତାଙ୍କୁ ବାଦ ଦେଇ ଶ୍ରୀମନ୍ଦିର ବିଷୟରେ ଚିନ୍ତା କରାଯାଏନା l ଗଜପତି ପ୍ରତ୍ୟେକ ଜଗନ୍ନାଥ ପ୍ରେମୀ ଓ ଜଗନ୍ନାଥ ଭକ୍ତଙ୍କ ପାଇଁ ମହାନ l ତାଙ୍କର ସ୍ୱତନ୍ତ୍ର ସମ୍ମାନ ଆଜିଯାଏଁ ରହିଛି ଓ ଅନନ୍ତ ସମୟ ପର୍ଯ୍ୟନ୍ତ ରହିବ l
ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଜନ୍ମ ୧୯୫୩ ମସିହାରେ ପୁରୀରେ ହେଇଥିଲା । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ପିତୃଦେବ ଗଜପତି ବୀରକିଶୋର ଦେବ ଓ ମାତୃଦେବୀ ସୂର୍ଯ୍ୟମଣି ପାଟମହାଦେଈ । ସେ ୧୯୭୦ ମସିହା ଜୁଲାଇ ୭ ତାରିଖରେ ରାଜପଦରେ ଅଭିଷିକ୍ତ ହୋଇଥିଲେ । ଗଜପତି ମହାରାଜା ଭାବେ ଅଭିଷିକ୍ତ ହେବାପୂର୍ବରୁ ତାଙ୍କ ନାମ ଥିଲା ଜେନାମଣି କାମାର୍ଣ୍ଣବ ଦେବ । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଶୁଭପରିଣୟ ଜାମ୍ମୁର ରାଜଜେମା ବିନୀତା ଚତକଙ୍କ ସହିତ ୧୯୭୮ ମସିହରେ ହେଇଥିଲା । ଗଜପତିଙ୍କ ସହ ଶୁଭପରିଣୟ ପରେ ଗଜପତି ବଂଶ ପରମ୍ପରା ଅନୁସାରେ ମହାରାଜାଙ୍କ ଧର୍ମପତ୍ନୀଙ୍କ ନାମ ପରିବର୍ତ୍ତନ ହୋଇ ଲୀଳାବତୀ ପାଟମହାଦେଈ ହୋଇଛି l
ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ସେ ରାୟପୁର ର ରାଜକୁମାର କଲେଜରୁ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଓ ଦିଲ୍ଲୀର ସେଣ୍ଟଷ୍ଟିଫେନସ କଲେଜରୁ ଇତିହାସରେ ସ୍ନାତକ (ସମ୍ମାନ) ଶିକ୍ଷା ଲାଭ କରିଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏଲ.ଏଲ.ବି .ଶିକ୍ଷା ସମାପ୍ତପରେ ଯୁକ୍ତରାଷ୍ଟ୍ର ଆମେରିକା ର ଚିକାଗୋସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟରୁ ଏଲ.ଏଲ.ଏମ. ଡିଗ୍ରୀ ହାସଲ କରିଛନ୍ତି।
ଗଜପତି ମହାରାଜ ଦିବ୍ୟସିଂହ ଦେବ ସତର ବର୍ଷ ବୟସରେ ରାଜ ସିଂହାସନ ପ୍ରାପ୍ତି କରିଥିଲେ l ଏହି ଜୁନ ଆଠ ତାରିଖରେ ତାଙ୍କ ରାଜତ୍ୱର 52 ବର୍ଷ ପୁରିଲା l ସେ ଜଣେ ଆଦର୍ଶ ରାଜା l ସେ ମିଷ୍ଟଭାଷୀ ଓ ଉଦାର ହୃଦୟ ବ୍ୟକ୍ତି l ଆଜି ଆଉ ରାଜତନ୍ତ୍ର ନାହିଁ l ରାଜା ନାହାନ୍ତି l କିନ୍ତୁ ଯେତେଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପ୍ରଭୂ ଜଗନ୍ନାଥ ଥିବେ, ସେତେଦିନ ପର୍ଯ୍ୟନ୍ତ ଏହି ମହାନ ବଂଶର ଦାୟାଦ ଭାବେ ଉତ୍କଳ ଗଜପତି ଦାୟିତ୍ୱ ନେଉଥିବେ l ସେମାନେ ଠାକୁର ଓ ପ୍ରଜାଙ୍କ ମଧ୍ୟରେ ସେତୁବନ୍ଧ, ତଥା ଏ ମହାନ ଓଡିଆ ଜାତି ପାଇଁ ସେ ମହାନ ଓ ଚିର ନମସ୍ୟ l
ଗଜପତି ମହାରାଜା ଭାବରେ ଅଭିଷିକ୍ତ ହେବାପରେ ତାଙ୍କର ସମସ୍ତ ଉଚ୍ଚଶିକ୍ଷା ଲାଭ ହେଇଛି l ଛାତ୍ର ଅବସ୍ଥାରେ ଥାଇ ସେ ଶ୍ରୀମନ୍ଦିର ରେ ଗଜପତି ମହରାଜା ସେବା ନିଷ୍ଠାର ସହିତ ପାଳନ କରିଆସିଛନ୍ତି l ଆମେରିକା ରେ ଉଚ୍ଚଶିକ୍ଷା ଲାଭପରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଦିଲ୍ଲୀରେ ହାଇକୋର୍ଟ ଏବଂ ଭାରତର ସୁପ୍ରିମକୋର୍ଟରେ ଆଇନ ପ୍ରାକ୍ଟିସ କରିଥିଲେ l
କିଛି ବର୍ଷ ପରେ ଆଇନ ବ୍ୟବସାୟରୁ ଅବ୍ୟାହତି ନେଇ ସେ କିଛିଦିନ ଡେରାଡୁନରେ ଅବସ୍ଥାନ କରି ଆଇନ ପ୍ରଣୟନରେ ମନୋନିବେଶ କରିଥିଲେ । ସେ ଶ୍ରୀଜଗନ୍ନାଥଙ୍କ ମହାନ ସେବାରେ ନିଜକୁ ନିୟୋଜିତ କରି ଜଗନ୍ନାଥ ସଂସ୍କୃତିର ବିଶ୍ୱରେ ପ୍ରସାର ଦିଗରେ କାର୍ଯ୍ୟକରିଚାଲିଛନ୍ତି । ବର୍ତ୍ତମାନ ସେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷରୂପେ କାର୍ଯ୍ୟ କରୁଛନ୍ତି l
ଇତିହାସ କହେ ବଂଶାଧିପତି ରାଜାଧିରାଜ ଗଜପତି ମହାରାଜା (୧୬ଷ ଶତାବ୍ଦୀରୁ ଆଜି ପର୍ଯ୍ୟନ୍ତର ତାଲିକା)
କ୍ରମିକ ନଂ ନାମ ବର୍ଷ
୦୧ - ରାମଚନ୍ଦ୍ର ଦେବ (ଅଭିନବ ଇନ୍ଦ୍ରଦ୍ୟୁମ୍ନ) ୧୫୬୮-୧୬୦୦
୦୨ - ଗଜପତି ପୁରୁଷୋତ୍ତମ ଦେବ ୧୬୦୦-୧୬୨୧
୦୩ - ଗଜପତି ନରସିଂହ ଦେବ ୧୬୨୧-୧୬୪୭
୦୪ - ଗଜପତି ବଳଭଦ୍ର ଦେବ ୧୬୪୭-୧୬୫୭
୦୫ - ଗଜପତି ମୁକୁନ୍ଦ ଦେବ (୧ମ) ୧୬୫୭-୧୬୮୯
୦୬ - ଗଜପତି ଦିବ୍ୟସିଂହ ଦେବ (୧ମ) ୧୬୮୯-୧୭୧୬
୦୭ - ଗଜପତି ହରେକୃଷ୍ଣ ଦେବ ୧୭୧୬-୧୭୨୦
୦୮ - ଗଜପତି ଗୋପୀନାଥ ଦେବ ୧୭୨୦-୧୭୨୭
୦୯ - ଗଜପତି ରାମଚନ୍ଦ୍ର ଦେବ ୧୭୨୭-୧୭୩୬
୧୦ - ବିକ୍ରମକେଶରୀ ଦେବ (୧ମ) ୧୭୩୬-୧୭୯୩
୧୧ - ଗଜପତି ଦିବ୍ୟସିଂହ ଦେବ (୨ୟ) ୧୭୯୩-୧୭୯୮
୧୨ - ଗଜପତି ମୁକୁନ୍ଦ ଦେବ (୨ୟ) ୧୭୯୮-୧୮୧୭
୧୩ - ଗଜପତି ରାମଚନ୍ଦ୍ର ଦେବ (୩ୟ) ୧୮୧୭-୧୮୫୪
୧୪ - ଗଜପତି ବୀରକେଶୋରୀ ଦେବ (୨ୟ) ୧୮୫୪-୧୮୫୯
୧୫ - ଗଜପତି ଦିବ୍ୟସିଂହ ଦେବ (୩ୟ) ୧୮୫୯-୧୮୮୨
୧୬ - ଗଜପତି ମୁକୁନ୍ଦ ଦେବ (୩ୟ) ୧୮୮୨-୧୪/୨/୧୯୨୬
୧୭ - ଗଜପତି ରାମଚନ୍ଦ୍ର ଦେବ (୪ର୍ଥ) ୧୪/୨/୧୯୨୬-୧୫/୧୧/୧୯୫୬
୧୮ - ଗଜପତି ବୀରକିଶୋର ଦେବ (୩ୟ) ୧୫/୧୧/୧୯୫୬-୮/୭/୧୯୭୦
୧୯ - ଗଜପତି ଦିବ୍ୟସିଂହ ଦେବ (୪ର୍ଥ) ୮/୭/୧୯୭୦-ଆଜି ପର୍ଯ୍ୟନ୍ତ ରହିଛନ୍ତି .. .. .. ..