ପୁଣି କଳା ପଲସର୍ ଆତଙ୍କ

ଭୁବନ ରେ ପୁଣି କଳା ପଲସର୍ ଆତଙ୍କ, ବନ୍ଧୁକ ଦେଖାଇ ଶିକ୍ଷୟିତ୍ରୀ ଙ୍କ ଠାରୁ ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୁତ୍ତ

ପୁଣି କଳା ପଲସର୍ ଆତଙ୍କ

ଭୁବନ ରେ ପୁଣି କଳା ପଲସର୍ ଆତଙ୍କ,  ବନ୍ଧୁକ ଦେଖାଇ ଶିକ୍ଷୟିତ୍ରୀ ଙ୍କ ଠାରୁ ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୁତ୍ତ

ଭୁବନ ୧୪.୮- ଢେ଼ଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ କିଛି ଦିନର ନୀରବତା ପରେ ପୁଣି କଳା ପଲସର ଆତଙ୍କ ସୃଷ୍ଟି ହୋଇଛି । ଭୁବନ ଥାନା ଠାରୁ ମାତ୍ର ୨ କିମି ଦୂର ୫୩ ନମ୍ବର ଜାତୀୟ ରାଜପଥ ର ଶ୍ୟାମଳ ଛକ ନିକଟରେ ସ୍ପଷ୍ଟ ଦିବାଲୋକରେ ଜନୈକା ଶିକ୍ଷୟିତ୍ରୀ ଙ୍କ ଠାରୁ ସୁନା ଗହଣା ଲୁଟ ହୋଇଛି । ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ, ଆଜି ସକାଳ ସାଢେ଼ ୯ ଘଟିକା ସମୟରେ ଭୁବନ ଥାନା ଅନ୍ତର୍ଗତ କିଙ୍ଗୋଳ ଗ୍ରାମର ଶିକ୍ଷକ ଶୁଭ୍ରକାନ୍ତ ପରିଡ଼ା ନିଜ ମୋଟର ସାଇକେଲ ରେ ତାଙ୍କ ପତ୍ନୀ ଶିକ୍ଷୟିତ୍ରୀ ସୁଚିଶ୍ମିତା ସ୍ବାଇଁ ଙ୍କୁ ବସାଇ ଯମୁନାକୋଟ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଛାଡ଼ିବାକୁ ଯାଉଥିବା ବେଳେ ପଛରୁ ଦୃତ ଗତିରେ ଏକ କଳା ରଙ୍ଗର ପଲସର ରେ ୩ ଜଣ ଯୁବକ ସେମାନଙ୍କୁ ଶାମଳ ଛକ ପୂର୍ବରୁ ଅଟକାଇ ମୁଣ୍ଡରେ ବନ୍ଧୁକ ଲଗାଇ ପିନ୍ଧିଥିବା ସୁନା ଅଳଙ୍କାର ଦେବାକୁ ଧମକ ଦେବା ସହ ଶିକ୍ଷୟିତ୍ରୀ ଙ୍କ ଠାରୁ ସୁନା ଚେନ,ମଙ୍ଗଳ ସୂତ୍ର ଓ କାନଫୁଲ ଛିଣ୍ଡାଇ ନେଇ ଦୃତ ଗତିରେ ପଳାଇ ଯାଇଥିଲେ ।ତେବେ ଏନେଇ ଉଭୟ ସ୍ବାମୀ ,ସ୍ତ୍ରୀ ଭୁବନ ଥାନରେ ଲିଖିତ ଅଭିଯୋଗ କରିବା ପରେ ଭୁବନ ପୋଲିସ୍ ଏକ ମାମଲା ରୁଜୁ କରି ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲା ।ରିପୋର୍ଟ ଲେଖା ପର୍ଯ୍ୟନ୍ତ ଦୂର୍ବୁତ ମାନଙ୍କର କୌଣସି ସୂଚନା ମିଳିନାହିଁ।

ସୁଶାନ୍ତ କୁମାର ପୋଥାଳ ଭୁବନ ଢେ଼ଙ୍କାନାଳ