କେନ୍ଦ୍ର ସରକାରଙ୍କ ବିରୋଦ୍ଧରେ ବିଜେଡିର ବିକ୍ଷୋଭ

କେନ୍ଦ୍ର ସରକାରେ ଥିବା ମୋଦି ସରକାର ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମୁଣ୍ଡ ପିଛା ୫କେଜି ଚାଉଳ କଟା ଯିବାକୁ ଓଡିଶାରେ ତୀବ୍ର ବିରୋଧ କରିଛି ବିଜୁ ଜନତା ଦଳ

କେନ୍ଦ୍ର ସରକାରଙ୍କ ବିରୋଦ୍ଧରେ ବିଜେଡିର ବିକ୍ଷୋଭ

ଢେଙ୍କାନାଳ , ୧୬ । ୦୨ କେନ୍ଦ୍ର ସରକାରେ ଥିବା ମୋଦି ସରକାର ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମୁଣ୍ଡ ପିଛା ୫କେଜି ଚାଉଳ କଟା ଯିବାକୁ ଓଡିଶାରେ ତୀବ୍ର ବିରୋଧ କରିଛି ବିଜୁ ଜନତା ଦଳ । ଏଥ୍ ସହିତ ମାସକୁ ୧୦ କେଜି ଚାଉଲ ବଦଳରେ ହିତାଧ୍ୟାକାରୀଙ୍କୁ ମିଳିବ ୫ କେଜି ଚାଉଳ । ପ୍ରଧାନମନ୍ତ୍ରୀ ଗରିବ ଅନ୍ନ କଲ୍ୟାଣ ଯୋଜନା ବନ୍ଦ କରିଦେବା ଯୋଗୁ ଓଡିଶାର ୩.୨୫ କୋଟି ଲୋକ ପ୍ରଭାବିତ ହେବେ । ଏହା ସହିତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନିରେ ମିଳୁଥିବା ଚାଉଳର ନାମକୁ ପରିବ ନ କରି ଗରିବ ଖାଉଟି ମାନଙ୍କ ସହ ମଂଚକତା କରୁଛି କେନ୍ଦ୍ର ସରକାର । ଓଡିଶାର ଗରିବ ଲୋକମାନଙ୍କୁ ଭୋକ ଉପାଶରେ ରଖିବା ପାଇଁ ବିଜେପ ସରକାର କରିଛି ଷଡଯନ୍ତ୍ର । ଏହାର ଉଚିତ ଯବାବ ଦେବା ପାଇଁ ଗୁରୁବାର ଦିନ ରାଜ୍ୟରେ ଥିବା ସମସ୍ତ ସଦର ମହକୁମା ଜିଲ୍ଲାପାଲଙ୍କ କାର୍ଯ୍ୟଳୟ ଠାରେ ବିଜେଡି ତରଫରୁ ପ୍ରତିକ ଧାରଣା ଦିଆଯାଇଥିଲା । ଏହି ଅବସସରେ ଢେଙ୍କାନାଳ ନଗର ସଭାପତି ଇନ୍ଦ୍ରମଣୀ ବେହେରାଙ୍କ ସଭାପତିତ୍ବରେ ଏକ ଗଣଧାରଣା କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଢେଙ୍କାନାଳ ଲୋକସଭା ସାଂସଦ ମହେଶ ସାହୁ ଯୋଗଦେଇ କେନ୍ଦ୍ର ସରକାରର ଓଡିଶା ପ୍ରତି ଥିବା ବୈମାତୃକ ମନୋଭାବ ବିଷୟରେ ଟିପଣି ଦେବା ସହ କେନ୍ଦ୍ରରେ ଥିବା ବିଜେପି ସରକାରକୁ କଡା ସମାଲୋଚନା କରିଥିଲେ । ମୁଖ୍ୟ ବକ୍ତା ଭାବେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଯୋଗଦେଇ କେନ୍ଦ୍ରରେ ଥିବା ବିଜେପି ସରକାର ଗରିବ ଲୋକଙ୍କ ଭୋକ ପାଇଁ ଭାତ ନାହିଁ । ୫ କେଜି ଚାଉଲକୁ କାଟିଲ କଣ ପାଇଁ ... ? , ଏହାର ଜବାବ ମାଗିବା ସହ ଧାନ କିଣା ଉପରେ ହେଉଥିବା ଦୁର୍ନୀତି ସମ୍ପର୍କରେ ଆଲୋଚନାକରି ଚାଷୀ ଧାନ କ୍ରୟ ଓ ଏମଏସ ପି ଉପରେ ଗୁରୁତର ପ୍ରଭାବ ପଡୁଛି ବୋଲି କହିବା ସହ ଚାଷୀଙ୍କ ଉନ୍ନତିପାଇଁ କାର୍ଯ୍ୟ କରିବାକୁ କହିବା ସହ ଯଦି କେନ୍ଦ୍ର ସରକାର ଏହାକୁ କାର୍ଯ୍ୟକାରୀ ନ ’ କରେ ତେବେ ଆଗାମି ଦିନରେ ଏହାର ଉଚିତ ଜବାବ ଓଡିଶା ବାସୀ ଦେବେ ବୋଲୋ କଡା ଚରେତାବନି ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଜନା ପୁହାଣ , ରାଜ୍ୟ ବନ ଉନ୍ନୟନ ନିଗମ ଉପଦେଷ୍ଟା ଦେବୀପ୍ରସାଦ ଭୁତିଆ , ଜିଲ୍ଲା କୃଷକ ବିଜେଡି ଶାଖା ସଭାପତି ନରୋ ମ ସାହୁ , ଜିଲ୍ଲା ବିଜେଡି ଉପ - ସଭାପତି ଲକ୍ଷ୍ମୀଧର ସାହୁ , ବିଧାୟକଙ୍କ ପ୍ରତିନିଧ୍ୱ ନିରାକାର ରାଉତ , ଅଜୟ କୁମାର ଭଞ , ଉପ - ନଗରପାଲ ପ୍ରକାଶ ଚନ୍ଦ୍ର କୁଅଁର , ରାଜ୍ୟ ମହିଳା ଉପ - ସଭାନେତ୍ରୀ ସାଇଶ୍ରୀ ପଟ୍ଟନାୟକ , ରାଜ୍ୟ ଯୁବ ବିଜେଡି ସମ୍ପାଦକ ଦେବୀପ୍ରସାଦ ପଟ୍ଟନାୟକ , ଯୁବନେତା ଶ୍ରୀକାନ୍ତ ଧଳ , ନଗର ବିଜେଡି କାର୍ଯ୍ୟକାରୀ ସଭାପତି ଅଭିମନ୍ୟୁ ପଣ୍ଡା , ସମସ୍ତ ବିଜେଡି କାଉନସିଲର , ଜିଲ୍ଲା ମହିଳା ସଭାନେତ୍ରୀ ସାଗରିକା ମିଶ୍ର , ଜିଲ୍ଲା ଛାତ୍ର ସଭାପତି ସୁରଜ ମହାପାତ୍ର , ସଂଖ୍ୟଲଘୁ ସଭାପତି ଅସରଫ ଖାନ , ମହିଳା ଜିଲ୍ଲା ସାଧାରଣ ସମ୍ପାଦିକା ତିଲୋ ମା ଚୌଧୁରୀ , ଜିଲ୍ଲା ଡିଜିଟାଲ ମେଡିଆ ସମ୍ପାଦକ ଗଙ୍ଗାଧର ରାଉତ , ଯୁବ ବିଜେଡି ନଗର ସଭାପତି ବ୍ରହ୍ମାନନ୍ଦ ସାହୁ , ସାଂସଦଙ୍କ ପ୍ରତିନିଧି ରୁଦ୍ରାନ୍ତ ଦଳେଇ , ମହିଳା ନଗର ସଭାନେତ୍ରୀ ଶୁଭଲକ୍ଷ୍ମୀ ସାହୁ , ଶ୍ରଦ୍ଧାଞଳୀ ସାହୁ , ଉର୍ବଷୀ ମହାପାତ୍ର , ମାମିନା ଦିକ୍ଷିତ , ଗନ୍ଦିଆ ବ୍ଲକ ସଭାପତି ପ୍ରଦିପ ରାଉତ , ବିଶ୍ଵନାଥ ଜେନା , ସଦର ବ୍ଳକ ସଭାପତି ଯେଶଷ ସାହୁ , ବିଭୁପ୍ରସାଦ ଦେହୁରୀଙ୍କ ସମେତ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀର ସମସ୍ତ ଜନ ପ୍ରତିନିଧି ମାନଙ୍କ ସହ ଶତାଧିକ ବିଜେଡି କାର୍ମୀ ଉପସ୍ଥିତ ରହିଥିଲେ । ଜିଲ୍ଲା ସଧାରଣ ସମ୍ପାଦକ ଦେବାଶିଷ ମିଶ୍ର ମ ପରିଚାଳନା କରିଥିବା ବେଳେ ଆଇନ ସେଲ ସଭାପତି ଗୋପାଲ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ନିକଟରେ ପ୍ରଦାନ କରାଯାଇଥିଲା ।