୩ଜଣଙ୍କୁ ଏସିଡ ମାଡ଼
ଜଣେ କି ଦୁଇ ଜଣ ନୁହେଁ । ଏକାବେଳେ ୩ ଜଣଙ୍କୁ ଏସିଡ ମାଡ଼ କରାଯାଇଛି ।

ଜଣେ କି ଦୁଇ ଜଣ ନୁହେଁ । ଏକାବେଳେ ୩ ଜଣଙ୍କୁ ଏସିଡ ମାଡ଼ କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଫୁଲବାଣୀରେ ଘଟିଛି । ବାପା ଓ ପୁଅଙ୍କ ସମେତ ୩ ଜଣଙ୍କୁ ଆଜି ଜଣେ ଯୁବକ ଏସିଡ ମାଡ଼ କରିଛି । ଟାଉନଥାନା ଶଶିପାନଦୋକାନ ଛକରେ ଏସିଡ ମାଡ଼ କରାଯାଇଛି । ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ଏସିଡ ମାଡ଼ କରିଥିବା ଯୁବକକୁ କାବୁ କରି ଉତ୍ତମ ମଧ୍ୟମ ଦେଇଥିଲେ । ଫଳରେ ଲୋକଙ୍କ ମାଡ଼ରେ ସେ ମଧ୍ୟ ଆହତ ହୋଇଥିବା ଜଣାଯାଇଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଏସିଡ ମାଡ଼ କରାଯାଇଥିବା ଏସଡିପିଓ ସୂଚନା ଦେଇଛନ୍ତି ।