ଭୁବନ ରେ ସୁରକ୍ଷା ବନ୍ଧନ ଉତ୍ସବ

ସୁରକ୍ଷା ବନ୍ଧନ ଉତ୍ସବ ରେ ଗ୍ୟାସ ଦର ୨ ଶହ ଟଙ୍କା ହ୍ରାସ ମା ଭଉଣୀ ଙ୍କୁ ମୋଦି ଙ୍କ ଉପହାର : ଧର୍ମେନ୍ଦ୍ର ପ୍ରଧାନ

ଭୁବନ ରେ ସୁରକ୍ଷା ବନ୍ଧନ ଉତ୍ସବ

ଭୁବନ ୩୦.୮- ରକ୍ଷା ବନ୍ଧନ ର ଦିନକ ପୂର୍ବରୁ ଘରୋଇ ଗ୍ୟାସ ଦର ୨ ଶହ ଟଙ୍କା ହ୍ରାସ କରି କୋଟି କୋଟି ମା ଭଉଣୀ ଙ୍କୁ ମୋଦି ସରକାର ରକ୍ଷା ବନ୍ଧନ ଉପହାର ଦେଇଛନ୍ତି ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଭୁବନ ମିନି ଷ୍ଟାଡିୟମ ଠାରେ ବିଜେପି ପକ୍ଷରୁ ଆୟୋଜିତ ସୁରକ୍ଷା ବନ୍ଧନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ , ୨୦୧୪ ରେ ମାନନୀୟ ନରେନ୍ଦ୍ର ମୋଦି ପ୍ରଧାନ ମନ୍ତ୍ରୀ ଭାବେ ଦିୟିତ୍ଵ ନେଲା ବେଳକୁ ସାରା ଭାରତ ରେ ଗ୍ୟାସ ଉପଭୋକ୍ତା ଙ୍କ ସଂଖ୍ୟା ମାତ୍ର ୧୪ କୋଟି ଥିଲା ଆଉ ଆଜି ତାହା ୩୩  କୋଟି ରେ ପହଞ୍ଚିଛି । ଢେ଼ଙ୍କାନାଳ ଜିଲ୍ଲା ରେ  ପ୍ରଧାନ ମନ୍ତ୍ରୀ ଉଜ୍ଵଳା ଯୋଜନାରେ ୧.୯୯ ଲକ୍ଷ ମା ଭଉଣୀ ଙ୍କ ଘରେ ଏଲ୍ ପି ଜି ସଂଯୋଗ ପହଞ୍ଚିଛି । ସ୍ୱଚ୍ଛ ଭାରତ ଅଭିଯାନ ଯୋଜନାରେ ଢେ଼ଙ୍କାନାଳ ଜିଲ୍ଲାରେ ୨ ଲକ୍ଷ ୭୨ ହଜାର ୫୬୪ ଟି ଘରେ ଶୌଚାଳୟ ନିର୍ମାଣ ନିର୍ମାଣ ହୋଇଛି ,ଏଥି ପାଇଁ ମା ଭଉଣୀ ଙ୍କ ସମ୍ମାନ ରକ୍ଷା ହୋଇଛି । ସେହିପରି ଭାବେ ୭.୭୦ ଲକ୍ଷ ମା ଭଉଣୀ ଙ୍କ ଘରକୁ ପ୍ରତି ମାସରେ ବିନା ମୂଲ୍ୟରେ ୫ କିଲୋ ଚାଉଳ ଦେଉଛନ୍ତି ମୋଦି ସରକାର । ଆଉ ସାରା ଜିଲ୍ଲାରେ କେହି ଜଣେ ବି ମା ଭଉଣୀ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରୁ ବଞ୍ଚିତ ହେବେ ନାହିଁ , ସେ ଗ୍ୟାରେଣ୍ଟି ବି ଦେଉଛନ୍ତି ମୋଦି ସରକାର।ଏହା ବାଦ ଢେ଼ଙ୍କାନାଳ ଜିଲ୍ଲାର ୧ ଲକ୍ଷ ୬୭ ହଜାର ୯୪୧ ଜଣ ମା ଭଉଣୀ ଙ୍କୁ ଲକ୍ଷପତି ଦିଦି କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିବା ସହ ନରେନ୍ଦ୍ର ମୋଦି ଙ୍କୁ ତୃତୀୟ ଥର ପାଇଁ ପ୍ରଧାନ ମନ୍ତ୍ରୀ କରିବାକୁ ଆହ୍ବାନ ଦେଇଥିଲେ। ଜିଲ୍ଲା ବିଜେପି ସଭାପତି ନରେଶ ଚନ୍ଦ୍ର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତୃଘ୍ନ ଜେନା,ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି,ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା,ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟ। ବିଶ୍ବାଳ,ଉପ ସଭାନେତ୍ରୀ ଲେଖ