ଢେଙ୍କାନାଳ ଜିଲ୍ଲା ରେ ମେରୁ ପର୍ବ ଧୁମ୍ ଧାମ୍ ରେ ପାଳିତ

ଆନନ୍ଦ ବଜାର ମା କାମନା କାଳୀଙ୍କ ପିଠରେ ମେରୁ ପର୍ବ ପାଳିତ।
ଢେଙ୍କାନାଳ ଆନନ୍ଦ ବଜାର ସ୍ଥିତ ମା କାମନାକାଳୀଙ୍କ ପିଠରେ ମେରୁ ପର୍ବ ପାଳିତ ହୋଇଯାଇଛି। ପ୍ରାତଃ ରୁ ମାଙ୍କ ନିତି କାନ୍ତି ପାଳନ ପରେ ମଧ୍ୟାହ୍ନ ସମୟରେ ମା'ଙ୍କୁ ମାଜଣା କରାଯାଇଥିଲା। ମାଜଣା ପରେ ଧୂଳି ଦଣ୍ଡ ପରିବେଷଣ କରାଯାଇଥିଲା।ପରେ ପରେ ଝାମୁଗାତରେ ଅଗ୍ନି ସଂଯୋଗ କରାଯାଇଥିଲା। ସ୍ଥାନୀୟ ପୁଷ୍କରିଣୀ କୁ ଯାଇ ପୂଜାର୍ଚ୍ଚନା, ବାଲୁକାପୂଜା କରାଯିବାରେ ଭକ୍ତ ମାନେ ଅଗ୍ନି ରେ ଚାଲିଥିଲେ
ମେରୁ ଉପଲକ୍ଷେ ଦଣ୍ଡ ନୃତ୍ୟ
ଆଜି ଢେଙ୍କାନାଳ ମହାବୀର ବଜାର ଠାରେ ଆନନ୍ଦ ବଜାର ମା କାମନା କାଳୀଙ୍କ ଦଣ୍ଡ ନୃତ୍ୟ ତରଫରୁ ଦଣ୍ଡ ନୃତ୍ୟ ପରିବେଷଣ କରାଯାଇଥିଲା। ପ୍ରଭାତ ଫେରି, ଦଣ୍ଡ ନୃତ୍ୟ ବନ୍ଦନା,ହାଡ଼ି ହାଡିଆଣୀ, ଶିବ ପାର୍ବତୀ, ଓ ବିଭିନ୍ନ ପ୍ରକାରର ଦଣ୍ଡ ନୃତ୍ୟ ପରିବେଷଣ କରାଯାଇଥିଲା। ଦେଖିବା ପାଇଁ ବହୁତ ଭକ୍ତ ମାନଙ୍କ ଭିଡ଼ ଜମିଥିଲା ଏହି କାର୍ଯ୍ୟକ୍ରମ ଶେଷରେ ମା ମନ୍ଦିରକୁ ମଧ୍ୟରାତ୍ର ରେ ଦଣ୍ଡ ଛପିବେ।