ଗ୍ରୀଷ୍ମରୁତୁ ନଆସୁଣୁ ଜଳୁଛି ଜଙ୍ଗଲ: ଉଦଳା ଓ କୁଲଡିହା ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ

ଗ୍ରୀଷ୍ମରୁତୁ ନଆସୁଣୁ ଜଳୁଛି ଜଙ୍ଗଲ:

ଉଦଳା ଓ କୁଲଡିହା ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ

ହୁ ହୁ ହୋଇ ଜଳୁଛି ସଂରକ୍ଷିତ ଜଙ୍ଗଲ । ଉଦଳା ବନାଂଚଳ ଅଧିନରେ ଥିବା ଖଲାଡ଼ି ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ । ସାଗୁଆନ ଗଛ ଭର୍ତି ହୋଇଥିବା ଏହି ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ବନବିଭାଗ ପକ୍ଷରୁ ନିଆଁକୁ ଆୟତ କରାଯାଇଛି । ନିଆଁର ମାତ୍ରା ଏତେ ଭୟାବହ ହୋଇଥିଲା ଯେ ଧୀରେ ଧୀରେ ଏହା ଅନେକ ସ୍ଥାନକୁ ବ୍ୟାପିଯାଇଥିଲା । ଖବର ପାଇ ବନ କର୍ମଚାରୀ ପହଂଚି ଦୀର୍ଘ ଦୁଇ ଘଂଟାର ପରିଶ୍ରମ ପରେ ନିଆଁକୁ ଆୟତ କରଛନ୍ତି । ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ବହୁ ମୂଲ୍ୟବାନ ଗଛ ଜଳିପୋଡ଼ି ପାଉଁଶ ହୋଇଯାଇଛି ।

ବାରମ୍ବାର ଜଙ୍ଗଲରେ ନିଆଁ ଲାଗୁଥିବା ବେଳେ ବନ ବିଭାଗର ଅବହେଳା ଯୋଗୁଁ ଏପରି ହେଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ସେହିପରି ସୋର ଓ ଔପଦା ରେଂଜ କୁଲଡିହା ଅଭୟାରଣ୍ୟରେ ନିଆଁ ଲାଗିବାର ଦୃଶ୍ୟ ସାମ୍ନକୁ ଆସିଛି । ବନ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନେ ନିଆଁକୁ ଆୟତ କରିଥିବା ଜଣାପଡ଼ିଛି । ୨୦ ଏକରରୁ ଅଧିକ ଜଙ୍ଗଲରେ ଲାଗିଥିଲା ନିଆଁ । ଗ୍ରୀଷ୍ମ ଆସୁ ଆସୁ ଜଙ୍ଗଲରେ ଦୁଇ ଦୁଇ ଥର ନିଆଁ ଲାଗି ସାରିଆଣି । ହେଲେ ନିଆଁକୁ ଲିଭାଇବାକୁ ନାହିଁ ଅତ୍ୟାଧୁନିକ ଯନ୍ତ୍ରପାତି ନାଁ ଅଧିକ କର୍ମଚାରୀ ।