କନ୍ଦରପୁର ଟୋଲ ଗେଟ୍ ନିକଟରେ ଦୁର୍ଘଟଣା, ଦୁଇ ସାଙ୍ଗ ଜୀବନ୍ତ ଦଗ୍ଧ

ଅଭାବନୀୟ ଘଟଣା କ୍ରମରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଦୁଇଜଣ ବାଇକ ଆରୋହୀ ଜୀବନ୍ତ ଜଳି ମୃତ୍ୟୁ ବରଣ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରଛି।

କନ୍ଦରପୁର ଟୋଲ ଗେଟ୍ ନିକଟରେ ଦୁର୍ଘଟଣା, ଦୁଇ ସାଙ୍ଗ ଜୀବନ୍ତ ଦଗ୍ଧ

କଟକ:   ଅଧା ରହିଗଲା ଜଗନ୍ନାଥ ଦର୍ଶନ । ଦୁର୍ଘଟଣାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ । କଟକ କନ୍ଦରପୁର ଟୋଲ ଗେଟ୍ ନିକଟରେ ଘଟିଛି ଏହି ଦୁର୍ଘଟଣା | ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ଏକ ପଲସର ବାଇକରେ ଉଭୟ ତିର୍ତୋଲରୁ ପୁରୀ ଯାଉଥିବା ବେଳେ ଦୁର୍ଘଟଣାରେ ଶିକାର ହୋଇଥିଲେ । ମୃତକ ଦୁଇ ଜଣ ହେଲେ ଦିଲୁ ଦାସ, ଇସାନ ସାହୁ । ସୂଚନା ମୁତାବକ ଆଜି ସକାଳେ ୩ ଟି ବାଇକରେ ୬ ଜଣ ସାଙ୍ଗ ପୁରୀ ବାହାରିଥିଲେ । ସେମାନଙ୍କ ମଧ୍ୟରୁ ଏକ ପଲସର ବାଇକରେ ଦ୍ରୁତ ଗତିରେ ଆସୁଥିବା ଦୁଇ ଜଣ ଯୁବକ କନ୍ଦରପୁର ଟୋଲ ଗେଟ ନିକଟରେ ଥିବା ଏକ  ମିକ୍ସଚର ମେସିନ୍ ସହ ଧକ୍କା ହୋଇଥିଲା । ଫଳରେ ବାଇକର ଟାଙ୍କି ଫାଟି ନିଆଁ ଲାଗିଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ନିଆଁ ଯୁବକଙ୍କ ଦେହରେ ଲାଗିଯାଇଥିଲା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଘଟଣା ସ୍ଥଳରେ କନ୍ଦରପୁର ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।