କଟକରେ ଗୁଳି ଫୁଟାଇ ଲୁଟ

କଟକରେ ଗୁଳି କରି ଲୁଟିଲେ ଦୁର୍ବୃତ୍ତ। ଫାଙ୍କା ଗୁଳି ଫୁଟାଇ ସୁନା ଅଳଙ୍କାର ସହ ଟଙ୍କା ଲୁଟିଲେ। ଏଭଳି ଘଟଣା ଆଜି କନ୍ଦରପୁର ଥାନା ଅଞ୍ଚଳରେ ସ୍ପଷ୍ଟ ଦିବାଲୋକରେ କନ୍ଦରପୁର ଥାନା ଅନ୍ତର୍ଗତ ମାତଗଜପୁର ଲେବୁଲ କ୍ରସିଂ ନିକଟରେ ଘଟିଛି।
ହାଟସାହି ଅଞ୍ଚଳର ସୁନା ବ୍ୟବସାୟୀ ବିକାଶ ପାତ୍ରଙ୍କ ଠାରୁ ଏହି ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ଫାଙ୍କା ଗୁଳି ଚଳାଇ ବ୍ୟବସାୟୀଙ୍କ ଠାରୁୁ ସୁନା ଅଳଙ୍କାର ସହ ଟଙ୍କା ଲୁଟ୍ କରିଛନ୍ତି। ୩ଟି ବାଇକ୍ରେ ୫ ରୁ ୬ ଦୁର୍ବୃତ୍ତ ଆସି ଏହି ଲୁଟ୍ କରିଥିବା ନେଇ ଅଭିଯୋଗ ହୋଇଛି।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଏକାଠି ହୋଇଥିଲେ ମଧ୍ୟ ଲୁଟେରା ଫେରାର ହୋଇ ଯାଇଛନ୍ତି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।