ପ୍ରଥମ ପର୍ଯ୍ୟାୟରେ ୨୩କୋଟୀ ଟଙ୍କା ପ୍ରଦାନ

ମହାପୁରୁଷ ଅଚ୍ୟୁତାନନ୍ଦ ପଦ୍ମବନ ପୀଠ କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୨୩କୋଟୀ ଟଙ୍କା ପ୍ରଦାନ

ପ୍ରଥମ ପର୍ଯ୍ୟାୟରେ ୨୩କୋଟୀ ଟଙ୍କା ପ୍ରଦାନ

ନେମାଳ, ପଦ୍ମବନ ପୀଠ ନେମାଳ ଅଚ୍ୟୁତାନନ୍ଦ ଙ୍କ ପୀଠ ର ବିକାଶ ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୨୩କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏନେଇ ବିଦ୍ଧିବଦ୍ଧ ଭାବରେ ଘୋଷଣା କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ l

ନିକଟ ଅତୀତରେ ପୀଠର ବିକାଶ ପାଇଁ 5ଟି ସଚିବ ଶ୍ରୀଯୁକ୍ତ ଭିକେ ପାଣ୍ଡିଆନ୍ ଙ୍କ ସମେତ କଟକ ଜିଲ୍ଲାପାଳ ଓ ବିରଷ୍ଠ ପଦାଧିକାରୀ ଙ୍କ ଗ୍ରସ୍ତ ଏବେ ସଫଳ ରୁପାୟନ ନେଇଛି। ଏନେଇ ଏକ ସ୍ଵତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି କରାଯାଇ ସେଥିରେ ପ୍ରାଥମିକ ପର୍ଯ୍ୟାୟ ରେ କାର୍ଯ୍ୟ ଆରମ୍ଭ କରାଯାଇଛି।

ତେବେ ଏହି ଖବର ପ୍ରଚାରିତ ହେବା ପରେ ଅଚ୍ୟୁତାନନ୍ଦ ଟ୍ରଷ୍ଟ ପକ୍ଷରୁ ତଥା ପଦ୍ମବନ ପୀଠ ପକ୍ଷରୁ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ 5ଟି ସଚିବ ଭିକେ ପାଣ୍ଡିଆନ୍ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇ ଦିଆଯାଇଛି ବୋଲି ଜଣାପଡିଛି l

ଏଠାରେ ସୂଚନା ଯୋଗ୍ୟ ଯେ ଏଥିରେ ମହାପୁରୁଷ ଅଚ୍ୟୁତାନନ୍ଦ ଓ ଗୋପୀନାଥଜୀୟୁ ମନ୍ଦିର ନିର୍ମାଣ କମିଟି ର ଉପ ସଭାପତି ପ୍ରସନ୍ନ କୁମାର ବେଉରା ଓ ମନ୍ଦିର କମିଟି ର ସଦସ୍ୟ ଗଣ ଙ୍କ ସମେତ ସେବାୟତ ଏବଂ ସ୍ଥାନୀୟ ବାସିନ୍ଦା ବିଭିନ୍ନ ସମୟରେ ୫ଟି ସଚିବ ଙ୍କୁ ଭେଟି ବିକାଶ କାର୍ଯ୍ୟ କୁ ତ୍ଵରାନିତ କରିବା ପାଇଁ ନିବେଦନ କରିଥିଲେ । 

ତେବେ ଏହି ବିକାଶ କାର୍ଯ୍ୟ କୁ କେତେକ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ବିରୋଧ କରୁଥିବା ବେଳେ ଏଥିରେ ସେମାନଙ୍କୁ ଶକ୍ତ ପ୍ରହାର ହୋଇଛି। ଏମିତି କି ଏହି ପବିତ୍ର ଐତିହାସିକ ପୀଠକୁ ଉକ୍ତ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ନିଜର ପୈତୃକ ସମ୍ପତ୍ତି ମନେକରି ମିଥ୍ୟା ଅଭିଯୋଗ ଦର୍ଶାଇ ନ୍ୟାୟାଳୟ ର ଦ୍ବାରସ୍ଥ ମଧ୍ୟ ହୋଇ ଥିଲେ।  ତେବେ ସବୁ ସ୍ତରରେ ବିରୋଧୀ ନିରାଶ ହେବା ପରେ ଆଜି ରାଜ୍ୟ ସରକାରଙ୍କ ନିଷ୍ପତି ସେଥିରେ ପୁର୍ଣ୍ଣଚ୍ଛେଦ ପକାଇଛି। ପଦ୍ମବନ ର ବିକାଶ ବିରୋଧୀ ମାନଙ୍କୁ ଏନେଇ କଡ଼ା ସମାଲୋଚନା କରିବା ସହ ବିକାଶ କାର୍ଯ୍ୟ କୁ ତ୍ବରାନ୍ବିତ କରିବା ପାଇଁ ସବୁ ସ୍ତରରେ ସ୍ବର ଉଠିବାରୁ ଏଥିରେ ସର୍ବ ସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ଯାହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।

ଏଥି ସହ କମିଟି ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜେ.କେ ଦାସ, ରାଜସ୍ଵ ଆଯୁକ୍ତ ଶ୍ରୀ ସୁରେଶ ଦଳାଇ, ସିଡିଏ ଅଧକ୍ଷ, ଶ୍ରୀ ଅନିଲ କୁମାର ସାମଲ, ଏଣ୍ଡାମେଣ୍ଟ ଆଯୁକ୍ତ ଶ୍ରୀ ଶିଶିର ରଥ, ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚଇନି ଓ ଉପ ଜିଲ୍ଲାପାଳ ତଥା ଟ୍ରଷ୍ଟ ବୋଡ଼ ଅଧକ୍ଷ ଶ୍ରୀ କମଳଜିତ ଦାସ ଓ ସ୍ଥାନୀୟ ବିଧାୟକ ଶ୍ରୀ ଚନ୍ଦ୍ର ସାରଥୀ ବେହେରା ଙ୍କ ସମେତ ସର୍ବୋପରି ଆଇନ ପରାମର୍ଶ ଦାତା ଶ୍ରୀ ଶିଶିର ଦାସ ଙ୍କ ଉଦ୍ୟମ କୁ ସମସ୍ତେ ଭୂୟସୀ ପ୍ରସଂଶା କରିବା ସହ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ।