ଷ୍ଟେଟ ପ୍ରୋଗ୍ରେସିଭ ୱିମେନ୍ସ ଫୋରମ ତରଫରୁ ଦୁଇଦିନିଆ ମହିଳା ଓ ଶିଶୁ ଅଧ୍ଵକାର ଜାତୀୟ ସମାବେଶ ଉଦଯାପିତ।
ଷ୍ଟେଟ ପ୍ରୋଗ୍ରେସିଭ ୱିମେନ୍ସ ଫୋରମ ତରଫରୁ ଦୁଇଦିନିଆ ମହିଳା ଓ ଶିଶୁ ଅଧ୍ଵକାର ଜାତୀୟ ସମାବେଶ ଲିଙ୍ଗରାଜ ମନ୍ଦିର ପ୍ରାଙ୍ଗଣରେ ଉଦଯାପିତ।
ଷ୍ଟେଟ ପ୍ରୋଗ୍ରେସିଭ ୱିମେନ୍ସ ଫୋରମ ତରଫରୁ ଦୁଇଦିନିଆ ମହିଳା ଓ ଶିଶୁ ଅଧ୍ଵକାର ଜାତୀୟ ସମାବେଶ ଗତ ୨୭ ଓ ୨୮ ତାରିଖରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ସମାବେଶ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟକ୍ରମକୁ ପୂର୍ବତନ ମନ୍ତ୍ରୀ ଏବଂ ମାନ୍ୟବର ସାସଂଦ ପ୍ରଶାନ୍ତ ନନ୍ଦ ଉଦ୍ଘାଟକ ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।
ମୁଖ୍ୟଅତିଥ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ଜୁଏଲ ଓରାମ ଯୋଗ ଦେଇଥିଲେ । ଏଥିସହିତ ବହୁ ମାନ୍ୟଗଣ୍ୟ ଅତିଥିଙ୍କ ଉପସ୍ଥିରେ ମହିଳାଙ୍କ ଉପରେ ନିର୍ଯ୍ୟାତନା, ମହିଳାମାନଙ୍କ ରାଜନୈତିକ ଅଧିକାର ଉପରେ ଆଲୋକପାତ କରାଯାଇଥିଲା
ଏହି ଅଧିବେଶନର ଦ୍ବିତୀୟ ଦିନରେ ସୁଦୂର ଋଷିକେଶରୁ ଜାତୀୟ ମନ୍ଦିର ମଠ ସୁରକ୍ଷା କମିଟିର ଅଧକ୍ଷ୍ୟା ତଥା ପୂର୍ବତନ ଜାତୀୟ ମହିଳା ସୁରକ୍ଷା କମିଟିର ସଦସ୍ୟା ମାତାଜୀ ପ୍ରଭାକୀରଣ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।
ଲିଙ୍ଗରାଜ ମନ୍ଦିର ନିକଟସ୍ଥ ବୈଷ ଦେବୀ ପିଠା ପ୍ରାଙ୍ଗଣରେ ଆୟୋଜିତ ଏକ ସଭାରେ ନାରୀ ମାନଙ୍କ ଅଧିକାର ଓ ସ୍ଵାବଲମ୍ବୀ ହେବାର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ । ଏହିସଭାକୁ ପରିଚାଳନା କରିଥିଲେ ଷ୍ଟେଟ ପ୍ରୋଗ୍ରେସିଭ ୱିମେନ୍ସ ଫୋରମର ଅଧକ୍ଷ୍ୟା ଶ୍ରୀମତୀ ମମତା ସାମନ୍ତରାୟ ।