୧୩୦ ଲିଟର ଦେଶୀ ରନ୍ଧା ମଦ ଜବତ ସହ ଦୁଇ ଅଭିଯୁକ୍ତ ଗିରଫ
ଟିଟିଲାଗଡ ଅବକାରୀ ବିଭାଗ ତରଫରୁ ଆଜି ସଇଁତଲା ଥାନା ଅନ୍ତର୍ଗତ ଯୁରାବନ୍ଧ, ଗୁଦ୍ରାମୁଣ୍ଡା, ଅଞ୍ଚଳ ରୁ ୮୦ ଲିଟର ରନ୍ଧା ମଦ ଜବତ

ଟିଟିଲାଗଡ ଅବକାରୀ ବିଭାଗ ତରଫରୁ ଆଜି ସଇଁତଲା ଥାନା ଅନ୍ତର୍ଗତ ଯୁରାବନ୍ଧ, ଗୁଦ୍ରାମୁଣ୍ଡା, ଅଞ୍ଚଳ ରୁ ୮୦ ଲିଟର ରନ୍ଧା ମଦ ଜବତ ସହ ଏକ ବାଇକ ଜବତ କରି ଅଭିଯୁକ୍ତ ନାରାୟଣ ଧରୁଆ (୪୦) କୁ ଗିରଫ କରାଯାଇଛି, ସେହିପରି ଉକ୍ତ ସଇଁତଲା ଥାନା କୁମ୍ଭାରି ନିକଟରୁ ରସିଲ ନାଗ (୫୦) ନାମକ ଜଣେ ବ୍ୟକ୍ତି ଙ୍କ ଠାରୁ ୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରି ଥିବା ସୁଚନା ମିଳିଛି । ଉକ୍ତ ଦ୍ବୟ ଙ୍କ ନିକଟରୁ ୧୩୦ ଲିଟର ରନ୍ଧା ମଦ ଜବତ କରାଯାଇ ଥିବା ବେଳେ ଉଭୟ ଙ୍କୁ ସଇଁତଲା କୋର୍ଟ ଚାଲାଣ କରାଯିବ ବୋଲି ଟିଟିଲାଗଡ ଅବକାରୀ ଅଧିକାରୀ ଆଶିଷ ବେହେରା ସୂଚନା ଦେଇଛନ୍ତି ।