ରାଜ୍ଯ ରେ ଆଉ ସାମ୍ବାଦିକ ଙ୍କ ଆବଶ୍ୟକତା ନାହିଁ , ବିଭାଗୀୟ ମନ୍ତ୍ରୀଙ୍କ ପାଣିଚିଆ ଉତ୍ତର ରୁ ହେଉଛି ସ୍ପଷ୍ଟ
କିଏ କହିବ ଯେ ଏ ଖବର ମିଳିନାହିଁ କି କେହି ପାଇନାହାଁନ୍ତି ତାହା ସମ୍ପୂର୍ଣ ହାସ୍ୟାସ୍ପଦ କଥା l

ଭୁବନେଶ୍ୱର: ଗତ କିଛି ଦିନ ହେବ ସାମ୍ବାଦିକ ମାନଙ୍କ ପ୍ରତି ସରକାରଙ୍କ ବ୍ୟବହାର ସୀମା ଟପିଲାଣି କିନ୍ତୁ ଏନେଇ ବିଭାଗୀୟ ମନ୍ତ୍ରୀ ଙ୍କ ପାଖରେ କିଛି ଉତ୍ତର ନାହିଁ କି ସମ୍ପୃକ୍ତ ବିଭାଗ ପାଖରେ କିଛି ସୂଚନା ନାହିଁ l ଯେତେ ବେଳେ ରାଜ୍ଯ ରେ କୌଣସି ଘଟଣା ବା ଦୁର୍ଘଟଣା ଘଟୁଛି ତାହା ପରୋକ୍ଷ ବା ପ୍ରତେକ୍ଷ ରେ ସମସ୍ତଙ୍କ ପାଖରେ ପହଞ୍ଚୁଛି l ତାଛଡା social media ରେ ଏହା ପୁଣି ଆହୁରି କ୍ଷିପ୍ର ଗତିରେ ଭାଇରାଲ ହେଉଛି l କିନ୍ତୁ ତାକୁ ନେଇ କିଏ କହିବ ଯେ ଏ ଖବର ମିଳିନାହିଁ କି କେହି ପାଇନାହାଁନ୍ତି ତାହା ସମ୍ପୂର୍ଣ ହାସ୍ୟାସ୍ପଦ କଥା l
ଯେମିତି କି କିଛି ଦିନ ତଳେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ଓଡିଶା ଗସ୍ତରେ ଅସି ରମାଦେବୀ ମହିଳା ମହାବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ମାନଙ୍କୁ ଭିତରକୁ ନଛାଡ଼ା ଯିବା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମକୁ କୌଣସି କାର୍ଯ୍ୟରତ ଫୋଟୋ ଓ ବୈଦୁତିକ ଗଣମାଧ୍ୟମର ପ୍ରତିନିଧିଙ୍କ ଅବସ୍ଥା,ସାମ୍ବାଦିକଙ୍କୁ ଭିତରକୁ ପ୍ରବେଶ ମନା କରାଯାଇଥିଲା। ତେବେ କେଉଁ କାରଣରୁ ଏବଂ କ’ଣ ପାଇଁ ସାମ୍ବାଦିକ ମାନଙ୍କୁ ରମାଦେବୀ ମହାବିଦ୍ୟାଳୟ କାର୍ଯ୍ୟକ୍ରମକୁ ଛଡ଼ା ଯାଇ ନଥିଲା ସେ ନେଇ ବିଧାନସଭାରେ ଆଜି ବିଜେପି ବିଧାୟିକା କୁସୁମ ଟେଟେ ପ୍ରଶ୍ନ କରିଥିଲେ।
ଯାହାକି ସାମ୍ବାଦିକଙ୍କୁ ଛଡ଼ା ନ ଯିବା ସଂକ୍ରାନ୍ତରେ ବିଭାଗ ଅବଗତ ଅଛନ୍ତି କି ? ,
ଯଦି ହଁ, ତେବେ ଏଥି ପାଇଁ କିଏ ନିଷ୍ପତି ନେଇଥିଲା ?
ସାମ୍ବାଦିକ ମାନଙ୍କ ପ୍ରତି ଏଭଳି ବ୍ୟବହାର ପାଇଁ ବିଭାଗ ପକ୍ଷରୁ କଣ ପଦକ୍ଷେପ ନିଆଯାଇଛି ?
ବୋଲି ସେ ପଚାରିଥିଲେ।
ଏନେଇ ବିଭାଗୀୟ ମନ୍ତ୍ରୀ ପ୍ରଦିପ ଅମାତ ଆଜି ବଧାନସଭାରେ ଉତ୍ତର ରଖି କହିଛନ୍ତି ଯେ,
‘ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମ୍ବାଦିକ ମାନଙ୍କୁ ଛଡ଼ା ନଯିବା ସଂକ୍ରାନ୍ତରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଅବଗତ ନାହାନ୍ତି। ତେବେ ଫେବୃଆରୀ ୬ ତାରିଖରେ ଲୋକସେବା ଭବନରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରସ୍ତୁତି ବୈଠକରେ ନିଷ୍ପତି ଅନୁଯାୟୀ ମାନ୍ୟବର ରାଷ୍ଟ୍ରପତିଙ୍କର ସମସ୍ତ କାର୍ଯ୍ୟକ୍ରମର ଲାଇଭ୍ କମନ ଫିଡ୍ ବ୍ୟବସ୍ଥା ରାଜ୍ୟ ସୂଚନା ଲୋକ ସଂମ୍ପର୍କ ବିଭାଗ ତରଫରୁ କରାଯାଇଥିଲା।’
ତେବେ ଏନେଇ ପ୍ରଶ୍ନ ଉଠୁଛି ଯେ ରାଜ୍ଯ ରେ ବୋଧେ ଆଉ ସାମ୍ବାଦିକ ମାନଙ୍କର ଆବଶ୍ୟକତା ନାହିଁ
ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସବୁ କିଛି କାର୍ଯ୍ୟ ତୁଲାଇ ନେବ
ତାହେଲେ ରାଜ୍ଯରେ ଯେତକ ଖବର ସରବରାହ ସଂସ୍ଥା ମାନେ ଅଛନ୍ତି ସେମାନେ କଣ କରିବେ
ଏହା ସେମାନଙ୍କ କାର୍ଯ୍ୟ ଦକ୍ଷତା ଉପରେ ଅଙ୍ଗୁଳି ନିର୍ଦେଶ କରୁ ନାହିଁ କି ?
ଦାୟିତ୍ବ ଆମର ନିଷ୍ପତି ଆପଣଙ୍କର