ମଦ ବୋତଲରେ ଯୁବକଙ୍କୁ ଆକ୍ରମଣ
ଯୁବକଙ୍କୁ ମଦ ବୋତଲରେ ଆକ୍ରମଣ

ଯୁବକଙ୍କୁ ମଦ ବୋତଲରେ ଆକ୍ରମଣ
ବ୍ରହ୍ମପୁର,୧୨ା୨: ବ୍ରହ୍ମପୁର ବଡ଼ବଜାର ଥାନା ଅଧୀନ ଜଗବନ୍ଧୁ ସାହିରେ କାହ୍ନା ପାତ୍ର ନାମକ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୪୩/୨୩) ରୁଜୁ କରିଛି।
ମିଳିଥିବା ସୂଚନା ମୁତାବକ, ପ୍ରହଲ୍ଲାଦନଗର ୪ର୍ଥ ଲାଇନ୍ର କାହ୍ନା ଏକ ଦୋକାନରୁ ସାମଗ୍ରୀ କିଣୁଥିବା ବେଳେ କାଳିଆ ସେଠୀ ନାମକ ଜଣେ ଯୁବକ ତାଙ୍କୁ ମଦ ବୋତଲରେ ଆକ୍ରମଣ କରିଥିଲେ। ଫଳରେ କାହ୍ନାଙ୍କ ପେଟ, ମୁଣ୍ଡ ଏବଂ ଶରୀରର ବିଭିନ୍ନ ସ୍ଥାନରେ କ୍ଷତସୃଷ୍ଟି ହୋଇଛି। ପୂର୍ବ ଶତ୍ରୁତାରୁ କାହ୍ନାଙ୍କୁ ଆକ୍ରମଣ କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।