ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଦୁଇଦିନିଆ ବାଲେଶ୍ବର ଜିଲ୍ଲା ଗସ୍ତ

ମେଡିକାଲ କଲେଜ ୬ ମାସ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଶ୍ରୀ ମହାପାତ୍ର ପଞ୍ଚାୟତସ୍ତରୀୟ ମହିଳା ମହାସଂଘ ସଭାରେ ଯୋଗ ଦେଇଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଦୁଇଦିନିଆ ବାଲେଶ୍ବର ଜିଲ୍ଲା ଗସ୍ତ

ମୁଖ୍ୟ ଶାସନ ସଚିବଙ୍କ ବାଲେଶ୍ଵର ଜିଲ୍ଲା ଗସ୍ତ,

ମେଡିକାଲ କଲେଜ ୬ ମାସ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବାଲେଶ୍ବର ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ବାଲେଶ୍ବରସ୍ଥିତ ଫକିର ମୋହନ ମେଡିକାଲ କଲେଜ ଓ ହସପିଟାଲ ଗସ୍ତକରି ନିର୍ମାଣଧିନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆସନ୍ତା ୬ ମାସ ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ପଢୁଥିବା ଛାତ୍ରଛାତ୍ରୀ ମାନେ ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାକ୍ଟିକାଲ ଶ୍ରେଣୀରେ ଯୋଗ ଦେଉଛନ୍ତି । ଏଥିସହ ଉକ୍ତ ୬୫୦ ଶଯ୍ୟା ବିଶିଷ୍ଟ ହସପିଟାଲ ନିମନ୍ତେ ଆସୋସିଏଟ ଓ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ମିଶାଇ ପ୍ରାୟ ଶହେ ଜଣ ନିଯୁକ୍ତ ଅଛନ୍ତି । ଏଠାରେ କର୍କଟ ରୋଗର ଚିକିତ୍ସା ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଥିବା ଶ୍ରୀ ମହାପାତ୍ର କହିଛନ୍ତି ।ଜାତୀୟ ରାଜପଥରୁ ମେଡିକାଲକୁ ପ୍ରାୟ ଏକ କିଲୋମୋଟର ସଂଲଗ୍ନ ରାସ୍ତାର ଯାରି ମରାମତି କାର୍ଯ୍ୟକୁ ଖୁବଶୀଘ୍ର ଶେଷ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବ ଚାନ୍ଦିପୁର ଗସ୍ତକରି ମେରାଇନ ଡ୍ରାଇଭ୍ ରୋଡ ନିର୍ମାଣକାର୍ଯ୍ୟ ସମୀକ୍ଷା କରିଥିଲର । ଏହି ସଡକ ସହ ପ୍ରାୟ ୨ କିଲୋମିଟର ବ୍ୟାପି ସୁରକ୍ଷା ପ୍ରାଚୀର ମଧ୍ୟ ନିର୍ମାଣ କରାଯାଉଛି ଯାହାଦ୍ବାରା ବାତ୍ୟା ସମୟରେ ୫ ମିଟର ପର୍ଯ୍ୟନ୍ତ ଉଚ୍ଚ ଜୁଆର ଆସିଲେ ମଧ୍ୟ କୌଣସି କ୍ଷତି ହେବ ନାହିଁ ବୋଲି ସେ କହିଛନ୍ତି । ଏହି ନିର୍ମାଣ କାର୍ଯ୍ୟକୁ ବୁଢାବଳଙ୍ଗ ମୁହାଣ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ । ଏଠାରେ ମଧ୍ୟ ପର୍ଯ୍ୟଟକ ମାନଙ୍କ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି । ଆଲୋକୀକରଣ, ପାର୍କିଂ, ଶୌଚାଳୟ ଏବଂ ରହିବା ବ୍ୟବସ୍ଥା କରାଯିବା ସହ ଦୋକାନୀ ମାନଙ୍କୁ ଥଇଥାନ କରାଯିବା ନେଇ ସେ ସୂଚନା ଦେଇଥିଲେ । ଯାହାଦ୍ବାରା ପର୍ଯ୍ୟଟକ ମାନଙ୍କ ପାଇଁ ଏହା ଉପଭୋଗ୍ୟ ହୋଇପାରିବ ଏବଂ ଏହା ଓଡିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଗଣିତ ହେବ ବୋଲି ଶ୍ରୀ ମହାପାତ୍ର କହିଥିଲେ 

ଏଥିସହ ମୁଖ୍ୟ ଶାସନ ସଚିବ ତାଳସେରୀ- ଉଦୟପୁର ବେଳାଭୂମି, ବିଚିତ୍ରପୁର ଜେଟି ଓ ଫରେଷ୍ଟ ରିସୋର୍ଟ,ନୁନିଆ ଯୋଡି ବ୍ରିଜ, ଶଙ୍ଗାରୀସ୍ଥିତ ମନ୍ମଥ- ମନୋଜ ସ୍ମୃତିସ୍ଥଳୀକୁ କ୍ଷେତ୍ର ପରିଦର୍ଶନ କରି ସେଠାରେ ଯାରି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହ ତ୍ବରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଗସ୍ତ କାର୍ଯ୍ୟକ୍ରମ ସମୟରେ ଜିଲ୍ଲାପାଳ ଦତ୍ତାତ୍ରେୟ ବାହୁସାହେବ ସିନ୍ଧେ, ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ, ଉୋ ଜିଲ୍ଲାପାଳ କୁନାଲ ଚୌହାନ, ଜିଲ୍ଲା ପରିଷଦ ଉୋ ମୁଖ୍ୟ ଉନ୍ନୟନ ତଥା ଅତିରିକ୍ତ ନିର୍ବାହୀ ଅଧିକାରୀ ଚାମୁନ୍ଦ୍ର କୁଜ୍ଜୁର ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଗସ୍ତ କାର୍ଯ୍ୟକ୍ରମ ଅବସରରେ ଆଜି ସିମୁଳିଆ ବ୍ଲକ ମଇତାପୁର ଗ୍ରାମ ପଞ୍ଚାୟତରେ ମିଶନ ଶକ୍ତି ମା' ମାନଙ୍କ ଦ୍ବାରା ପରିଚାଳିତ ସୋରିଷ ଚାଷ ବୁଲି ଦେଖିଛନ୍ତି।

ପ୍ରାୟ ୩ଶହ ଏକରରୁ ଉର୍ଦ୍ଧ୍ବ ଚାଷ ଜମିରେ ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ସୋରିଷ ଚାଷ କରାଯାଉଛି।

ଶ୍ରୀ ମହାପାତ୍ର ପଞ୍ଚାୟତସ୍ତରୀୟ ମହିଳା ମହାସଂଘ ସଭାରେ ଯୋଗ ଦେଇଥିଲେ।

ଶ୍ରୀ ମହାପାତ୍ର ମିଶନ ଶକ୍ତି ସଦସ୍ୟାମାନଙ୍କୁ ୨ଟି ସୋରିଷ ତେଲ ଘଣା କଳ, ୨ଟି ମସଲା ପେଷିବା କଳ, ଗୋଟିଏ ମୁଢି ଭଜା କଳ ଓ ଗୋଟିଏ ଛୋଟ ଧାନକଳ ପ୍ରଦାନ କରିଥିଲେ।

ମିଶନ ଶକ୍ତି ଦ୍ବାରା ମହିଳାମାନେ ଆର୍ଥିକ ସ୍ବାବଲମ୍ବୀ ହୋଇ ପାରୁଛନ୍ତି ବୋଲି ସେ ମତବ୍ୟକ୍ତ କରିଥିଲେ।

ପ୍ରତ୍ୟେକ ପଞ୍ଚାୟତ ଗୋଟିଏ ଉତ୍ପାଦ ପ୍ରସ୍ତୁତ କରିବା ନିମନ୍ତେ ସରକାରଙ୍କ ନିଆଯାଇଥିବା ପଦକ୍ଷେପ ଉପରେ ସେ ଗୁରୁତ୍ବାରୋପ କରିଥିଲେ।

ଏହାଦ୍ବାରା ମହିଳାମାନେ କ୍ଷୁଦ୍ର ଉଦ୍ବୋଗୀ ହୋଇ ପାରିବା ସହ ସେମାନଙ୍କ ଆୟ ଦୁଇଗୁଣା ହୋଇପାରିବ ବୋଲି ଶ୍ରୀ ମହାପାତ୍ର କହିଥିଲେ।