ଉଦଘାଟିତ ହେଲା ଆଞ୍ଚଳିକ ନ୍ୟାୟିକ ବିଦ୍ୟାପୀଠ
ଓଡ଼ିଶା ବିଚାର ବିଭାଗ ପକ୍ଷରୁ ବାଲେଶ୍ବର ଷ୍ଟେସନ ଛକ ଠାରେ ଶନିବାର ପୂର୍ବାହ୍ନରେ ଆଞ୍ଚଳିକ ନ୍ୟାୟିକ ବିଦ୍ୟାପୀଠ ଉଦଘାଟନ ହୋଇଯାଇଛି।

ଓଡ଼ିଶା ବିଚାର ବିଭାଗ ପକ୍ଷରୁ ବାଲେଶ୍ବର ଷ୍ଟେସନ ଛକ ଠାରେ ଶନିବାର ପୂର୍ବାହ୍ନରେ ଆଞ୍ଚଳିକ ନ୍ୟାୟିକ ବିଦ୍ୟାପୀଠ ଉଦଘାଟନ ହୋଇଯାଇଛି। ଏହି ବିଦ୍ୟାପୀଠକୁ ଆଭାଷୀ ମାଧ୍ୟମରେ ମାନ୍ୟବର ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ସୂର୍ୟ୍ୟକାନ୍ତ ଏହାକୁ ଉଦଘାଟନ କରିଥିଲେ। ଏହି ଉଦଘାଟନୀ ଉତ୍ସବରେ ମାନ୍ୟବର ହାଇ କୋର୍ଟ ମୁଖ୍ୟ ବିଚାରପତି ଏସ ମୁରଲୀ ଧରନ୍ ଆଭାସି ମାଧ୍ୟମରେ ଉଦବୋଧନ ଦେଇ କହିଥିଲେ ଓଡ଼ିଶାର ପାଞ୍ଚଟି ଜିଲ୍ଲା ଅନୁଗୁଳ, ବାଲେଶ୍ବର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମ ଠାରେ ଏହି ବିଦ୍ୟାପୀଠ ଖୋଲାଯାଇଛି। ଏଥ୍ରେ ଜୁଡ଼ିସିଆଲ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି କହିଥିଲେ।
ଅନ୍ୟ ସମ୍ମାନୀତ ଅତିଥି ଭାବେ ମାନ୍ୟବର ବାଲେଶ୍ବରରେ ହାଇ କୋର୍ଟ ଜଜ ବିଭୁ ପ୍ରସାଦ ରାଉତରାୟ, ବାଲେଶ୍ବର ଜିଲ୍ଲା ଦୌରାଜଜ ଅଶାନୁ କୁମାର ଦାସଙ୍କ ସମେତ ସମସ୍ତ ବିଚାରପତି, ଏସପି ସାଗରିକା ନାଥ, ଓକିଲ ସଂଘ ସଭାପତି ମନୋଜ ନାୟକ, ସମ୍ପାଦକ ଦୀପକ କୁମାର ଦାଶ ତଥା ବିଚାର ବିଭାଗୀୟ କର୍ତ୍ତୃପକ୍ଷ ଓ ଆଇନଜୀବୀ ଉପସ୍ଥିତ ଥିଲେ। ଏହି ଅବସରରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟର ବିଚାରପତି ଭିଡିଓ କନଫରେନସିଂ ମାଧ୍ୟମରେ କହିଥିଲେକି କଟକରେ ଥିବା ଜୁଡିସିଆଲ ଏକାଡେମୀରେ ଓଡ଼ିଶାର ସମସ୍ତ ବିଚାର ବିଭାଗୀୟ ଅଧିକାରୀ ପ୍ରଶିକ୍ଷଣ ନେବାକୁ ଆସିଲେ ବିଚାର ଦିବସ ଗୁଡିକ ନଷ୍ଟ ହେବ। ତେଣୁ ଓଡ଼ିଶାର ପାଞ୍ଚୋଟି ଜୋନରେ ଆଞ୍ଚଳିକ ଜୁଡ଼ିସିଆଲ ଏକାଡେମୀ ଖୋଲା ଯାଇଛି।