ବିପୁଳ ପରିମାଣର ବିଦେଶୀ ମଦ ଜବତ, କପଡା ବ୍ୟବସାୟୀଙ୍କ ପୁଅ ଗିରଫ
ବରଗଡ଼ ଗ୍ରାମାଞ୍ଚଳ ଥାନା ତରଫରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯିବା ସହ ଜଣେ ଯୁବକ ଗିରଫ କରାଯାଇଛି

ବରଗଡ଼ ଗ୍ରାମାଞ୍ଚଳ ଥାନା ତରଫରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯିବା ସହ ଜଣେ ଯୁବକ ଗିରଫ କରାଯାଇଛି । ଗିରଫ ଯୁବକ ବରଗଡ଼ ୱାର୍ଡ ନମ୍ବର ୫ ସହରାପଡାର ସୋଭିତ ମିତ୍ତଲ ବୋଲି ପୋଲିସ ସୂଚନା ଦେଇଛି । ପୋଲିସ ସୋଭିତ ଠାରୁ ୯୫ ବୋତଲ ବିଦେଶୀ ମଦ ସହିତ (ଓଡ଼ି ୧୭ ଏଏ ୩୫୩୭) ନମ୍ବର କାର ଜବତ କରିଛି ।
ଏ ନେଇ ଗ୍ରାମାଞ୍ଚଳ ଥାନା କେସ ନମ୍ବର ୧୨୪ ରେ ଏକ ମାମଲା ରୁଜୁ କରି ସୋଭିତକୁ କୋର୍ଟ ଚାଲାଣ କରାଯାଇଥିବା ବରଗଡ଼ ଏସଡିପିଓ ଅମ୍ରୀତ କୁମାର ପଣ୍ଡା ସୂଚନା ଦେଇଛନ୍ତି ।