ପଞ୍ଚଭୂତରେ ଲୀନ ହେଲେ ସହିଦ୍ ନୀଳାଞ୍ଚଳ ପଟେଲ
ବୀର ପୁଅକୁ ଅଶ୍ରୁଳ ବିଦାୟ

ବୀର ପୁଅକୁ ଅଶ୍ରୁଳ ବିଦାୟ । ପଞ୍ଚଭୂତରେ ଲୀନ ହେଲେ ସହିଦ୍ ନୀଳାଞ୍ଚଳ ପଟେଲ । ବୀରପୁଅକୁ ହରାଇ କାନ୍ଦୁଛି ବରଗଡ଼ ଜିଲ୍ଲାର ବାଘପାଲି ଗାଁ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ଯବାନ ନୀଳାଞ୍ଚଳ ପଟେଲଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶେଷ ଦର୍ଶନ ସହ ଅଶ୍ରୁଳ ବିଦାୟ ଦେଲେ ହଜାର ହଜାର ଲୋକ । ମଣିପୁରରେ କାର୍ଯ୍ୟରତ ବେଳେ ଦୁର୍ଘଟଣାରେ ସହିଦ ହୋଇଥିଲେ ନୀଳାଞ୍ଚଳ । ପାର୍ଥିବ ଶରୀର ବାଘପାଲି ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।
ଆଜି ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନ ଜଣାଇଥିଲେ ବରଗଡ଼ ଜିଲ୍ଲାପାଳ। ଏହାପରେ ସହର ପରିକ୍ରମା କରଯିବା ପରେ ପୈତୃକ ଗାଁକୁ ନିଆଯାଇଥିଲା। ବୀର ପୁଅକୁ ହରାଇ ଗୁମୁରି କାନ୍ଦୁଛି ବାଘପାଲି। କାନ୍ଦବୋବାଳିରେ ଫାଟି ପଡୁଛି ପୁରା ଗାଁ। କାହାରି ଆଖିରୁ ଲୁହ ଶୁଖୁନି। ନୀଳାଞ୍ଚଳଂକୁ ଶେଷ ଦର୍ଶନ ପାଇଁ ଜନସମୁଦ୍ର ପାଲଟିଥିଲା। ନୀଳାଞ୍ଚଳ ଆସାମ ରାଇଫଲ୍ସରେ କାର୍ଯ୍ୟରତ ଥିଲେ । ବରଗଡ଼ ଭେଡେନ ବ୍ଲକ ବାଘପାଲିରେ ନୀଳାଞ୍ଚଳ ଘର। ୨୦୦୦ ମସିହାରେ ସେ ଆସାମ ରାଇଫଲରେ ଯୋଗ ଦେଇଥିଲେ । ଆସନ୍ତା ବର୍ଷ ୨୦୨୪ରେ କାର୍ଯ୍ୟରୁ ଅବସର ନେଇଥାନ୍ତେ। ତାଙ୍କ ଘରେ ବୃଦ୍ଧା ମାଆ , ପତ୍ନୀ ରାଶେଶ୍ବରୀ ପଟେଲ , ଦୁଇ ଝିଅଙ୍କ ସହ ବଡ଼ଭାଇ ନୀଳାମ୍ବର ପଟେଲ ଓ ଭାଉଜ ମଂଜୁଲତା ପଟେଲ ଅଛନ୍ତି ।