ସ୍ମାର୍ଟ ସିଟି ର ସ୍ମାର୍ଟ ବ୍ୟବସ୍ଥା
କେବଳ ପ୍ରଚାର ପ୍ରସାର ରେ ବିଏମସି ର ଆବର୍ଜନା ସଫେଇ ଅଭିଯାନ

ଫଟୋ ସୌଜନ୍ୟ - ଟିକନ ମିଶ୍ର
ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ l ଆବର୍ଜନା ସଫେଇରେ ବିଫଳ ସ୍ମାର୍ଟ ସିଟି ର ବିଏମସି l ଓଡ଼ିଶାରେ ଭୁବନେଶ୍ୱର କୁ ସ୍ମାର୍ଟ ସିଟି ର ମାନ୍ୟତା ଦିଆଯାଇଥିବା ବେଳେ ସବୁଆଡେ କୁଢ଼ କୁଢ଼ ଅଳିଆ ଆବର୍ଜନାକୁ ଦେଖି ଲାଗୁଛି ଏଠି ବିଫଳ ପ୍ରଶାସନ l
ସ୍ମାର୍ଟ ସିଟି ରେ ସ୍ମାର୍ଟ ନାଗରିକ ରହୁଛନ୍ତି ଏଠି ପ୍ରଶାସନ ବି ସ୍ମାର୍ଟ ହେବା ନିହାତି ଦରକାର କିନ୍ତୁ ଅଳିଆ ଆବର୍ଜନା କୁ କାହାର ଖାତିର ନାହିଁ l କେତେ ନେତା ମନ୍ତ୍ରୀ ସ୍ମାର୍ଟ ସିଟିରେ ବାସ କରୁଥିଲେ ମଧ୍ୟ କାହାର ସ୍ମାର୍ଟ ସିଟି ର ଅବ୍ୟବସ୍ଥା ଦୂର କରିବା ପ୍ରତି ନିଷ୍ଠା ନାହିଁ l
ଏଠି ବିଏମସି ଉପରେ ସମସ୍ତେ ନିର୍ଭରଶୀଳ, ହେଲେ ବିଏମସି କୁମ୍ଭକର୍ଣ୍ଣ ନିଦରେ ଶୋଇଛି l ରାଜଧାନୀ ର ମାର୍କେଟ ବିଲଡିଂ ର କୁଢ଼ କୁଢ଼ ମଇଳା ନର୍ଦମା ପାଣି ଦେଖିଲେ ଏହା ସ୍ମାର୍ଟ ସିଟି ବୋଲି କେହି ବିଶ୍ୱାସ କରିବେନି l
ସ୍ମାର୍ଟ ସିଟି ର ସ୍ମାର୍ଟ ବ୍ୟବସ୍ଥା ଉପରେ ବିଏମସି କର୍ତ୍ତୃପକ୍ଷ ନିର୍ବାଚିତ ଜନପ୍ରତିନିଧି କାହାର ସାମାନ୍ୟତମ ଦାଇତ୍ୱ ଥିଲାଭଳି ମନେହେଉନାହିଁ l