ପବିତ୍ର ଜାଗର ରେ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନ୍ ରେ ଛିଡ଼ା ହୋଇ ରହିଲେ ଶ୍ରଦ୍ଧାଳୁ
ପ୍ରଶାସନିକ ଅବ୍ୟବସ୍ଥା କୁ ଦାୟୀ, ବଡ଼ ବଡ଼ ବାବୁଙ୍କ ପାଇଁ ତତ୍ପରତା ଦେଖାଇଲେ ସାନ ବାବୁ, ସାଧାରଣ ଲୋକଙ୍କୁ ପଚାରେ କିଏ ?

ଦର୍ଶନ ପାଇଁ ମାତ୍ର ୩୦୦ ମିଟର କୁ ୭ଘଣ୍ଟା
ଆଜି ପବିତ୍ର ଜାଗର ଅମାବାସ୍ୟା, ଏଥି ପାଇଁ ସମସ୍ତ ଶୈବପୀଠ ମାନଙ୍କ ରେ ପ୍ରବଳ ଜନସମାଗମ ହୋଇଛି । ଶ୍ରଦ୍ଧାଳୁମାନେ ପ୍ରାତଃ ସକାଳୁ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭିଡ ଜମାଇଛନ୍ତି। ଏଥି ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ଶୈବପୀଠ ରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରିବା ସହ ଅପ୍ରିତିକର ପରିସ୍ଥିତି ଏଡାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦେବ ଦେବ ମହାଦେବ ତଥା ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର ପରିସରରେ ମହା ଶିବରାତ୍ରୀ ବା ଜାଗର ଯାତ୍ରା ମହା ଆଡମ୍ବର ସହକାରେ ପାଳନ କରାଯାଇଛି। କିନ୍ତୁ ପ୍ରାରମ୍ଭରୁ ହିଁ ଏଥିରେ ବ୍ୟାପକ ତୃଟି ବିଚ୍ୟୁତି ପରିଲକ୍ଷିତ ହୋଇଛି। ଭକ୍ତ ମାନେ କିପରି ଶାନ୍ତି ଶୃଙ୍ଖଳାରେ ବାବା ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ମନ୍ଦିର ପରିସରରେ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। କିନ୍ତୁ ପ୍ରାରମ୍ଭରୁ ପ୍ରଭୁ ଙ୍କ ମଙ୍ଗଳାଳତୀ ଦର୍ଶନ କରିବା କୁ ଆସିଥିବା ଭକ୍ତ ସକାଳ ୧୦ଟା ସୁଦ୍ଧା ମନ୍ଦିର ମଧ୍ୟ କୁ ପ୍ରବେଶ କରି ପାରି ନଥିଲେ। ଏଥିପାଇଁ ମନ୍ଦିର ପରିସରରେ ଦୀର୍ଘ ସମୟ ଧରି ଜାମ୍ ଲାଗି ରହିବାରୁ ମନ୍ଦିର ପରିସର ଲୋକାରଣ୍ୟ ହୋଇ ବ୍ୟାରିକେଡ଼ ବ୍ୟବସ୍ଥା ରେ ଅସମ୍ଭବ ଭିଡ ଲାଗି ରହିଥିଲା।
ଏନେଇ ଆମେ କେତେକ ଶ୍ରଦ୍ଧାଳୁମାନଙ୍କୁ ଭେଟି ଏପରି ଅବ୍ୟବସ୍ଥା ନେଇ ପଚାରିବାରୁ ସେମାନେ ଏହି ବିଶୃଙ୍ଖଳା ପାଇଁ ପ୍ରଶାସନ କୁ ଦାୟୀ କରିଥିଲେ। ସମ୍ପୁର୍ଣ୍ଣ ବିଦ୍ଧି ବ୍ୟବସ୍ଥା ନ ଜଗି ମନ୍ଦିର ପରିସରରେ ଓ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ନିମିତ୍ତ ପାଇଁ ପ୍ରିୟା ପ୍ରିତି ତୋଷଣ ଚାଲିଥିବା ଏ ପ୍ରକାର ପରିସ୍ଥିତି ଉପୁଜିଛି ବୋଲି ସମସ୍ତେ ମତ୍ତ ଦେଇଛନ୍ତି।
ଲମ୍ବା ଲାଇନ ରେ ଥିବା ଭକ୍ତ ମାନେ ଆହୁରି କହିଛନ୍ତି ଯେ ବର୍ତ୍ତମାନ ଅମଲାତନ୍ତ୍ରର ଯୁଗ ସେଥିପାଇଁ ଭୁବନେଶ୍ୱର ରେ ରହୁଥିବା ବଡ଼ ବଡ଼ ଅଧିକାରୀ ମାନେ କିପରି ସୁରୁଖୁରୁ ରେ ଆସି ଦର୍ଶନ ସାରି ଫେରିବେ ସେଥିପ୍ରତି ସୁରକ୍ଷା ଦାୟିତ୍ବ ରେ ଥିବା ତଳିଆ କର୍ମଚାରୀ ମାନେ ବ୍ୟସ୍ତ। କାହିଁକି ନା ବଡ ସାର୍ ସିନା ଖୁସି ହେଲେ ସାନ ସାର୍ ଉପକୃତ ହେବେ ସେଥିରେ ଏ ସାଧାରଣ ଲୋକ ଦର୍ଶନ କଲେ କେତେ ନ କଲେ କେତେ ସେଥିରୁ କଣ ମିଳିବ। ଏହି ପରି ମନ୍ତବ୍ୟ ଶୁଣି ସ୍ଥାନୀୟ ଲୋକ ମାନଙ୍କ ମଧ୍ୟରେ ପ୍ରବଳ ଜନ ଅସନ୍ତୋଷ ଦାନା ବାନ୍ଧୁ ଥିବା ର ଦେଖା ଯାଇଥିଲା। ଏନେଇ ଆମେ ପ୍ରଶାସନିକ ସ୍ତରରେ ମତାମତ ଜାଣିବାକୁ ଉଦ୍ୟମ କରିଥିଲେ ସୁଦ୍ଧା କେହି କିଛି କହିବାକୁ ସିଧାସଳଖ ରୋକ୍ ଠୋକ୍ ମନା କରି ଦେଇଥିଲେ ଏବଂ କହିଥିଲେ ଆରେ ବାପା ଚାକିରୀ କୁ କଣ ଆମର ଲୋଭ ନାହିଁ ତମେ ଆମ ଚାକିରୀ ନବ ନା କ'ଣ ? ଆମେ କିଛି କହି ପାରିବୁନି ଯାହା ନିର୍ଦ୍ଦେଶ ଆସୁଛି ଆମେ ଖାଲି ପାଳନ କରୁଛୁ।
ତେବେ ଏପରି ପରିସ୍ଥିତିରେ ଶ୍ରଦ୍ଧାଳୁ ମାନେ ନିଜ ନିଜ ପରିବାର ବର୍ଗଙ୍କ ସହ ସେହିପରି ଲମ୍ବା ଲାଇନ ରେ ଜାଗର ପାଳୁଥିବା ଏକ ନିଆରା ଅନୁଭୁତି କୁ ସାଉଁଟୁ ଥିବାର କେବଳ ଯାହା ପରିଲକ୍ଷିତ ହେଉଥିଲା।