ଅର୍ଥନୀତିରେ ସମୃଦ୍ଧ ହୋଇଛି ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଅର୍ଥନୀତିରେ ସମୃଦ୍ଧ ହୋଇଛି ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଅର୍ଥନୀତିରେ ସମୃଦ୍ଧ ହୋଇଛି ଓଡ଼ିଶା: ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ବାଓୀନତା ସଂଗ୍ରାମୀମାନଙ୍କୁ ମନେପକାଇଥିଲେ। ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଓଡ଼ିଶାର ବିକାଶରେ ସମସ୍ତେ ସାମିଲ ହୋଇଛନ୍ତି। ଅର୍ଥନୀତିରେ ସମୃଦ୍ଧ ହୋଇଛି। ଓଡ଼ିଶାକୁ ଏବେ ଲକ୍ଷ ଲକ୍ଷ କୋଟି ପୁଞ୍ଜି ଆସୁଛି। ମିଶନ ଶକ୍ତି ଜରିଆରେ ମା’ମାନେ ସମୃଦ୍ଧ ହୋଇଛନ୍ତି। ସମସ୍ତ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ କରାଯାଇଛି। ବିଏସକେୱାଇ ଯୋଜନାରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବଡ଼ ସହାୟକ ହେଉଛି।

ଆମର ପ୍ରତି ଗାଁ, ପ୍ରତି ପଞ୍ଚାୟତ ଓଡିଆ ସଂସ୍କୃତି ଓ ପରମ୍ପରାକୁ ସମୃଦ୍ଧ କରିଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡିଆ ଜାତିର ସବୁଠାରୁ ବଡ ପରିଚୟ । ମହାପ୍ରଭୁହିଁ ଆମ ସଂସ୍କୃତିର କେନ୍ଦ୍ରବିନ୍ଦୁ । ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଓ ପ୍ରସାର ସହ ପ୍ରତି ଗାଁରେ ଏକ ଆକାଂକ୍ଷୀ ଓଡ଼ିଶାର ଭିଭି ପକାଇବା ପାଇଁ ଆମେ ଚାରି ହଜାର କୋଟି ଟଙ୍କାର ‘ଆମ ଓଡିଶା ନବୀନ ଓଡିଶା’ କାର୍ୟ୍ୟକ୍ରମ ଆରମ୍ଭ କରିଛୁ । ମୋ ଓଡିଶା ଏକ ନୂଆ ଓଡିଶା, ସଶକ୍ତ ଓଡ଼ିଶା ହେବା ରାସ୍ତାରେ ଆଗକୁ ବଢ଼ୁଛି । ଆସନ୍ତୁ, ରୂପାନ୍ତରର ଏ ଯାତ୍ରାରେ ଆମେ ସମସ୍ତେ ସାମିଲ ହେବା । ଓଡ଼ିଶାକୁ ଆଗକୁ ନେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜଧାନୀର ୟୁନିଟ୍-୩ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବାହ୍ନ ୯ଟା ବେଳେ ମୁଖ୍ୟମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ରାଜଧାନୀରେ ଦେଖିବାକୁ ମିଳିଛି ରାଜ୍ୟସ୍ତରୀୟ ପରେଡ୍। ସ୍ୱାଧୀନତା ଦିବସ ପାଇଁ ସଚିବାଳୟ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, ଲୋକସମ୍ପର୍କ ଭବନ, ବୟନିକା ଭବନ ଓ ଖାରବେଳ ଭବନକୁ ରଙ୍ଗୀନ ଆଲୋଚନରେ ସଜାଯାଇଛି।