କଂଗ୍ରେସର ହାତ ଧରିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ।

କଂଗ୍ରେସର ହାତ ଧରିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ । କହିଲେ, ରାଜ୍ୟରେ ଚାଲିଛି କୁଶାସନ

କଂଗ୍ରେସର ହାତ ଧରିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ।

କଂଗ୍ରେସର ହାତ ଧରିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ । କହିଲେ, ରାଜ୍ୟରେ ଚାଲିଛି କୁଶାସନ

ରାଜନୀତିରେ ବେଳେବେଳେ ଏମିତି ଦୃଶ୍ୟ ସାମ୍ନାକୁ ଆସେ, ଯାହା ସମସ୍ତଙ୍କୁ ଚକିତ କରିଦିଏ । ଦିନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା, ବିଜୁ ପଟ୍ଟନାୟକଙ୍କ ପରିବାର ସହ ନିବିଡ଼ ସମ୍ପର୍କ ଥିବା, ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସ ଦଳରେ ଦେଖିବାକୁ ମିଳିଛି । ବିଜୟ ପଟ୍ଟନାୟକ, ରାଜନୀତିରେ ସାମିଲ ହେବା ନେଇ ବହୁ ପୂର୍ବରୁ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା, ଆଉ ସେଇ ଚର୍ଚ୍ଚା ଆଜି ବାସ୍ତବ ରୂପ ନେଇଛି ।

ବିଧିବଦ୍ଧ ଭାବରେ କଂଗ୍ରେସ ଦଳର ‘ହାତ’ ଧରିଛନ୍ତି ବିଜୟ ପଟ୍ଟନାୟକ । ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପିସିସି ସଭାପତି ଏବଂ କଂଗ୍ରେସ ପ୍ରଭାରୀଙ୍କ ଉପସ୍ଥିତିରେ ଦେଶର ସର୍ବପୁରାତନ ଦଳରେ ସାମିଲ ହୋଇଛନ୍ତି ବିଜୟ । କଂଗ୍ରେସରେ ସାମିଲ ହେବା ପରେ ବିଜୟ ପଟ୍ଟନାୟକ କହିଛନ୍ତି, ପ୍ରଥମ ଥର ରାଜନୀତିରେ ଯୋଗ ଦେଉଛି । ନୀତି, ଆଦର୍ଶକୁ ନେଇ ଆଗକୁ ବଢ଼ିବି । ଓଡ଼ିଶାରେ କୁଶାସନ, ଦୁର୍ନୀତି ଓ ହିଂସାର ବାତାବରଣ ଚାଲିଛି । ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚିନାହିଁ । ସାଧାରଣ ଲୋକ କାହା ପାଖକୁ ଯିବେ ଜାଣିପାରୁ ନାହାଁନ୍ତି । କିନ୍ତୁ ମୁଁ ଲୋକଙ୍କ ପାଇଁ କାମ କରିବି ।

ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଘନିଷ୍ଠ ଥିବା ବିଜୟ ପଟ୍ଟନାୟକ, ୨୦୧୩ ମସିହାରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଥିଲେ । ଏହା ପରେ ତାଙ୍କୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା । ଏହା ପରେ ପରେ ମାନବାଧିକାର କମିଶନଙ୍କ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା । ୨୦୧୫ରେ ସେ ଏଥିରୁ ଇସ୍ତଫା ଦେଇଥିଲେ । ସେତେବେଳେ ସେ ରାଜନୀତିରେ ଯୋଗ ଦେବା ନେଇ ଚର୍ଚ୍ଚା ହୋଇଥିଲା । କିନ୍ତୁ ସମସ୍ତଙ୍କୁ ଚମକାଇ ଦେଇ ବେଦାନ୍ତରେ ଯୋଗ ଦେଇଥିଲେ ବିଜୟ । ବେଦାନ୍ତ ବିଶ୍ୱବିଦ୍ୟାଳୟର ମୁଖ୍ୟ ଭାବେ ସେ ଦାୟିତ୍ୱ ନେଇଥିଲେ । ୨୦୧୭ରେ ବେଦାନ୍ତ ଛାଡ଼ି ଦେଇଥିଲେ । ଆଉ ଶେଷରେ ଯେଉଁ ଚର୍ଚ୍ଚା ହେଉଥିଲା ତାହା ହିଁ ଘଟିଛି । ରାଜନୀତିରେ ସାମିଲ ହୋଇଛନ୍ତି ଓଡ଼ିଶାର ଜଣେ ଦକ୍ଷ ପ୍ରଶାସକ ।