ଓଡିଶା ଡ୍ରାଇଭର ମହାସଂଘ ତରଫରୁ ଜନ୍ମ ଦିବସ ପାଳିତ

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରେ ଆଜି ଦିନ୧୦ଘଣ୍ଟିକା ଠାରୁ ୧୨ଘଣ୍ଟିକା ପର୍ଯ୍ୟନ୍ତ ନଗର ପରିକ୍ରମା ରେ ଓଡିଶା ଡ୍ରାଇଭର ମହାସଂଘ ତରଫରୁ ଡ୍ରାଇଭର ଜନ୍ମ ଦିବସ ପାଳିତ ହୋଇଛି l ଫିରିଙ୍ଗିଆ ବ୍ଲକ ଓଡିଶା ଡ୍ରାଇଭର ମହାସଂଘ ବ୍ଲକ ଉପ ସଭାପତି ବଂଶୀଧର ସାହୁ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି ଡ୍ରାଇଭର ଜନ୍ମ ଦିବସ ରେ ଅନ୍ୟ ମାନଙ୍କ ମଧ୍ୟରେ ସଙ୍ଘ ର ସମ୍ପାଦକ ରମାକାନ୍ତ ପ୍ରଧାନ, ବ୍ଲକ ଆଡମିନ ଉମାକାନ୍ତ ପ୍ରଧାନ, ମାନୁଏଲ ଦିଗାଲ, ଟୁକୁନା ପ୍ରଧାନ, ରଘୁ ଦିଗାଲ, ତ୍ରିନାଥ ବିନ୍ଧାଣି, ସିମନ ଦିଗାଲ, ବିନୋଦ ଦିଗାଲ, ବଳଭଦ୍ର ଦିଗାଲ ,ସଦାନନ୍ଦ ପୃଷ୍ଠି,ମୁନା ଦିଗାଲ ଙ୍କ ସହ ଫିରିଙ୍ଗିଆ ବ୍ଲକ ର ୨୪ ଟି ପଞ୍ଚାୟତ ର ପାଞ୍ଚ ଶହ ରୁ ଉର୍ଦ୍ଧ୍ବ ଡ୍ରାଇଭର ମାନେ ଯୋଗ ଦେଇଥିଲେ l ଓଡିଶା ଡ୍ରାଇଭର ମହାସଂଘ ଫିରିଙ୍ଗିଆ ବ୍ଲକ ର ଡ୍ରାଇଭର ମାନେ ବିଭିନ୍ନ ସଚେତନ ବାର୍ତା ଓ ସ୍ଲୋଗାନ ଦେଇ ତଣ୍ଡରୀଗାଁ ଘାଇ ରୁ ଏକ ରାଲି ଶୋଭାଯାତ୍ରା ରେ ବାହାରି ଫିରିଙ୍ଗିଆ ବ୍ଲକ ଛକ, ବଜାର, ତହସିଲ କାର୍ଯ୍ୟଳୟ ରାସ୍ତା ପର୍ଯ୍ୟନ୍ତ ଯିବା ସହ ସେଠାରୁ ଫେରି ଫିରିଙ୍ଗିଆ ବସ ଷ୍ଟାଣ୍ଡ ନିକଟରେ ବିଭିନ୍ନ ସ୍ଲୋଗାନ ଦେଇ କେକ କାଟି ଡ୍ରାଇଭର ଜନ୍ମ ଦିବସ ପାଳନ କରିଥିଲେ l
କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କ ରିପୋର୍ଟ