ଆଜି ଜାଗର ପାଇଁ ଢେ଼ଙ୍କାନାଳର ବିଭିନ୍ନ ଶୈବ ପୀଠ ଉତ୍ସବ ମୁଖର,
ଶ୍ରଦ୍ଧାଳୁମାନଙ୍କର ଜାଗର ପାଳନ ନେଇ ପ୍ରବଳ ଭିଡ

ଉତ୍ସବ ମୁଖର ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଶୈବ ପୀଠ
ଆଜି ମହା ଶିବରାତ୍ରୀ ବା ଜାଗର ପାଇଁ ଢେ଼ଙ୍କାନାଳର ବିଭିନ୍ନ ଶୈବ ପୀଠରେ ପ୍ରବଳ ଭିଡ଼ ଲାଗିଛି। ଭାଗିରଥି ସାଗର କୂଳରେ ଥିବା ବାବା ଆଖଣ୍ଡଳମଣି ମନ୍ଦିର, ଶାସନ ଛକରେ ଥିବା ସୋମନାଥଶ୍ୱର, ଦେଉଳ ସାହି ସ୍ଥିତ ନାଗେଶ୍ଵର ମହାଦେବ ମନ୍ଦିର, ବଳରାମ ମନ୍ଦିରରେ ଥିବା ବକୁଳେଶ୍ୱର ମନ୍ଦିର ଓ ବିଭିନ୍ନ ଶିବ ମନ୍ଦିର ମାନଙ୍କରେ ଭକ୍ତ ମାନେ ବେଲପତ୍ର, କ୍ଷୀର, ପୂଜା ବିଭିନ୍ନ ପ୍ରକାର ଫୁଲ ଓ ଫଳ ନେଇ ପୂଜା ଅର୍ଚ୍ଚନା କରୁଛନ୍ତି ।
ପରଜଙ୍ଗ: ଆଜି ପବିତ୍ର ମହାଶିବରାତ୍ରି ଅବସରରେ ବାରିହାପୁର ଗ୍ରାମ ପଞ୍ଚାୟତର ଓଁମ ଶ୍ରୀ ସିଧେଶ୍ୱର ମହାଦେବ, ହନୁମାନ ମନ୍ଦିର ଠାରେ ପାରାୟଣ ପ୍ରବଚନ ମହାସମର ଓ ଅର୍ଣ୍ଣ ପ୍ରସାଦ କାର୍ଯ୍ୟକ୍ରମ ରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସମସ୍ତ ସୁଖ ଦୁଃଖର ସାଥି ଯୁବବର୍ଗ ଙ୍କର ଆଦର୍ଶ, ଯୁବ ଆଇକନ ଲୋକପ୍ରିୟ ବିଜେଡି ଯୁବନେତା ଅଜିତ କୁମାର ସାହୁ (ମଣ୍ଟୁ ଭାଇ) ଯୋଗଦାନ କରି ପ୍ରଭୁ ମହାଦେବ ଓ ହନୁମାନ ଙ୍କର ଦର୍ଶନ ଲାଭ କରି ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସମସ୍ତ ଜନସାଧାରଣ ଙ୍କର ସୁଖ ସମୃଦ୍ଧି କାମନା କରିଥିଲେ
ଆଜି ଜାଗର ପାଇଁ ଢେ଼ଙ୍କାନାଳର ବିଭିନ୍ନ ସହର ଓ ଗ୍ରାମାଞ୍ଚଳର ମନ୍ଦିର ମାନଙ୍କରେ ନିଷ୍ଠାର ସହିତ ଉପବାସ କରି ରହି ସନ୍ଧ୍ୟା ସମୟରେ ମନ୍ଦିର ସାମ୍ନାରେ ବସି ଦୀପ ଜାଳୁଛନ୍ତି। ରାତି ସାରା ଉଜାଗର ରହି ମହା ଦୀପ ଦର୍ଶନ କରିବା ସହିତ ବ୍ରତ ଭାଙ୍ଗିଥାନ୍ତି ।