ଶଙ୍କଟ ମୋଚନ ଶ୍ରୀ ଶ୍ରୀ ହନୁମାନ ଦେବଙ୍କ ପଞ୍ଚଦଶ ଜନ୍ମବାର୍ଷିକୀ ଉତ୍ସବ

ଢେଙ୍କାନାଳ ସହର ଦୁର୍ଗା ବଜାର ସ୍ଥିତ ହନୁମାନ ବାଟିକା ଠାରେ ଶ୍ରୀଶ୍ରୀ ହନୁମାନ ଦେବଙ୍କ ପଞ୍ଚଦଶ ଜନ୍ମ ବାର୍ଷିକୀ ଉତ୍ସବ ମହା ସମାରୋହ ରେ ପାଳିତ ହୋଇ ଯାଇଅଛି ।

ଶଙ୍କଟ ମୋଚନ ଶ୍ରୀ ଶ୍ରୀ ହନୁମାନ ଦେବଙ୍କ ପଞ୍ଚଦଶ ଜନ୍ମବାର୍ଷିକୀ ଉତ୍ସବ

ଢେଙ୍କାନାଳ, ୨୭/୪: ଢେଙ୍କାନାଳ ସହର ଦୁର୍ଗା ବଜାର ସ୍ଥିତ ହନୁମାନ ବାଟିକା ଠାରେ ଶ୍ରୀଶ୍ରୀ ହନୁମାନ ଦେବଙ୍କ ପଂଚଦଶ ଜନ୍ମ ବାର୍ଷିକୀ ଉତ୍ସବ ମହା ସମାରୋହ ରେ ପାଳିତ ହୋଇଯାଇଅଛି । ପ୍ରାତଃରୁ ମଙ୍ଗଳା ଆଳତି ଓ ମାଜଣା, ସୂର୍ଯ୍ୟପୂଜା, ଷୋଡଷ ଉପଚାର ପୂଜା, ମଣ୍ଡଳ ପୂଜା ଓ ଯଜ୍ଞ ଆରମ୍ଭ ହୋଇ ଅପରାହ୍ନରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା । ମଧ୍ୟାହ୍ନରେ ୨୦୦୦ରୁ ଉର୍ଦ୍ଧ୍ବ ଭକ୍ତମାନେ ପ୍ରସାଦସେବନ କରିଥିଲେ। ସଂଧ୍ୟାରେ ଭଜନ ସମାରୋହର କାର୍ଯ୍ୟକ୍ରମ ରହିଛି । ପୂଜକ ଅମରେନ୍ଦ୍ର ନନ୍ଦ, ମନ୍ଦିରର ପୂଜକ ନଗେନ ନନ୍ଦ, କର୍ତା ରୁଦ୍ରନାରାୟଣ ତ୍ରିପାଠୀଙ୍କ ଦ୍ବାରା ପୂଜାକାର୍ଯ୍ୟ ତୁଲାଇଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ରାଜୀବ ଲୋଚନ ସିଂହଦେଓ ଉପସ୍ଥିତ ଥିଲେ । ସଭାପତି ପୁଲକ ମିଶ୍ର, ସଂପାଦକ ଶୁଭେନ୍ଦୁ କୁମାର ଶତପଥୀ, ସନ୍ତୋଷ କୁମାର ରାଉତ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଅରୁଣ ବିଶ୍ବାଳ, ପ୍ରଦୀପ ସାମଲଙ୍କ ସହିତ କମିଟିର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରାଇଥିଲେ ।