ଦୁଇଦିନିଆ ବରଗଡ ଗସ୍ତରେ ଯିବେ ୫-ଟି ସଚିବ
ସୋମବାର ଠାରୁ ୫-ଟି ସଚିବ ଭିକେ ପାଣ୍ଡିଆନ ଦୁଇଦିନିଆ ବରଗଡ଼ ଜିଲ୍ଳା ଗସ୍ତରେ ଯିବେ ।

ସୋମବାର ଠାରୁ ୫-ଟି ସଚିବ ଭିକେ ପାଣ୍ଡିଆନ ଦୁଇଦିନିଆ ବରଗଡ଼ ଜିଲ୍ଳା ଗସ୍ତରେ ଯିବେ । ଏଠାକୁ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିବା ସହ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀର ସଦସ୍ୟା, କଲେଜର ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କାର୍ୟ୍ୟକ୍ରମ ରହିଛି । ୫ -ଟି ସଚିବ ଭିକେ ପାଣ୍ଡିଆନ ଅତାବିରା ନିର୍ବାଚନମଣ୍ଡଳୀ ସରଣ୍ଡାରୁ ତାଙ୍କ ଗସ୍ତ ଆରମ୍ଭ କରିବେ ।
ସୋମବାର ସକାଳ ୯ ଟାରେ ୫-ଟି ସଚିବ ସରଣ୍ଡା ହାଇସ୍କୁଲ ପରିଦର୍ଶନ କରିବାର କାର୍ୟ୍ୟକ୍ରମ ରହିଛି । ସେହିପରି ସକାଳ ୯ଟା ୨୦ ରେ ସରଣ୍ଡା ସ୍ଥିତ ବିଶ୍ୱେଶର ବାବାଙ୍କ ଦର୍ଶନ ସହ ମନ୍ଦିର ସେଠାରେ ଉନ୍ନୟନମୂଳକ କାର୍ୟ୍ୟ ସଂପର୍କରେ ଆଲୋଚନା କରିବେ । ୯ ଟା ୩୫ ରେ ଆନ୍ଧ୍ର କଲ୍ୟାଣମଣ୍ଡପରେ ଅତାବିରା ଅଞ୍ଚଳର ବୁଦ୍ଧିଜିବୀଙ୍କ ଗହଣରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗଦେଇ ମା ଦୁର୍ଗାଙ୍କ ଦର୍ଶନ କରିବାର କାର୍ୟ୍ୟକ୍ରମ ରହିଛି ।
ସେହିପରି ରାମଚଣ୍ଡୀ କଲ୍ୟାଣ ମଣ୍ଡପରେ ଅନୁଷ୍ଟିତ ସାଧାରଣ ସଭାରେ ଯୋଗ ଦେବା ସହ ବରଗଡ଼ ଅଭିମୁଖେ ଯାତ୍ରା କରିବେ । ବରଗଡ଼ ନିଶାମଣୀ ପଡିଆଠାରେ ୧୧ ଟା ୩୫ ମିନିଟରେ ଜନସାଧାରଣଙ୍କ ସହ ଭାବବିନିମୟ ସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡିକ ବିଷୟରେ ଆଲୋଚନା କରିବେ । ସେହିପରି ୧୨ ଟା ୧୫ ମିନିଟରେ ସମ୍ବଲପୁରୀ ବସ୍ତ୍ରାଳୟ ପରିଦର୍ଶନ ସହ ସେଠାକାର ବୁଣାକାରଙ୍କ ସହ ଆଲୋଚନା କରିବେ ।
ପରେ ପରେ ଖେଦାପାଲି ଠାରେ ଥିବା ଜିଲ୍ଳା ମୁଖ୍ୟ ଡାକ୍ତରଖାନା ପହଞ୍ଚି ନିର୍ମାଣଧିନ କେନସର ହସପିଟାଲ ଏବଂ ଆମ ହସପିଟାଲର ସମୀକ୍ଷା କରିବାର କାର୍ୟ୍ୟକ୍ରମ ରହିଛି । ସେହିପରି ବରଗଡ଼ ବ୍ଳକ କାର୍ୟ୍ୟାଳୟରେ ନିର୍ମିତ ମିଶନଶକ୍ତି କେଫେ ପରିଦର୍ଶନ କରି ସେଠାରୁ ବରପାଲି ପହଞ୍ଚି ନିର୍ମାଣଧିନ ଇଣ୍ଡୋର ଷ୍ଟାଡିୟମ ନିର୍ମାଣର ସମୀକ୍ଷା ଏବଂ ଜନସାଧାରଣ ସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବିଷୟରେ ଆଲୋଚନା କରିବେ ।ଏହା ସହ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମସ୍ଥାନ ପରିଦର୍ଶନ କରି ପୁଣି ବରଗଡ଼ ଫେରି ଆସିବେ । ରାସ୍ତାରେ ବରଗଡ଼ ହଲଦିପାଲିଠାରେ ନିର୍ମାଣଧିନ ରାମଚଣ୍ଡୀ ପରିଦର୍ଶନ କରି ନିଶାମଣୀ ପଡିଆରେ ଏସଏଚଜି ଗୃପର ସଦସ୍ୟାଙ୍କ ସହ ଆଲୋଚନା ଏବଂ ମହିଳା କଲେଜଠାରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କାର୍ୟ୍ୟକ୍ରମ ରହିଛି ।
ସଂଧ୍ୟା ୬ ଟାରେ ତୁରୁଙ୍ଗା ସ୍ଥିତ ବୈଷ୍ଣାଦେବୀ ମନ୍ଦିରର ଉନ୍ନୟନ ପ୍ରକଳ୍ପ ପରିଦର୍ଶନ ସହ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି । ସେହିପରି ଦ୍ୱିତୀୟ ଦିନ ସକାଳ ୭ ଟାରେ ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପର ଗିରସୂଲ ଏବଂ ଜୀରା ନଦୀ କ୍ରସିଂ ସ୍ଥାନ ପରିଦର୍ଶନ ସହ ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପର ସମୀକ୍ଷା କରିବେ ।ସକାଳ ୮ ଟାରେ ସୋହେଲା ହସପିଟାଲ ପରିଦର୍ଶନ ସହ ଜନସାଧାରଣଙ୍କ ସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନେଇ ଭାବବିନିମୟ ସହ ଅମ୍ବାଭୋନା ବ୍ଳକ କୁରୁମକେଲ ରେ ପହଂଚି ସେଠାକାର ଲୋକଙ୍କ ସହ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି । ସେହିପରି ସକାଳ ୧୧ ଟା ୧୫ ରେ ପାଇକମାଲ ସ୍ଥିତ ୫-ଟି ସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା , ନୃସିଂହନାଥ ମନ୍ଦିର ପରିଦର୍ଶନ ସହ ସେଠାରେ ଚାଲିଥିବା ଉନ୍ନୟନ କାର୍ୟ୍ୟର ସମୀକ୍ଷା , ପଦ୍ମପୁର ଆରବି ହାଇସ୍କୁଲ ପଡିଆରେ ଜନସାଧାରଣଙ୍କ ସହ ଭାବବିନିମୟ ଏବଂ ଉନ୍ନୟନ ପ୍ରକଳ୍ପଗୁଡିକ ବିଷୟରେ ଆଲୋଚନା , ଅନ୍ୱେଷା ହଷ୍ଟେଲ ପରିଦର୍ଶନ ସହ ଛାତ୍ରଛାତ୍ରୀଙ୍କ ଆଲୋଚନା ଏବଂ ଲଖମରାଠାରେ ଅଙ୍ଗ ନଦୀ ଉପରେ ନିର୍ମାଣଧିନ ପୋଲର ସମୀକ୍ଷା କରି ଭୁବନେଶ୍ୱର ଫେରିଯିବାର କାର୍ୟ୍ୟକ୍ରମ ରହିଛି ।