ସାଧୁ ବେଶରେ ଲୁଟ୍ ଉଦ୍ୟମ, ୩ ଅଟକ
ନାଗା ସାଧୁ ବେଶରେ ପୁଣି ଲୁଟ୍ ଉଦ୍ୟମ । ଭୁବନେଶ୍ୱର ଚକେଇସିଆଣି ଓ୍ୱାର୍ଡ ନମ୍ବର ୧୦ରୁ ଲୁଟ୍ ଉଦ୍ୟମ ହୋଇଥିଲା

ନାଗା ସାଧୁ ବେଶରେ ପୁଣି ଲୁଟ୍ ଉଦ୍ୟମ । ଭୁବନେଶ୍ୱର ଚକେଇସିଆଣି ଓ୍ୱାର୍ଡ ନମ୍ବର ୧୦ରୁ ଲୁଟ୍ ଉଦ୍ୟମ ହୋଇଥିଲା । ଉପସ୍ଥିତ ବୁଦ୍ଧି ଲାଗି ଲୁଟ୍ରୁ ବର୍ତ୍ତିଲେ ସାନିଟାରି ଇନ୍ସପେକ୍ଟର ରାହାସ ଶାହା । ଥାନାରେ ଏତଲା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।
ଖବର ଅନୁଯାୟୀ, ସୋମବାର ଦିନ ସକାଳ ସମୟରେ ଭୁବନେଶ୍ୱରର ଚକେଇସିଆଣି ଅଞ୍ଚଳରେ ନାଗା ସାଧୁ ବେଶରେ ଲୁଟ୍ ଉଦ୍ୟମ ହୋଇଥିଲା । ନାଗା ସାଧୁ ବେଶରେ ତିନି ଜଣ ଲୁଟେରା ଲୁଟ୍ କରିବାକୁ ଯାଇଥିଲେ । ଏହି ସମୟରେ ଉପସ୍ଥିତି ବୁଦ୍ଧି ଲାଗି ଅଳ୍ପକେ ବର୍ତ୍ତିଯାଇଥିଲେ ସାନିଟାରି ଇନ୍ସପେକ୍ଟର ରାହାସ ଶାହା । ଏହାପରେ ରାହାସ ଶାହାଙ୍କ ପକ୍ଷରୁ ଲୁଟ୍ ଉଦ୍ୟମ ନେଇ ମଞ୍ଚେଶ୍ୱର ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।
ସେପଟେ ପୋଲିସ ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି । ତିନି ଜଣ ଲୁଟେରାଙ୍କୁ ଥାନାରେ ଅଟକ ରଖିବା ସହ ବୋଲେରୋ, ଭୁଜାଲି ଏବଂ ମଦ ବୋତଲ ଜବତ କରିଛି ପୋଲିସ ।