BJPରେ ମିଶିଲେ ସୁଜିତ୍ କୁମାର

ବିଜେପିରେ ମିଶିଲେ ବିଜେଡିର ବଡ଼ ନେତା ସୁଜିତ୍ କୁମାର

BJPରେ ମିଶିଲେ ସୁଜିତ୍ କୁମାର

ବିଜେପିରେ ମିଶିଲେ ବିଜେଡିର ବଡ଼ ନେତା ସୁଜିତ୍ କୁମାର । ଆଜି ସେ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ । ରାଜ୍ୟସଭାରୁ ଇସ୍ତଫା ଦେବାର ଏକ ଘଣ୍ଟା ଭିତରେ ବିଜେପି ଶିବିରରେ ପହଞ୍ଚି ପଦ୍ମ ଧରିଛନ୍ତି । ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ବିଦ୍ଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ସୁଜିତ୍ କୁମାର ।

ବିଜେପିରେ ମିଶିବା ପରେ ସୁଜିତ୍ କୁମାର ଅନେକ ବଡ଼ କଥା କହିଛନ୍ତି ।  ବିଜେଡି ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ସୁଜିତ । ସେ କହିଛନ୍ତି, ’କଳାହାଣ୍ଡିର ଯେମିତି ବିକାଶ ହେବାକଥା ହୋଇପାରିଲାନି । କଳାହାଣ୍ଡିରେ ଅନେକ ଦୁର୍ନୀତି ହୋଇଛି । କଳାହାଣ୍ଡିରୁ ହଜାର ହଜାର କୋଟି ଲୁଟ୍‌ ହୋଇଛି । ଏହି ଦୁର୍ନୀତିରେ ଅଫିସର ଓ ବିଜେଡି ନେତା ସାମିଲ ଥିଲେ । ଆଗକୁ ଦୁର୍ନୀତି ନେଇ ଆହୁରି ଖୁଲାସା କରିବେ ବୋଲି ସେ କହିଛନ୍ତି ।

ଦୁର୍ନୀତିରେ କଳାହାଣ୍ଡିର ବିଜେଡି ନେତା ସାମିଲ ଅଛନ୍ତି । ଦୁର୍ନୀତିରେ ଜିଲ୍ଲା ବାହାରର ବିଜେଡି ନେତା ମଧ୍ୟ ସାମିଲ ଅଛନ୍ତି । ଦୁର୍ନୀତି ସଂପର୍କରେ ବିଜେଡି ଶୀର୍ଷ ନେତୃତ୍ବଙ୍କୁ ଅବଗତ କଲି । ବିଜେଡି ଶୀର୍ଷ ନେତୃତ୍ବ ଏଥିପ୍ରତି ଧ୍ୟନ ଦେଲେ ନାହିଁ । ତେଣୁ ବାଧ୍ୟ ହୋଇ ବିଜେଡି ଛାଡିଥିବା କହିଲେ ସୁଜିତ କୁମାର ।

କିଛି ସମୟ ପୂର୍ବରୁ ସେ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ପାଖକୁ ଯାଇ ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଏହାପରେ ବିଜେଡି ମଧ୍ୟ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି । ଦଳରୁ ସୁଜିତ୍ କୁମାରଙ୍କୁ ବହିସ୍କାର କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ପତ୍ରରେ ଉଳ୍ଲେଖ କରାଯାଇଛି ।