ରହସ୍ୟମୟ ହୋଇ ଉଠୁଛି ସନ୍ଦେହୀ ଗୁପ୍ତଚର ପାରା, ରକ୍ତ ନମୁନା ସହ କ୍ୟାମେରା ଚିପ୍ ପାଇଁ କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍ ର ସହାୟତା ନିଆଯିବ

ଡେଣାରେ ଥିବା ଲେଖା ଓ କେଉଁ ଅଞ୍ଚଳର ପାରା , ତାକୁ ନେଇ ଅଧିକ ପରୀକ୍ଷା ନିରୀକ୍ଷା ପାଇଁ କେନ୍ଦ୍ରୀୟ ସାଇଣ୍ଟିଫିକ୍ ବିଶେଷଜ୍ଞ ଟିମ୍ ର ସହାୟତା ଲୋଡା ଯିବ

ରହସ୍ୟମୟ ହୋଇ ଉଠୁଛି ସନ୍ଦେହୀ ଗୁପ୍ତଚର ପାରା, ରକ୍ତ ନମୁନା ସହ କ୍ୟାମେରା ଚିପ୍ ପାଇଁ କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍ ର ସହାୟତା ନିଆଯିବ

ଭୁବନେଶ୍ବର ୧୦।୩: ଦିନ କୁ ଦିନ ରହସ୍ୟମୟ ହୋଇ ଉଠୁଛି ସନ୍ଦେହୀ ଗୁପ୍ତଚର ପାରା, ପ୍ରଥମେ ପାରାଟି କେଉଁଠୁ ଆସିଛି ତାକୁ ନେଇ ତନାଘନା ପରେ ଡେଣାରେ ଥିବା ଲେଖା ଓ ଭାଷା କେଉଁ ଅଞ୍ଚଳର ଏବଂ ପାରାର ଗୋଡରେ ଲାଗିଥିବା କ୍ୟାମେରା ଓ ଚିପ୍ କୁ ନେଇ ଏବେ ଚାଲିଛି ଖୋଳତାଡ଼ , ତେବେ ଏହାକୁ ନେଇ ଅଧିକ ପରୀକ୍ଷା ନିରୀକ୍ଷା ପାଇଁ କେନ୍ଦ୍ରୀୟ ଟିମ୍ ର ସହାୟତା ଲୋଡାଯିବ ବୋଲି ସୂଚନା ମିଳିଛି।

ପାରାଦୀପରୁ ସନ୍ଦିଗ୍ଧ ପାରା ମିଳିବା ଘଟଣାରେ Central Forensic Science Laboratory କୁ ପଠାଯିବ ପାରା ଶରୀରରେ ଲାଗିଥିବା କ୍ୟାମେରା ଓ ଚିପ୍ । ମିଳିଥିବା ସନ୍ଦିଗ୍ଧ ପାରାର ଡିଏନ୍‌ଏ ଟେଷ୍ଟ ହେବ ବୋଲି ଜଣାପଡିଛି । ପାରାଟି କେଉଁ ଅଞ୍ଚଳରୁ ଆସିଛି ଦେଶ ଭିତରୁ ନା ଦେଶ ବାହାରୁ ଟେଷ୍ଟିଂ ପରେ ତାହା ଜଣାପଡିବ । ବର୍ତ୍ତମାନ ଭୁବନେଶ୍ବର ରସୁଲଗଡ ସ୍ଥିତ State Forensic Science Laboratory ରେ ପାରାକୁ ରଖାଯାଇଛି । ପାରା ଶରୀରରେ ଲେଖାଥିବା ସଙ୍କେତ ସମ୍ପର୍କରେ ଜାଣିବାକୁ ସେଣ୍ଟ୍ରାଲ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ଲେଖା ପଠାଯିବ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗତ ବୁଧବାର ଧରାପଡିଥିବା ସନ୍ଦଗ୍ଧ ପାରାକୁ ଅଧିକ ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ପଞ୍ଜୁରୀରେ ଷ୍ଟେଟ୍‌ ଫୋରେନସିକ୍ ଲ୍ୟାବ୍‌କୁ ଆଣିଥିଲା ପାରାଦୀପ ପୋଲିସ । ପ୍ରଥମେ ପାରାଦୀପ ମେରାଇନ୍ ପୋଲିସ ପାରାଟିକୁ ଧରି କଟକ ବକ୍ସିବଜାର ପୋଲିସ ମୁଖ୍ୟାଳୟ ପରିସରରେ ଥିବା ପିଜନ ସ୍କ୍ବାଡ୍‌ରେ ପହଞ୍ଚିଥିଲା । ସେଠାରେ କିଛି ସମୟ ରହିବା ପରେ ରସୁଲଗଡ ସ୍ଥିତ ରାଜ୍ୟ ଫୋରେନସିକ୍ ଲାବରୋଟୋରିକୁ ଅଣାଯାଇଥିଲା । କଟକ ପିଜନ କ୍ୟାରିଅର ଅଧିକାରୀ, ଜଗତସିଂହପୁର ଜିଲ୍ଲା SFSLର ଅଧିକାରୀ ବି ସାଙ୍ଗରେ ଥିଲେ ।

ସୂଚନାଯୋଗ୍ୟ ଯେ ପାରାଦୀପ-କୋଣାର୍କ ମଝି ସମଦ୍ରରୁ ସାରଥି ନାମକ ବୋଟ୍ ମାଛ ଧରୁଥିବା ବେଳେ ବୋଟ୍‌ରେ ଆସି ବସିଥିଲା ଏହି ପାରା । ମତ୍ସ୍ୟଜୀବୀମାନେ ପ୍ରଥମେ ପାରାକୁ ଧରିବା ପରେ ତା ଗୋଡରେ କ୍ୟାମେରା, ଚିପ୍ ଲାଗିଥିବାର ଦେଖିଥିଲେ । ପାରା ଡେଣାରେ ବିଦେଶୀ ଭାଷାରେ କିଛି ଲେଖା ଯାଇଥିବା ବି ଦେଖିବାକୁ ମିଳିଥିଲା । ପାରାକୁ ନେହେରୁ ବଙ୍ଗଳା ମେରାଇନ୍ ଥାନାର ଜିମା ଦେଇଥିଲେ ମତ୍ସ୍ୟଜୀବୀ । ଏହା ଏକ ଗୁପ୍ତଚର ପାରା ବୋଲି ସନ୍ଦେହ କରାଯାଉଛି । ତେବେ ଦିନ କୁ ଦିନ ଏହି ପାରା କୁ ନେଇ ରହସ୍ୟ ବୃଦ୍ଧି ପାଉଛି